ନବରଙ୍ଗପୁର, ୦୧/୧୧ (ସନ୍ଧାନ ନିୟୁଜ) ନବରଙ୍ଗପୁର ଜିଲ୍ଲା ସିମନ୍ତବର୍ତୀ ରାଇଘର ବ୍ଲକ ସ୍ଥିତ ହଳଦୀ ପଞ୍ଚାୟତ ବିଜଲୀପରା ର ଅମାପରା ନର୍ସରି ଠାରେ ରାଇଘର ପୋଲିସ ପକ୍ଷରୁ ଏକ ଝୁଲନ୍ତା ମୃତ ଦେହ ୩୦ ତାରିକରେ ଉଦ୍ଧାର କରାଯାଇଛି।ସୂଚନା ଅନୁଯାୟୀ ଜଣାପଡ଼ିଛି ଯେ ମୋତିରାମ ବିନ୍ଧାଣି(୫୦)ଙ୍କ ଝିଅ ଚନ୍ଦ୍ରିକା ବିନ୍ଧାଣି(୧୭)ଗତ ଶନିବାର ସନ୍ଧ୍ୟା ପ୍ରୟ ୬ଟା ବେଳୁ ଘରୁ ବାହାରି ଯାଇଥିଲେ।ପରେ ଝିଅକୁ ନପାଇପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିଥିଲେ।ଦୁଇ ଦିନ ଖୋଜିବା ପରେ ତାଙ୍କ ଅନ୍ୟ ଏକ ଘର ଯାହାକୁ ଏକ ବର୍ଷ ପୂର୍ବରୁ ସେମାନେ ଛାଡିଥିଲେ ସେଠାରେ ଝିଅକୁ ଝୁଲନ୍ତା ଅବସ୍ଥାରେ ଦେଖି ସ୍ଥାନୀୟ ରାଇଘର ପୋଲିସ କୁ ଖବର ଦେଇଥିଲେ।ରାଇଘର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ଶବ ଉଦ୍ଧାର କରି କେସ ନଂ ୭୧/୧୯ରେ ଏକ ଅପମୃତୁ ମାମଲା ରୁଜୁ କରି ବ୍ୟବଚ୍ଛେଦ କୁ ପଠାଇ ଘଟଣା ର ତଦନ୍ତ ଚଳାଇଛି।ସତର ବର୍ଷୀୟ ନାବାଳିକା କଣ ପାଇଁ ଆତ୍ମହତ୍ୟା କଲେ ଏହା ଏବେ ଲୋକ ମାନଙ୍କ ମନରେ ସନ୍ଦେହର ପ୍ରଶ୍ନବାଚକ ସୃଷ୍ଟି ହୋଇଛି।
ତାଜା ଖବର
- ବନ୍ଧୁକ ମୁନରେ ଲୁଟ ଘଟଣା,: ଗିରଫ ହେଲେ ୫ ଡକାୟତ: ସୁନା ରୂପା ଅଳଙ୍କାର,ଟଙ୍କା ସମେତ ବହୁ ସାମଗ୍ରୀ ଜବତ
- ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ସମିତି ପକ୍ଷରୁ କାର୍ଯ୍ୟ କାରିଣୀ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ
- ତିଆରି ହେଲା ଇତିହାସ, ୧୯ ତମ ବିଭାହ ବାର୍ଷିକୀରେ ଦମ୍ପତି ଚୁକ୍ତି କଲେ ମର ଶରୀର ଦାନ
- ଜମନକିରା ବ୍ଲକରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅଭିଯାନ ଅନୁଷ୍ଠିତ, ୫୩୮ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା
- ଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନାର ଶୁଭାରମ୍ଭ
- ନାରୀ ନିର୍ଯାତନା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ
- ଅଙ୍ଗନୱାଡ଼ି କେନ୍ଦ୍ରରେ ଦୀର୍ଘଦିନ ହେଲା ନଳକୂପ ଅଚଳ : ପାଣି ସମସ୍ୟା ସୁଧୁରିବ କେବେ ?
- ସବଡେଗାରେ ଅବକାରି ବିଭାଗର ଚଢ଼ାଉ ,୨୩୪ ଲିଟର ବିଦେଶୀମଦ ଜବତ
- ନାରୀ ନିର୍ଯାତନା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ
- ଶ୍ରୀରାମ ବାଟିକାରେ ୨୪ ପ୍ରହରୀ ନାମଯଜ୍ଞ, ସାଧୁ ସନ୍ଥଙ୍କ ସମାଗମ