ବାରିପଦା ୦୯/୦୮/୨୦୨୦ (ସନ୍ଧାନ ନିଉଜ)- ପାଞ୍ଚପୀଢ଼ ଉପଖଣ୍ଡର ରରୁଆଁ ଥାନା ଅନ୍ତର୍ଗତ ସାରୁଦିଲ ଗ୍ରାମର ଜଣେ ୧୭ ବର୍ଷ ନାବାଳିକାକୁ ପ୍ରେମ ଜାଲରେ ଛନ୍ଦି ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା କରିଥିବା ସେହି ଗ୍ରାମର ଲଳିତ ନାୟକ (୨୩)ଙ୍କୁ ପୋଲିସ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି । ଏହି ଘଟଣାରେ ପୀଡିତା ନାବାଳିକାର ବାପାଙ୍କ ଅଭିଯୋଗ କମେ ଗତକାଲି ରରୁଆଁ ଥାନାରେ କେସ ନଂ ୫୯/୨୦ରେ ବଳାତ୍କାର ଏବଂ ଅନ୍ୟାନ୍ୟ ଦଫା ସମେତ ପୋକସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯିବା ସହିତ ରରୁଆଁ ପୋଲିସ ଅଭିଯୁକ୍ତ ଲଳିତ ନାୟକଙ୍କୁ ଥାନାରେ ଅଟକ ରଖିଛି । ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଲଳିତ ଓ ପୀଡିତା ନାବାଳିକାର ଘର ସାରୁବିଲା ଗ୍ରାମରେ । ଲଳିତ ଉକ୍ତ ବାଳିକା ସହିତ ପ୍ରେମ ସଂପର୍କ ସ୍ଥାପନା କରି ଗତ ଜୁନ ମାସ ୨୨ ତାରିଖରେ ପ୍ରେମିକାକୁ ନିଜ ଘରକୁ ଡାକି ଲଳିତି ତାକୁ ବିବାହ ପ୍ରଲୋଭନ ଦେଖାଇ ରାତିରେ ନାବାଳିକା ସହିତ ଶାରିରୀକ ସଂପର୍କ ସ୍ଥାପନ କରିଥିଲା । ପରେ ଗତ ଜୁନ ମାସ ୨୮ ତାରିଖ ଦିନ କାମୁକ ଲଳିତ ଅନ୍ୟ ଏକ ଝିଅକୁ ବିବାହ ପ୍ରଲୋଭନ ଦେଖାଇ ନିଜ ଘରକୁ ନେଇଥିବା ବେଳେ ପୂର୍ବତନ ପ୍ରେମିକାର ବାପା ଏହା ଦେଖି ଗ୍ରାମ ସଭା ଡକାଇ ସେଠାରେ ଲଳିତକୁ ଦୋଷୀ ସାବ୍ୟସ୍ତ କରାଇ ତା ଉପରେ ଏକଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରାଇଥିଲେ । ଗ୍ରାମ ସଭାରେ ଲଳିତ ଜରିମାନା ଦେବା ପାଇଁ ସ୍ବୀକୃତି ଦେବା ସହିତ କିସ୍ତିରେ ପୂର୍ବତନ ପ୍ରେମିକାର ବାପାଙ୍କୁ ଟଙ୍କା ଦେବ ବୋଲି କହି ମାତ୍ର ୨୦ ହଜାର ଟଙ୍କା ଦେଇଥିଲା । ପରେ ଲଳିତ ଅବଶିଷ୍ଟ ଟଙ୍କା ନ ଦେଇ ଓଲଟି ହତ୍ୟା ଧମକ ଦେଇଥିବା ସଂପର୍କରେ ଗତକାଲି ପୀଡିତାର ବାପାଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ଲଳିତଙ୍କୁ ଥାନାରେ ଅଟକ ରଖିଛି ।
ଗ୍ରାମସଭାରେ ଦୋଷୀ ଯୁବକ ଥାନାରେ ଅଟକ
|
August 9, 2020 |
