ଗୌତ୍ତମବୁଦ୍ଧ ସଂସ୍କୃତି ଭବନ ପରିଶରରେ ଜେୟୁଜେର ସୁବର୍ଣ୍ଣ ଜୟନ୍ତୀ ପାଳିତ

Spread the love

ଯାଜପୁର, ୧୮/୧୧/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଗୌତ୍ତମବୁଦ୍ଧ ସଂସ୍କୃତି ଭବନ ପରିଶରରେ ଓଡ଼ିଶା ସାମ୍ବାଦିକ ୟୁନିୟନର ୫୦ତମ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଇଥିଲା । ଏହି ଅବସରରେ ସାମ୍ବାଦିକ ୟୁନିୟନର ରାଜ୍ୟ ସଭାପତି ପ୍ରଶନ୍ନ କୁମାର ମହାନ୍ତୀ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ମା ବିରଜାଙ୍କ ପଠୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦିପ ପ୍ରଜ୍ଜ୍ୱଳନ କରି ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦ୍ଧାଟନ କରିଥିଲେ । ଯାଜପୁର ସାମ୍ବାଦିକ ୟୁନିୟନ ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଟିତ ହୋଇଥିଲା । ଏହି ଅବସରରେ ଓଡ଼ିଶା ସରକାରଙ୍କ ଉପଦେଷ୍ଟା ମାନସରଂଜନ ମଙ୍ଗରାଜ ଯୋଗଦାନ କରି ସାମାଜିକ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବା ପାଇଁ ରାଜ୍ୟସରକାର ଖୁବ ନିୟମ ଆଣୁଥିବା ବେଳେ, ଶ୍ରୀ ମଙ୍ଗରାଜ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ । ସାମ୍ବାଦିକ ମାନେ ଲକ୍ଷ୍ମଣରେଖାକୁ ପାର ନହେବାପାଇଁ ସତ୍ୟ ସମ୍ବାଦ ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଯୋଦ୍ଧା ଭାବେ ଘୋଷଣା କରି ମୃତୁ୍ୟବରଣ କରିଥିବା ସାମ୍ବାଦକିଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଆର୍ଥôକ ସହାୟତା ରାଶି ପ୍ରଦାନ କରିଛନ୍ତି । ରାଜ୍ୟସରକାଙ୍କ ପକ୍ଷରୁ ସାମ୍ବାଦକିମାନଙ୍କୁ ୨ଲକ୍ଷ ଟଙ୍କାର ଇନ୍ସୁରାନ୍ସ ଦିଆଯାଉଥିବା ବେଳେ, ଏହାକୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ପାଇଁ ସାମ୍ବାଦିକମାନେ ଶ୍ରୀ ମଙ୍ଗରାଜଙ୍କ ନିକଟରେ ଦାବି କରିଥିଲେ । ଏହା ସହିତ ସାମ୍ବାଦିକ ଏବଂ ତାଙ୍କ ବାପା ମାଙ୍କୁ ଏଥିରେ ସାମିଲ କରାଯିବାପାଇଁ ଦାବି କରାଯାଇଥିଲା । କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ପେନସନ ଯୋଗାଇ ଦେବାକୁ ରାଜ୍ୟସରକାର ନିଷ୍ପତି ନେଇଥିବା ସୂଚନା ଦେଇଥିଲେ । ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ରହିଥିବା ବେଳେ, ଆଗାମୀ ପିଢ଼ି ମାନଙ୍କ ପାଇ ଦିଗଦର୍ଶନ ଦେବା ଗଣମାଧ୍ୟମର ଗୁରୁଦାୟୀତ୍ୱ ବୋଲି ଶ୍ରୀମତୀ ସେଠୀ ତାଙ୍କ ବକ୍ତବ୍ୟରେ କହିଥିଲ । ଅନ୍ୟତମ ଅତିଥି ରାଜ୍ୟ ମାନବାଧିକାର କମିସନର ସଦସ୍ୟ ଅସିନ୍ଅମତାଭ ଦାସ ଯୋଗଦାନ କରି ସତ୍ୟ ସମ୍ବାଦ ପରିବେଶଣ କରିବା ସାମ୍ବାଦିକ ଉପରେ ଅଙ୍କୁଶ ଲାଗୁଥିବା ଶ୍ରୀ ଦାସ ତାଙ୍କ ମତ ରଖିଥିଲେ । ମଞ୍ଚାସୀନ ଯାଜପୁର ପୂର୍ବତନ ପୌରାଦକ୍ଷ ଭବପ୍ରଶାଦ ଦାସ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ମାନେ ସତ୍ୟ ସମ୍ବାଦ ପ୍ରକାଶ କରିବା ସହିତ ପ୍ରାକୃତିକ ଦୁର୍ବିପାକ ଏବଂ ମହାମାରୀ ସମୟରେ ନିଜ ଜୀବନକୁ ବିପନ୍ନ କରି ଖବର ପ୍ରସାରଣ ଦେଇଥାଏ ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ । ସାମ୍ବାଦିକ ୟୁନିୟନର ରାଜ୍ୟ ସଭାପତି ପ୍ରଶନ୍ନ କୁମାର ମହାନ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିଲା । ଏହି ସୂବର୍ଣ୍ଣ ଜୟନ୍ତୀ ଅବସରରେ ପ୍ରତିଭାବାନ ବ୍ୟକ୍ତି ମାନଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଥିଲା । ଯାଜପୁର ଜିଲ୍ଲାର ଗର୍ବ ଏବଂ ଗୌରବ ଆଣିଦେଇଥିବା ଚାଟଶାଳୀରୁ ରାଜ୍ୟଭବନ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିବା ନନ୍ଦ କିଶୋର ପୃଷ୍ଟି(ନନ୍ଦ ସାର)ଙ୍କୁ ଏହି ସମାରୋହରେ ଅତିଥି ମାନେ ସମ୍ବର୍ଦ୍ଧିତ କରିବା ସହିତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଜବାହାରଲାଲ ନେହୁରୁଙ୍କ ଜନ୍ମଦିବସ ଅବସରରେ ମନେପକାଇବା ପାଇଁ ଯାଜପୁର ଜିଲ୍ଲାପାଇଁ ଗର୍ବ ଆଣିଥିବା ଦିବ୍ୟାଶୁଂ ଦଳାଇ ଅଢ଼େଇ ବର୍ଷର ଶିଶୁ ପି୍ରୟଶ୍ରୀ ନାଥ, ଦୁଇ ବର୍ଷ ଆଠ ମାସର ଶିଶୁ ଡିଏନ୍ କି୍ରଷ୍ଣା ଦେବାଶିଷଙ୍କୁ ସଂଘ ପକ୍ଷରୁ ମଞ୍ଚାସୀନ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ସମାଜ ସେବୀ କର୍ଣ୍ଣାଟ କେଶରୀ ଦାସ ଅଶୋକ ଦାସ ଫାଉଣ୍ଡେସନର ସଭାପତି ସବ୍ୟସାଚୀ ମହାପାତ୍ର ଶିଶୁ ରୋଗ ବିଶେଷଜ୍ଞ ସୁପ୍ରକାଶ ସତପଥି, ଅଧ୍ୟାପିକା ବିନ୍ଦୁରେଖା ମହାପାତ୍ର, ଥାନା ଅଧିକାରୀ ମାନସ ରଂଜନ ଚକ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜେୟୁଜେର ସାଧାରଣ ସମ୍ପାଦକ ଦେବପ୍ରଶାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ୩୦ ଜିଲ୍ଲାର ସାମ୍ବାଦିକ ମାନେ ଯୋଗଦେଇଥିବା ବେଳେ, ଜେୟୁଜେର ଜିଲ୍ଲାର ସଭାପତି ଏବଂ ସମ୍ପାଦକ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜେୟଜେର ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ ନନ୍ଦ ଉପସଭାପତି କିଶାନ ରାଉତ, ଜେୟୁଜେ ରାଜ୍ୟ ଟ୍ରିବ୍ୱୁନାଲ ଅଧ୍ୟକ୍ଷ ରାଜିବ ମହାନ୍ତୀ ଜେୟୁଜେର ଜିଲ୍ଲା ସଭାପତି ଆଦିତ୍ୟ ମେକାବ, ସାଧାରଣ ସମ୍ପାଦକ ଅଭୟ କୁମାର ପତି, ସମର୍ଜିତ ମହାନ୍ତୀ, ପରିକ୍ଷିତ ବିଶ୍ୱାଳ, ସୁବାଶ ସାହୁ, ସଦଶିବ ସରାଫ୍, ସୁରେଶ ଦାସ, ଚିନ୍ମୟ ମହାପାତ୍ର, ଉପନ ସାହୁ, ଅମୂଲ୍ୟ ନାୟକ ଏହି ପରିପ୍ରେକ୍ଷିରେ ଜେୟୁଜେର ନିର୍ବାଚନ କରାଯିବା ପାଇଁ ବରିଷ୍ଟ ସାମ୍ବାଦିକ ଅକ୍ଷୟ ସାହୁ ନିର୍ବାଚନ ଅଧିକାରୀ ଭାବେ ମନୋନିତ କରାଯାଇଥିଲା ।

Related Posts

About The Author

Add Comment