ଚଣ୍ଡିଖୋଲ, ୧୫/୦୫ (ସନ୍ଧାନ ନିୟୁଜ) କରୋନାର ଭୟଭୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏପରକି କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ । ଏବେ ଏହା ଅଧିକ ସଂଖ୍ୟାରେ ଗ୍ରାମଂଚଳରେ ମାଡିଗଲାଣି । ଏପରକି ଗ୍ରାମଂଚଳରୁ ପ୍ରତିଦିନ କେଉଁଠି ନା କେଉଁଠି ମୃତ୍ୟୁ ମୁଖ୍ୟରେ ମଧ୍ୟ ପଡୁଛନ୍ତି । ରାଜ୍ୟ ସରକାର ଯଦିଓ ଏହାର ସକ୍ରମଣ ରୋକିବା ନିମନ୍ତେ ଲକ ଡାଉନ୍ ଏବଂ ସାପ୍ତାହକ ସଟ ଡାଉନ୍ ଘୋଷଣା କରିଛନ୍ତି । ହେଲେ ଏହା ଗ୍ରାମଂଚଳରେ ଏହାର ବିଶେଷତଃ ପ୍ରଭାବ ପକାଇ ପାରୁନି । ଗ୍ରାମଂଚଳରେ ଲୋକମାନେ ଏକାଠି ହେଉଥିବା ବେଳେ ଦୋକାନ ବାଜାର ରାତିଦିନ ଖୋଲା ରହୁଛି । ଯାହା ଫଳରେ ଗ୍ରାମଂଚଳରେ ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି । ନିକଟେରେ କବାଟବନ୍ଧ, ଚଢ଼େଇଧରା, ହରିଦାସପୁର, ବାଲିଚନ୍ଦ୍ରପୁର, ବଡଚଣାର, ପରିଆ, ବାଲିଚନ୍ଦ୍ରପୁର ଅଂଚଳର ଗ୍ରାମଂଚଳ ମାନଙ୍କରୁ କେତେକ ଲୋକ ମୃତ୍ୟୁ ବରଣ କରିଛନ୍ତି । ଏପରକି ଆଜି ବାଲିଚନ୍ଦ୍ରପୁର ଅଂଚଳର ଜୌନିକ ସାମ୍ବାଦିକ ରତିକାନ୍ତ ବଳଙ୍କର ମୃତ୍ୟୁ ହୋଇଛି । ଏହା ଭିତରେଗ୍ରାମଂଚଳରୁ ବାହାରେ ରହିଥିବା ପ୍ରବାସୀ ମାନେ ଫେରିବାରେ ଲାଗିଛନ୍ତି । ଯଦିଓ ସରକାର କେବଳ ରାଜ୍ୟ ବାହାରର ପ୍ରବାସୀ ମାନଙ୍କୁ ସଙ୍ଗୋରୋଧକୁ ରଖୁଛନ୍ତି ଅନ୍ୟ ଜିଲ୍ଲାର ଲୋକମାନଙ୍କୁ ସଙ୍ଗୋରୋଧକୁ ନିଆନଯାଉଥିବାରୁ ଗ୍ରାମଂଚଳରେ କରୋନା ନିଜର କାୟା ବିସ୍ତାର କରୁଛି । ଅନ୍ୟପଟରେ ଲକଡାଉନ ଯୋଗୁ ଗ୍ରାମଂଚଳରେ ଲୋକମାନେ କାର୍ଯ୍ୟ ନାପାଇ ହଇରାଣ ହେବାରେ ଲାଗିଛନ୍ତି । ଏପରି ସ୍ଥଳରେ ଲୁଚିଛପି କିଛି ଲୋକ କାର୍ଯ୍ୟ କରିବାକୁ ପଳାଉଛନ୍ତି । ଯାହା ଫଳରେ ଏମାନେ କରୋନାର ବାହାକ ହେଉଯାଉଛନ୍ତି । ତୁରନ୍ତ ପ୍ରଶାସନ ଏହି ସବୁ ଦିଗ ପ୍ରତି ଦୃଷ୍ଟି ଦେଇ ପ୍ରତ୍ୟକ ଲୋକଙ୍କୁ ନିଜ ଘରେ ରୋଜଗାରର ମାଧ୍ୟମ ସୃଷ୍ଟି କରିବା ସହିତ ଅମାନିଆ ମାନଙ୍କ ଉପରେ କଢ଼ା କାର୍ଯ୍ୟନୁଷ୍ଠାନ ନେବା ପାଇଁ ସାଧରଣରେ ମତ ପ୍ରକାଶ ପାଉଛି ।
ଗ୍ରାମଂଚଳରେ କରୋନା ବ୍ୟାପୁଚି, ପ୍ରଶାସନର ନିଘା ନାହିଁ
|
May 15, 2021 |
