ଗ୍ରାମୀଣ ଆବାସ ଯୋଜନା ସଂପର୍କରେ ସାମ୍ୱାଦିକ ସମ୍ମିଳନୀ

Spread the love

ଯାଜପୁର, ତା ୨୮ା୧୨ : ଯାଜପୁର ଜିଲ୍ଳ୍‌ାରେ ୨୦୨୨-୨୩ ବର୍ଷ ପାଇଁ
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବସ ଯୋଜନା ପାଇଁ କାର୍ଯ୍ୟକ୍ରମ ଆରମ୍ଭ
କରାଯାଇଚ୍ଥି । ପ୍ରକୃତ ହିତାଧିକାରୀ ଚୟନ, ଯାଂଚ ପ୍ରକ୍ରିୟା ଏବଂ
ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତି ସମ୍ୱନ୍ଧରେ ବୁଧବାର ଅପରାହ୍ନରେ ଜିଲ୍ଳ୍‌ା
ପରିଷଦ ମିନି ସଭା ଗୃହରେ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା
ା ଜିଲ୍ଳ୍‌ା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ
ଅଶୋକ କୁମାର ବେହୁରିଆ ଅଧ୍ୟକ୍ଷତା କରି କହିଲେ ଯେ, ଏହି ଅଧିନରେ ଘର
ପାଇବାକୁ ଯୋଗ୍ୟ ହିତାଧିକାରୀ ତାଲିକା ପରୀକ୍ଷାମୂଳକ ଭାବେ ଚୂଡାନ୍ତ
ହୋଇଚ୍ଥି । ଜିଲ୍ଳ୍‌ାର ୧୦ ଗୋଟି ବ୍ଳ୍‌କରୁ ସର୍ବମୋଟ ୩୪୬୩୨ ଜଣ
ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଚ୍ଥି ଏବଂ ହିତାଧିକାରୀଙ୍କ ବ୍ଳ୍‌କୱାରୀ
ତାଲିକା ଜିଲ୍ଳ୍‌ା ୱେବ୍‌ସାଇଟ୍‌ରେ ଅପଲୋଡ ହୋଇଚ୍ଥି । ପୂର୍ବ ଜନ
ଗଣନା ସମୟରେ ଯାହାକୁ ପରିବାର ରୂପେ ଗ୍ରହଣ କରାଯାଇଚ୍ଥି ସେହି ହିସାବରେ
ସାର୍ବଜନୀନ ତାଲିକା ପ୍ରସ୍ତୁତ କରାଯାଇଚ୍ଥି । ମାତ୍ର ଏହି ତାଲିକା ସୟଂ
ସଂପୂର୍ଣ୍ଣ ନୁହେଁ । ଏହା ପର୍ଯ୍ୟାୟ କ୍ରମେ ଯାଂଚ କରାଯାଇ ପୂର୍ଣ୍ଣାଙ୍ଗ ତାଲିକା
ଧାର୍ଯ୍ୟ ସମୟ ପରେ ପ୍ରକାଶ କରାଯିବ । ଏହି ତାଲିକାରେ କୈାଣସି ଆପତି
ଅଭିଯୋଗ ରହିଥିଲେ ତାହା ଜିଲ୍ଳ୍‌ା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ
ଅଥବା ସଂପୃକ୍ତ ବ୍ଳ୍‌କର ବି.ଡି.ଓ. ଙ୍କ ମାଧ୍ୟମରେ ଅଭିଯୋଗ ଦାଖଲ
କରିପାରିବେ ବୋଲି ଜିଲ୍ଳ୍‌ା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା
ନିର୍ବାହୀ ଅଧିକାରୀ ଶ୍ରୀ ବେହୁରିଆ ସମ୍ମିଳନୀରେ ପ୍ରକାଶ କରିଥିଲେ । ଏହି
ତାଲିକା ୨୦୧୭ ମସିହାର ସୋସିଓ ଇକୋନୋମିକ କାଷ୍ଟ ସେନ୍‌ସସ୍‌(ଏସ୍‌.ଇ.ସି.ସି.)
ଏବଂ ୨୦୧୯ ପଂନୀ ବାତ୍ୟା ପରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କ ଆବେଦନ
ଅନୁଯାୟୀ ପ୍ରସ୍ତୁତ କରାଯାଇଚ୍ଥି । ଏହି କାର୍ଯ୍ୟକ୍ରମରେ ଜିଲ୍ଳ୍‌ା
ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ରଶ୍ମିରେଖା ପ୍ରଧାନ, ପ୍ରୋଜେକ୍ଟ
ମାନେଜର ସୋହାନା ବେଗମ୍ ଏବଂ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ
ସରୋଜ କୁମାର ଶତପଥୀ ଅଂଶ ଗ୍ରହଣ କରିଥିଲେ ।

Related Posts

About The Author

Add Comment