ଘରେ ଘରେ କଂଗ୍ରେସ ଘରେ ଘରେ ହାତ” କାର୍ଯ୍ୟକ୍ରମର ଶୁଭାରମ୍ଭ (ଦୁଇ ଶାସକ ଦଳକୁ ପ୍ରଚାର ପତ୍ର ମାଧ୍ୟମରେ ଟାର୍ଗେଟ କଲା ଦଳ)

Spread the love

ଯାଜପୁର:୨୫ା୦୯ (ସନ୍ଧାନ ନ୍ୟୁଜ): ପ୍ରଦେଶ କଂଗ୍ରେସର ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତରେ “ଘରେ ଘରେ କଂଗ୍ରେସ ଘରେ ଘରେ ହାତ” କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିବା ବେଳେ ଯାଜପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି ମନୋଜ ରାଉତଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ବିଧାନସଭା ମଣ୍ଡଳୀର ନେତା ସନ୍ତୋଷ ନନ୍ଦଙ୍କ ନେତୃତ୍ୱରେ ଯାଜପୁର ବ୍ଲକର ପଣସା ପଞ୍ଚାୟତ ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ସୋମବାର ଦିବା ୧୧ ଘଟିକାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଶତାଧିକ କର୍ମୀ ଓ ନେତୃମଣ୍ଡଳୀ ଶୋଭାଯାତ୍ରାରେ ବାହାରି ପଣସା ପଞ୍ଚାୟତରେ ପଦ ଯାତ୍ରା କରିଥିଲେ । ପଦଯାତ୍ରା ସମୟରେ ପଞ୍ଚାୟତର ଘରକୁ ଘର ପହଞ୍ôଚ ୨୪ ବର୍ଷର ନବୀନ ସରକାର ଓ କେନ୍ଦ୍ରର ୯ ବର୍ଷରୁ ଅଧିକ ସମୟ ଧରି ଶାସନ କରୁଥିବା ବିଜେପି ସରକାର ଜନସାଧାରଣଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି ବୋଲି ସମସ୍ତ ଜନସାଧାରଣଙ୍କୁ ଜଣାଇବା ସହିତ ଓଡ଼ିଶାରେ ଦୀର୍ଘ ବର୍ଷ ଧରି ବିଜେଡି ସରକାର ଶାସନରେ ଥିଲେ ମଧ୍ୟ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଖରାପ ପରିସ୍ତିତି ଦେଇ ଗତି କରୁଛି । ବେକାରୀ ସମସ୍ୟା, ସମସ୍ତଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା, ଶିକ୍ଷା, ସାମାଜିକ ସୁରକ୍ଷା, କୃଷକର ଆୟ, ମହିଳା ମାନଙ୍କର ସୁରକ୍ଷା, ଓଡ଼ିଶାରେ ବେକାରୀ ସମସ୍ୟା ହେତୁ ବେକାରୀ ଯୁବକମାନେ ଦାଦନ ଖଟିବା ପାଇଁ ଅନ୍ୟରାଜ୍ୟକୁ ପଳାଇ ଯାଉଛନ୍ତି । ରାଜ୍ୟରେ କୃଷିଭିର୍ତ୍ତିକ ଶିଳ୍ପ ଆଦି ବିଫଳ ହୋଇଛି । ସେହିପରି