ରାଉରକେଲା, ୧୨/୦୮/୨୦୨୦ (ସନ୍ଧାନ ନିଉଜ) : ରାଉରକେଲା ଫର୍ଟିଲାଇଜର ଅଂଚଳରେ ଏକ ପରିବାରର ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରୁଥିବା ସମୟରେ ମୃତ୍ୟୁମୁଖରୁ ଉଦ୍ଧାର ପାଇଛନ୍ତି । ଉଭୟଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି । ଫର୍ଟିଲାଇଜର ଟାଉନସିପ କ୍ୱାର୍ଟର ନଂ ଡି-୧୭ରେ ରହୁଥିବା ଆରଏସପି କର୍ମଚାରୀ ସୁବାଷ ସାମଲ(୫୫) ଓ ତାଙ୍କ ପତ୍ନୀ ଶାନ୍ତିଲତା ସାମଲ(୪୮) ପୁଅ,ବୋହୂଙ୍କ ସହ ସପରିବାର ବାସ କରନ୍ତି । ଘରେ କେହି ନଥିବା ସମୟରେ ଦମ୍ପତି ଦ୍ୱୟ ଘର ଭିତରେ ଥିବା ସିଲିଙ୍ଗ ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟାର ଉଦ୍ୟମ କରିଥିଲେ । ପଡୋଶୀ ମାନେ ତତ୍କ୍ଷାଣତ ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ଆଇଜିଏଚ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଥିଲେ । ପରିବାର ପକ୍ଷରୁ ଟାଙ୍ଗରପାଲୀ ପୁଲିସକୁ ଏହି ଘଟଣା ସମ୍ପର୍କରେ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା । ସ୍ଥାନୀୟ ଟାଙ୍ଗରପାଲୀ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ଏହି ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ଘରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ
|
August 12, 2020 |


