ଗ୍ରୀଷ୍ମ ପ୍ରକୋପ ବେଳେ ତାଳଚେରରେ ବିଦ୍ୟୁତ କାଟ ଓ ପାନୀୟ ଜଳ ସମସ୍ୟା

Spread the love

ତାଳଚେର, ୨୭/୫ (ସନ୍ଧାନ ନିୟୁଜ): ଗତକିଛି ଦିନ ହେବ ତାଳଚେରରେ ଗ୍ରୀଷ୍ମର ପ୍ରକୋପ ଅଧିକ ରହୁଛି। ଗତ ଏକ ସପ୍ତାହ ହେବ ଏଠାରେ ସରକାରୀ ଭାବେ ତାପମାତ୍ରା ୪୩ ରୁ ୪୫ ଡିଗ୍ରୀ ରହୁଥିଲେ ମଧ୍ୟ ବେସରକାରୀ ଭାବେ ଏହା ଢେର ଅଧିକ ରହୁଥିବାର ଅଂଚଳବାସୀ ଅନୁଭବ କରୁଥିବାର ପ୍ରକାଶ କରିଛନ୍ତି। ସକାଳୁ ସନ୍ଧ୍ୟା ଯାଏ ପ୍ରବଳ ତାତି ସହ ଗୁଳୁଗୁଳି ଅନୁଭୂତ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥିଲେ ଲୋକେ ଘରେ ରହିବାକୁ ଉଚିତ୍ ମନେ କରୁଛନ୍ତି। ତେବେ ଏଭଳି ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ତାଳଚେରବାସୀ ବିଦ୍ୟୁତକାଟ ଏବଂ ପାନୀୟଜଳ ସମସ୍ୟାରେ ଘାଂଟି ହେଉଛନ୍ତି। ତାଳଚେର ବ୍ଲକର ବିଭିନ୍ନ ପଂଚାୟତରେ ପାଇପ ଯୋଗାଇ ଦିଆ ଯାଉଥିବା ପାନୀୟଜଳ ଅତ୍ୟନ୍ତ ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ପଙ୍କୁଆ, ଦଳ ମିଶ୍ରିତ ଅନୁପଯୁକ୍ତ ପାଣି ପାଇପରେ ଆସୁଥିବାର ଅଭିଯୋଗ ହେଉଛି। ପାନୀୟଜଳ ସମସ୍ୟା ବ୍ୟତୀତ ତାଳଚେରରେ ଘନଘନ ବିଦ୍ୟୁତ କାଟ ମଧ୍ୟ ଲୋକଙ୍କୁ ଅତିଷ୍ଠ କରୁଛି। ଲୋକେ ଗରମ ଏବଂ ଗୁଳୁଗୁଳିରେ ସଢ଼ୁଥିବା ବେଳେ ଦିନରାତି ଯେ କୈାଣସି ସମୟରେ ବିନା କାରଣରେ ଏପରି ବିଜୁଳି କାଟ ବନ୍ଦ କରିବାକୁ ଲୋକେ ଦାବି କରିଛନ୍ତି। ଅପରପକ୍ଷରେ ଗତକାଲି ତାଳଚେରର ତାପମାତ୍ରା ୪୫.୭ ରହିଥିବା ବେଳେ ଆଜି ତାପମାତ୍ରା ୪୪.୬ ରହିଛି। ଆଗାମୀ କିଛି ଦିନ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାସହ ବିଦ୍ୟୁତ କାଟ୍ କୁ ତୁରନ୍ତ ବନ୍ଦ କରିବା ତଥା ଏଥିପ୍ରତି ସ୍ଥାନୀୟ ପ୍ରଶାସନ ବିଶେଷଭାବେ ଦୃଷ୍ଟି ଦେବା ନିମନ୍ତେ ଜନସାଧାରଣଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି।

Related Posts

About The Author

Add Comment