ଘରୋଇ କଳିରୁ ସ୍ୱୀମୀକୁ ଲାଇଭ ଭିଡିଓ କରି ପତ୍ନୀ କଲେ ଆତ୍ମହତ୍ୟା, ପରିବାର ବର୍ଗ ଆଣିଲେ ହତ୍ୟା ଅଭିଯୋଗ

Spread the love


ଯାଜପୁର, ୧/୧୧ (ସନ୍ଧାନ ନିଉଜ/ମାନସ ରାଉତ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କଦମପାଳ ଗ୍ରାମର ଜଣେ ମହିଳା ନିଜ ସ୍ୱୀମୀଙ୍କୁ ଲାଇଭ ଭିଡିଓ କରି ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ମୁତାବକ କଦମପାଳ ଗ୍ରାମର ପ୍ରଭାକର ପ୍ରଧାନଙ୍କ ପୁଅ କେଦାର ବଡଚଣା ବ୍ଲକ ସାଉଡିଆ ପଂଚାୟତ ବଣିଆରୀ ଗ୍ରାମର ଫକିର ମହାନ୍ତିଙ୍କ ଝିଅ ପୂଣ୍ଣିମା ପ୍ରଧାନଙ୍କୁ ବୈଦିକ ମତେ ତିନିବର୍ଷ ତଳେ ବିବାହ କରିଥିଲେ । ତେବେ ବିବାହ ପରେ ବିଭିନ୍ନ କାରଣରୁ ସ୍ୱାମୀ ସହିତ ମତାନ୍ତର ହେଉଥିବା ବେଳେ କଳିଝଗଡା ଲାଗିରହୁଥିଲା । ସ୍ୱାମୀ କେଦାର ସାଉଦି ଆରବରେ କାର୍ଯ୍ୟ କରୁଥିବା ବେଳେ ଶଶୁର ପ୍ରଭାକର ଗୁଜୁରାଟରେ ଚାକିରି କରି ନିଜ ପତ୍ନୀଙ୍କ ସହିତ ରହୁଥିଲେ । ଗ୍ରାମରେ ପୂଣ୍ଣିମା କେବଳ ନିଜର ଦେଢ଼ବର୍ଷର ପୁଅ ରେସ୍ମ ପ୍ରଧାନ ସହିତ ରହିଆସୁଥିଲେ । ତେବେ ଗତକାଲି ସଂଧ୍ୟରେ ନିଜ ସ୍ୱୀମୀଙ୍କୁ ଲାଇଭ ଭିଡିଓ କରି ଆତ୍ୱହତ୍ୟା କରୁଥିବା କହି ନିଜର ପୁଅକୁ ଘର ବାହାରେ ଛାଡି ଭିତରୁ ପଟୁ କବାଟ ଦେଇ ପ୍ୟାନରେ ଲୁଗା ସାହାର୍ଯ୍ୟରେ ଆତ୍ୱହତ୍ରା କରିଥିଲେ । ସ୍ୱମୀ ତୁରନ୍ତ ପାଖ ପୋଡଶୀକୁ ଖବର ଦେଇଥିଲେ ବି ପାଖ ପଡୋଶୀ ଆସି ପଂହଚିବା ବେକୁ ପୂଣ୍ଣିମା ଆତ୍ମହତ୍ୟା କରିସାରିଥିଲେ । ଖବର ପାଇ ପୋଲିସ ଏବଂ ମାଜିଷ୍ଟେସ୍ ଭାବେ ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ମିଶ୍ର ଉପସ୍ଥିତ ରହି ଶବକୁ ଉଦ୍ଧାର କରି ବଡଚଣା ମେଡିକାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଅଧିକ ତଦନ୍ତ ଜାରି ରଖିଛି । ଅପର ପକ୍ଷରୁ ଝିଅର ଦାଦା ପଦନ ମହାନ୍ତି ବାଲିଚନ୍ଦ୍ରପୁର ଥାନାରେ ଝିଅକୁ ଶାଶୁ ଶଶୁର, ଦିଅର, ବିବାହିତା ନଣଦ, ସ୍ୱମୀ ବିଭିନ୍ନ ସମୟରେ ଶାରୀରିକ ମାନସିକ ନିର୍ଯ୍ୟତନା ଦେବା ସହିତ ।ତଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

Related Posts

About The Author

Add Comment