ରାୟଗଡା, ୨୮/୧୨/୨୦୧୧ (ସନ୍ଧାନ ନିଉଜ) : ରାୟଗଡା ଶୁଣ୍ଢିସାହିରେ ଅଭାବନୀୟ ଘଟଣା । ଗୋଟିଏ ଘର ଭିତରୁ ଯୁବକ ଓ ଯୁବତୀଙ୍କୁ ମୃତଦେହ ଉଦ୍ଧାର । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଯୁବକ ଜଣଙ୍କ ଉକ୍ତ ଗାଁର ହୋଇଥିବା ବେଳେ ଯୁବତୀ ଜଣଙ୍କ ପରିଚୟ ମିଳିପାରିନି । ଯାହାକୁ ନେଇ ଦୁହିଁଙ୍କ ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ରହିଛି । ଯୁବକଙ୍କ ଘରେ ଗୋଟିଏ ଫ୍ୟାନରେ ଉଭୟ ଫାଶି ଦେଇଥିବା ସୂଚନା ମିଳିଛି । ଯୁବକଙ୍କ ଜଣଙ୍କ ବିବାହିତ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଅନ୍ୟତ୍ର ରହୁଛନ୍ତି । ଆଉ ଯୁବତୀ ଜଣଙ୍କ ସହିତ ଯୁବକଙ୍କ ପ୍ରେମ ସମ୍ପର୍କ ରହିଥିବା ସନ୍ଦେହ କରାଯାଉଛି।ତେବେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତ ଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି । ଅନ୍ୟପଟେ ଏହି ମାମଲାରେ ପରିବାର ଲୋକଙ୍କ ପକ୍ଷରୁ କିଛି ଅଭିଯୋଗ ହୋଇନଥିବା ବେଳେ ପୋଲିସ୍ ନିଜ ଆଡୁ ମାମଲା ରୁଜୁ କରି ଛାନ୍ଭିନ୍ ଆରମ୍ଭ କରିଛି ।
ଘର ଭିତରୁ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
|
December 28, 2021 |



