ଯାଜପୁର, ୦୪/୦୬(ସନ୍ଧାନ ନିୟୁଜ୍)-ଗ୍ରାମଚଂଳରେ ମେଗା ଇଞ୍ଜିନିୟରିଙ୍ଗ ଦ୍ୱାରା କରାଯାଉଥିବା ପାନୀୟଜଳ ଯୋଗାଣ କାର୍ଯ୍ୟରେ ନିଯୁକ୍ତ ପେଟି ଠିକାଦାରଙ୍କ କାର୍ଯ୍ୟ ଶୈଳୀରେ ଅସନ୍ତୋଷ ଦେଖାଯାଉଛି । ମେଗା ଇଞ୍ଜିନିୟରିଙ୍ଗ ସଂସ୍ଥା ବୃହତ ଟେଣ୍ଡର ହାତେଇଥିଲେ କାମ ଦେଇଥିବା ପେଟି ଠିକାଦାରମାନେ କାଯ୍ୟ ଠିକ୍ କରୁନଥିବା ଜଣାପଡ଼ିଛି । ଯାଜପୁର ଜିଲା ବଡ଼ଚଣା ବ୍ଲକ୍ ର ସୁଙ୍ଗୁଡ଼ା, ବଡ଼ଘୁମୁରୀ ପଂଚାୟତ ଓ ଧର୍ମଶାଳା ବ୍ଲକ୍ ର କ୍ଷେତ୍ରପାଳ ସହିତ ଅନ୍ୟ କିଛି ପଂଚାୟତରେ କେନ୍ଦ୍ରପଡ଼ା ଅଂଚଳର ଚନ୍ଦ୍ର ଶେଖର ନାମକ ଠିକାଦାର କାର୍ଯ୍ୟ କରୁଛି । ବିଭିନ୍ନ ଗ୍ରାମରେ ରାସ୍ତା ଖୋଲି ଦେଇ ଅଧା ପନ୍ତରିଆ ଭାବେ ପକାଇବାରୁ ପଂଚାୟତରେ ଯାତାୟତରେ ବାଧା ସୃଷ୍ଟି ହେଉଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁଙ୍ଗୁଡ଼ା ପଂଚାୟତର ଖୋସାଲିପୁର ଗ୍ରାମରେ । ଗ୍ରାମ ମଧ୍ୟରେ ହୋଇଥିବା କଂକ୍ରିଟ୍ ରାସ୍ତାକୁ କେତେକ ସ୍ଥାନରେ ବେପରୁଆ ଭାବେ ତାଡି ଦେବାରୁ ତାହା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଯେଉଁ ସ୍ତରରେ ପାଣି ପାଇପ ବିଛାଇବା କଥା ତାହା ଅଳ୍ପ ଖୋଳି ବିଛାଯାଇଥିବା ଅଭିଯୋଗ ହୋଇଛି । ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଏ ସଂପର୍କରେ ଅଭିଯୋଗ କରିବା ପରେ ତାଙ୍କର ଜଣେ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିବା ସହ ସଂପୃକ୍ତ ଠିକାଦାରଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ପନ୍ଦର ଦିନରେ ସାରିବାକୁ ଦାୟୀତ୍ୱରୁ ଅନ୍ତର ନକରି ବିଭାଗୀୟ ସଂସ୍ଥା ତାଙ୍କ ଦ୍ୱାରା କାର୍ଯ୍ୟ କରାଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟ ଠିକାଦାରଙ୍କ ଜରିଆରେ କରିବାକୁ ପ୍ରତିଶୃତି ଦେଇଥିଲେ । ଗ୍ରାମରେ ପୂର୍ବରୁ ଚାଲୁଥିବା ପାନୀୟ ଜଳ ପ୍ରକଳ୍ପ ପାଇପ ଭାଙ୍ଗି ଦେବାରୁ ତାହା ଏବେ ଅସଜଡ଼ା ରହିଛି । ଏ ସବୁ ସମସ୍ୟାର ସମାଧାନ ପାଇଁ କମ୍ପାନୀର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ବାରମ୍ଭାର ଅଭିଯୋଗ କଲା ପରେ କାର୍ଯ୍ୟ ଦାୟିତ୍ୱ ନେଇଥିବା ଠିକାଦାର ଚନ୍ଦ୍ର ଶେଖରଙ୍କୁ ଦାୟିତ୍ୱରୁ ଅନ୍ତର ନକରି ବିଭାଗୀୟ ସଂସ୍ଥା ତାଙ୍କ ଦ୍ୱାରା କାର୍ଯ୍ୟ କରାଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।


