ସୁନ୍ଦରଗଡ଼ ତା:୦୭-୦୨-୨୦୨୬ରିଖ (ସନ୍ଧାନ ନ୍ୟୁଜ ) ସ୍ୱାମୀ, ସ୍ତ୍ରୀ ଘରେ ନଥିବା ମଉକା ପାଇ ତାଲା ଭାଙ୍ଗି ଚୋରି ହୋଇଥିବା ନେଇ ତଲସରା ଥାନା ରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି । l ସୂଚନା ଅନୁସାରେ ବାଲିଶଙ୍କରା ଭାଟିପଡ଼ା ଗ୍ରାମର ଫଗୁ ମିଞ୍ଜ (୪୫)ତାଙ୍କ ସ୍ତ୍ରୀ ସହିତ ଗତ ତା:୦୬-୦୨-୨୦୨୬ରିଖ ଦିନ ନିଜ ଘରେ ତାଲା ଦେଇ କିଛି କାର୍ଯ୍ୟକୁ ନେଇ ଅନ୍ୟ ସ୍ଥାନକୁ ଯାଇଥିଲେ । ସେ ତା:୦୭-୦୨-୨୦୨୬ରିଖ ସକାଳ ୧୦ଟା ସମୟ ରେ ଘର ଫେରିଲା ବେଳକୁ ତାଲା ଭାଙ୍ଗି କେହି ତାଙ୍କର କଂସା ବାସନ, ଓ ଆଲମିରା ଫାଡ଼ି ଆଲମିରା ଖୋଲା ଥିବା ଦେଖିବାକୁ ପାଇଲେ ।ସାଙ୍ଗେ ସାଙ୍ଗେ ଜିନିଷ ପତ୍ର ଖୋଜାଖୋଜି କରିବା ବେଳକୁ ଆଲମିରାରେ ଥିବା ସୁନା ,ରୂପା ସହିତରେ ରଖିଥିବା ୩୦ହଜାର ଟଙ୍କା ଚୋରି କରି ନେଇଯାଇଥିବା ଜାଣିବାକୁ ପାଇଲେ । l ଏସବୁ ଦେଖି ପରିବାର ଶୁଁନ ହୋଇପଡ଼ିଥିଲେ ।ଏନେଇ ସେ ତଲସରା ଥାନା ରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି l ଅଭିଯୋଗ ପାଇ ତଲସରା ଥାନା ଅଧିକାରୀ ଏକ କେଶ ରୁଜୁ କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି l
ଘରେ ନ ଥିବା ସମୟରେ ତାଲା ଭାଙ୍ଗି ଚୋରି ଅଭିଯୋଗ, ଥାନାରେ ଏତଲା
|
February 7, 2026 |



