ଘରେ ଘରେ ପଦ୍ମ:ଲୋକଙ୍କ ସହ ଯୋଡି ହେଲେ ନାଉରୀ

Spread the love

ସମ୍ବଲପୁର/ସନ୍ଧାନ ନ୍ୟୁଜ:ନିର୍ବାଚନ ଯେତେ ପାଖେଉକଛି, ସେତିକି ଜମୁଛି ପ୍ରଚାର।ଆଜି ରେଙ୍ଗାଲିର ଘରେ ଘରେ ପଦ୍ମ ଫୁଟିଛି।ପଦ୍ମ ମହକରେ ନିର୍ବାଚନୀ ମାହୋଲ ବେଶ ମହକି ଥିବା ଚର୍ଚା ଯୋର ଧରିଛି।ଗାଁ ଗାଁ ରେ ନୂଆ ସରକାର ପରିବର୍ତ୍ତନର ସରକାର ଭଳି ଗୁଲି ଖଟି ଚାଲିଛି।ଏଭଳି କିଛି ସ୍ୱର ବାରି ହେଉଥିଲା ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳିରେ ବିଜେପି ବିଧାୟକ ପ୍ରାର୍ଥୀ ନାଉରୀ ନାଏକଙ୍କ ନିର୍ବାଚନୀ ପ୍ରଚାର ପରବର୍ତ୍ତୀ ଦୃଶ୍ୟପଟ୍ଟରୁ। ରେଙ୍ଗାଲି ଏବଂ ଜଙ୍ଗଲା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଆଜି ରେଙ୍ଗାଲି ବିଧାୟକ ତଥା ବିଧାୟକ ପ୍ରାର୍ଥୀ ନାଉରୀ ନାୟକ ଘର କୁ ଘର ବୁଲି ଆଜି ପ୍ରଚାର କରିଛନ୍ତି । ତାଙ୍କ ସହ ରେଙ୍ଗାଲି ବିଧାନସଭା ପ୍ରଭାରୀ ରାମଚନ୍ଦ୍ର ମେହେର , ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ , ରେଙ୍ଗାଲି ମଣ୍ଡଳ ସଭାପତି ନବୀନ ପ୍ରଧାନ , ଯୁବ ନେତା ଉତ୍ତମ ବିଶ୍ବାଳ , ନିଶାନଭଙ୍ଗା ସରପଞ୍ଚ ସରୋଜ ମେହେର , ଯୁଗଲ ଅଗ୍ରୱାଲ ଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ରହି ପ୍ରଚାର ମୈଦାନରେ ଠିଆ ହୋଇଥିଲେ।ଏମାନଙ୍କ ସହିତ ବିଭିନ୍ନ ଅଞ୍ଚଳରେ ସ୍ୱତ୍ତପ୍ରବୃତ୍ତ ଭାବେ ଜନସାଧାରଣ ସାମିଲ ହୋଇ ବିଜେପି ପ୍ରଚାରରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।

Related Posts

About The Author

Add Comment