ଯାଜପୁର, ୧୭/୭ (ସନ୍ଧାନ ନିୟୁଜ) ଗ୍ରାହକଙ୍କୁ ଲୁଟୁଛନ୍ତି ବିଭିନ୍ନ ବ୍ୟଟେରା ଇନଭଟର କମ୍ପାନୀ, ଏହି ଲୁଟେରା ଗ୍ୟାଙ୍ଗ ଭିତରେ ରହିଛ ବ୍ୟଟେରୀ ଏବଂ ଇନଭଟରା ବଜାରରେ ବିକି୍ର କରୁଥିବା ଲୁମିନସ କମ୍ପାନୀ । ଖାଲି ଏତିକି ନୁହେଁ ଏହି କମ୍ପାନୀ ବିଦୁ୍ୟତ ବିଭାଗର ଅଧିକାରୀଙ୍କ ସହିତ ବିଭିନ୍ନ ଡିଲ କରିବା ସହିତ ବିଦୁ୍ୟତ କାଟିବାରେ ମାହିରି ସାଜିଛନ୍ତି । ଏପରିକି ଏହି କମ୍ପାନୀ ନିଜର ବ୍ୟାଟେରୀ ଏବଂ ଇନଭଟର ବିକ୍ରେତାଙ୍କ ଜରିଆରେ ଗ୍ରାହକକୁ ଲୁଟିବା ସହିତ ସେମାନଙ୍କୁ ହଇରାଣ କରୁଥିବା ଦେଖାଯାଇଛି । ଏନେଇ ଆଜି ରାଜ୍ୟ ଗ୍ରାହକ ସେବା ବିଭାଗରେ ଅଭିଯୋଗ କରାଯାଇଛି । ଏନେଇ ଖୁବ ଶୀଘ୍ର କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ମୁତାବକ ହରିଦାସପୁର ଜଣେ ଗ୍ରାହକ ବିଦୁ୍ୟତ ସେବା ଠିକ୍ରେ ରହୁନଥିବାରୁ ଏହାର ଉପଚାର ପାଇଁ ଚଣ୍ଡିଖୋଲ ଖାନ ଇଲକେଟ୍ରୋନିକ୍ରୁ ଲୁମିନସର ଏକ ଇନଭଟର ଏବଂ ବ୍ୟାଟେରୀ କିଣିଥିଲେ । ଅଳ୍ପିଦନ ଯାଇନି ଉକ୍ତ ବ୍ୟଟେରୀ ଏବଂ ଇନଭଟର ଖରାପ ହୋଇଥିଲା ଏହାର ୱାରେଂଟୀ ଥିବାରୁ ଗ୍ରାହକ ଜଣଙ୍କ କମ୍ପାନୀକୁ ଅବଗତ କରିବା ପରେ କମ୍ପାନୀ ନିଜର କର୍ମଚାରୀ ପଠାଇ ତଦରକ କରିବା ସହିତ ଏହାକୁ ଯେଉଁଠୁ କିଣିଛ ସେଠାରେ ଫେରାଇ ଦେବାକୁ ପରାମର୍ଶ ଦେବା ସହିତ ଏହା ବଦଳରେ ନୂତନ ମିଳିପାରିବ ବୋଲି କହି ଏକ କାର୍ଡ ପ୍ରଦାନ କରିଫେରିଥିଲେ । ପରେ ଲକ ଡାଉନ ପୂର୍ବରୁ ଗ୍ରାହକ ଜଣଙ୍କ ତାହାକୁ ଚଣ୍ଡିଖୋଲ ଖାନ ଇଲକଟ୍ରୋନିକ୍ ଦୋକାନରେ ଫେରସ୍ତ କରି ଦୀର୍ଘ ଦିନ ଦୌଡି ଦୋଡି ନୟାନ୍ତ ହୋଇଥିଲେ । ଏପରକି ଯାଜପୁର ରୋଡରେ ଥିବା କମ୍ପାନୀକୁ ଯୋଗାଯୋଗ କରିବା ପରେ ମଧ୍ୟ ଯାଜପୁର ରୋଡରେ ଥିବା ଏହି କମ୍ପାନୀ ଚୋର ଲୁଟେରା କର୍ମଚାରୀ ମାନେ ଫୋନ ନଉଠାଇବା ଏବଂ ଭିଭିନ୍ନ ମିଛ କଥା କହିବା ଫଳରେ ଗ୍ରାହକ ଶେଷରେ ନିରାଶ ହୋଇ ଗାଳି କରିବା ପରେ ତୁମର ବ୍ୟାଟେରୀ ଖରାପ ଅଛି ନୂଆ ପାଇବ ବୋଲି କହି ଦୋକନୀକୁ ଏକ ନୂଆର ବ୍ୟାଟେରୀ ଦେବା ପାଇଁ କହିଥିଲେ । ଏପରିକି ନୂଆ ବ୍ୟାଟରୀର ସିରିଏଲ ନମ୍ବର କିୁ୍ୟୟ୬ଆଇ୩୮୧ଇ୧୦୪୦୦୫୩ ପ୍ରାଦାନ କରି ଯାଜପୁର ରୋଡରୁ ଏକ ଲିଖିତ ଆଣି ନେଇଯିବାକୁ କହିଥିଲେ । ରଜ ପାଇଁ ଯାଜପୁର ରୋଡ କାର୍ଯ୍ୟଳୟ ବନ୍ଦ କରିବା ପରେ ଏନେଇ ପୁର୍ନବାର ଯୋଗାଯୋଗ କରିବା ପରେ ଉକ୍ତ ବ୍ୟାଟେରୀକୁ ମଧ୍ୟ ବିକି୍ର କରିଦେଇଥିବା ଖାନ ଇଲେକଟ୍ରୋନିକ ପକ୍ଷରୁ କୁହାଯାଇଥିଲା । ପରେ ଆଉ ଏକ ଯୋଗାଡ କରିଦେଉଛ କହି ଯାଜପୁର ରୋଡ ଅଫିସ ଫୋନ କାଟି ଦେବା ସହିତ ଆଉ ଫୋନ ଉଠାଇନଥିଲା । ଏନେଇ ସମ୍ପକ୍ତ କର୍ମଚାରୀଙ୍କ ବିରୋଧରେ ଲୁମିନସ କମ୍ପାନୀକୁ ଅବଗତ କରାଯାଇ ତାଙ୍କ ବିରୁଧରେ ରାଜ୍ୟ ଗ୍ରାହକ ସେବା ବିଭାଗକୁ ଜଣାଇ ଅଭିଯୋଗ କରାଯାଇଛି । ଅନ୍ୟ ଗ୍ରାହକ ମାନଙ୍କ ଖବର ମାଧ୍ୟମରେ ଜଣାଇଦିଆଯାଉଛି ଯେ ଖାନ ଇଲକଟ୍ରୋନିକ ଏବଂ ଲୁମିନସ କମ୍ପାନର କୌଣସି ଜିନିଷ କ୍ରୟ କରିବେ ନାହିଁ । ନଚେତ ସମସ୍ତ ଗ୍ରାହକଙ୍କୁ ହିନସ୍ତା ହେବାକୁ ପଡିବ ।
ଗ୍ରାହକଙ୍କ ଲୁଟୁଛନ୍ତି ଖାନ୍ ଇଲକ୍ଟ୍ରୋନିକ୍ ଏବଂ ଲୁମିନସ କମ୍ପାନୀ
|
June 17, 2020 |