କେନ୍ଦ୍ରରରେ ବିଜେପି ସରକାର ଦେଶର କୃଷକ, ଶ୍ରମିକ, ଯୁବକ, ମହିଳା, ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ; ତାହା ଆଜି ମିଛି ପ୍ରତିଶ୍ରୁତି ବୋଲି ପ୍ରମାଣିତ ହୋଇସାରିଥିବା ବେଳେ ଦରଦାମ ଆକାଶ ଛୁଆଁ, ପେଟ୍ରୋଲ୍‌, ଡିଜେଲ୍‌, ରନ୍ଧନ ଗ୍ୟାସର ମୂଲ୍ୟ ଦୁଇଗୁଣା ବୃଦ୍ଧି ପାଇଛି । ଏଣୁ କଂଗ୍ରେସ ସରକାର ପ୍ରତିଷ୍ଠା ହେଲେ ରାଜ୍ୟର ଯୁବକ, କୃଷକ, ଶ୍ରମିକ, ମହିଳା ବିଶେଷକରି ଆଦିବାସୀ, ପଛୁଆ ବର୍ଗ, ଅନୁସୂଚିତ ଜାତି ଓ ସଂଖ୍ୟା ଲଘୁ ବର୍ଗର ବିିକାଶ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେବ ବୋଲି ପଦଯାତ୍ରାରେ ଉପସ୍ଥିତ ନେତୃମଣ୍ଡଳୀ ଲୋକମାନଙ୍କୁ ବୁଝାଇଥିଲେ । ବିଭିନ୍ନ ଗାଁ ଗହଳି ମାନଙ୍କରେ ଲୋକ ଉତ୍ସାହର ସହିତ ଘରୁ ବାହାରି ନେତୃମଣ୍ଡଳୀମାନଙ୍କୁ ଅଭ୍ୟର୍ଥନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ବିଷ୍ଣୁ ଚରଣ ରାଉତ, ବଳଭଦ୍ର ଦାସ, ଭାଷ୍କର ମହାନ୍ତି, ଦୁର୍ଯ୍ୟୋଧନ ବେହେରା, ନାରାୟଣ ଚନ୍ଦ୍ର ସାମନ୍ତ, ପ୍ରତିମା କର, ବିଭୂତି ମହାପାତ୍ର, ଅକ୍ଷୟ ଶତପଥୀ, ଦେବେନ୍ଦ୍ର ପଣ୍ଡା, ଗଦାଧର ଦାସ, ଅଶୋକ ଦାସ, ଭରତ ସାମଲ, କନକଲତା ରାଉତ, ନିକୁଞ୍ଜ ସାମଲ, ଗୋବିନ୍ଦ ସାହୁ, ଅନିଲ ମହାନ୍ତି, ରଘୁନାଥ ସାହୁ, ବିଦ୍ୟାଧର ବାରିକ, ଅମୂଲ୍ୟ ବିଶ୍ୱାଳ, ରମେଶ ପତି, କଳିଙ୍ଗ କେତକି, ସେକ୍ ମୁର୍ସିଦ୍ ଅଲ୍ଲି, ବିଦ୍ୟାଧର ଜେନା, ଉତ୍କଳ ପାଣିଗ୍ରାହୀ, ମୃତ୍ୟୁଞ୍ଜୟ ବିଶ୍ୱାଳ, ଅବ୍‌ଦୁଲ୍ ହଲିମ୍‌, ଭାରତ ସାହୁ, ଅର୍ଜିତ ନାୟକ, ପ୍ରଶାନ୍ତ ସାହୁ, ପରିମଳ ବିଶ୍ୱାଳ, ସେକ୍ ହଲିମ୍‌, ଅଲେଖ ପୃଷ୍ଟି, ଅର୍ଣ୍ଣବ ମିଶ୍ର, ହୃଷିକେଶ ଜେନା, ଅଲେଖ ପୃଷ୍ଟି, ରବିନ୍ଦ୍ର ସ୍ୱାଇଁ, ଅର୍ଜୁନି ଜେନା, ମାନସ ପଣ୍ଡା, ସବିତା ମହାନ୍ତି, ରମାକାନ୍ତ ଦାସ, ନଣ୍ଡା ଜେନା, ଅବ୍ଦୁଲ ରୌପ, ଭରତ ସାହୁ, ବିଜୟ ମହାପାତ୍ର ପ୍ରଭୃତି ଶତାଧିକ କର୍ମୀ ପଦଯାତ୍ରାରେ ସାମିଲ ହୋଇଥିଲେ ।

Related Posts

About The Author

Add Comment