ତିହିଡ଼ି ୨୯/୩/୨୬ (ସନ୍ଧାନ ନ୍ୟୁଜ ) ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ରେ ଥିବା ଶାସନ ଗାଁ ରେ ଗ୍ୟାସ ରୁ ନିଆଁ ଲାଗି ତିନି ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭାର୍ଗବୀ ଶତପଥୀ (୪୦), ସ୍ବାମୀ ଉଦୟନାଥ ଶତପଥୀ (୪୫), ଝିଅ ସ୍ନେହଞ୍ଜଳି ଶତପଥୀ(୧୪) ଙ୍କୁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି।ଭାର୍ଗବୀ, ଓ ଉଦୟ ଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣା ସ୍ଥଳ ର ରିପୋର୍ଟ ଅନୁସାରେ ଭାର୍ଗବୀ ଚାହା ପ୍ରସ୍ତୁତ ପାଇଁ ଗ୍ୟାସ ରେ ଲାଇଟର ସଂଯୋଗ କରୁଥିବା ସମୟ ରେ ତାଙ୍କ ଦେହ ରେ ନିଆଁ ଲାଗି ଯାଇଥିଲା, ତାଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରି ସ୍ବାମୀ ଓ ଝିଅ ନିଆଁ ରେ ପୋଡ଼ି ଯାଇଥିଲେ। ତାଙ୍କୁ ସହଯୋଗ କରିବା ପାଇଁ ଓ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ପ୍ରଶାନ୍ତ ପଲେଇ,ଓ ଯୁବ ନେତା ଶ୍ରୀଯୁକ୍ତ ଉଷା କାନ୍ତ ନାୟକ ସରକାରଙ୍କ ଠାରେ ଦାବି କରିଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନ୍ୟୁନ ଅନୁସନ୍ଧାନ।
ଗ୍ୟାସ ରୁ ନିଆଁ ଲାଗି ତିନି ଜଣ ଗୁରୁତର
|
March 29, 2026 |



