ଗୋରୁ ବୋଝେଇ କଣ୍ଟେନର ଜବତ, ୩ ଗିରଫ

Spread the love

ରାଇରଙ୍ଗପୁର -୨୦/୨/୨୬ (ସନ୍ଧାନ ନ୍ୟୁଜ) : ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ସାନ ମଣଦା ଗ୍ରାମାଞ୍ଚଳ ନିକଟସ୍ଥ ୪୯ ଜାତୀୟ ରାଜପଥ ରାସ୍ତାରେ ଆଜି ଗୁରୁବାର ଅପରାହ୍ନ ୪ ଟା ବେଳେ ଗୋରୁ ବୋଝେଇ କଣ୍ଟେନର ଗାଡ଼ିକୁ ପୋଲିସ ଜବତ କରିଥିବାର ଜଣାଯାଇଛି ।ଉକ୍ତ ଗୋରୁ ବୋଝେଇ କଣ୍ଟେନର ଏଚ୍ ଆର ୩୮ ଭି ୯୦୯୨ ରେଵୋଝେଇ ହୋଇଥିବା ୩୫ ଟି ଗୋରୁ ଗୁଡିକ ସମ୍ବଲପୁରରୁ ପଶ୍ଚିମବଙ୍ଗ ଯାଉଥିବା କୌଣସି ସୂତ୍ରରୁ ଖବର ବିଶୋଇ ଥାନାଧିକାରୀ ଶରତ ଚନ୍ଦ୍ର ଦାସଙ୍କ ତତ୍ବାବଧାନରେ ମଣଦା ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର‌ ଧଳଙ୍କ ସହ ପୋଲିସ ଟିମ୍ ପିଛା କରି କଣ୍ଟେନରକୁ ଜବତ ସହ ଗୋରୁ ଗୁଡିକୁ ଉଦ୍ଧାର କରି ଥାନା ପରିସରରେ ରଖାଯାଇଛି ।ଉକ୍ତ ଜବତ ଗୋରୁ ବୋଝେଇ କଣ୍ଟେନର ଗାଡିକୁ ଚାଳକ ସମେତ ୩ ଜଣ ଗୋଚାଲାଣକାରୀଙ୍କୁ ଗିରଫ କରାଯାଇଛି ।ଗିରଫ ସଂପୃକ୍ତ ୩ ଗୋଚାଲାଣକାରୀ ମଧ୍ୟରୁ ଡ଼୍ରାଇଭର ଉତ୍ତରପ୍ରଦେଶ ରାଜ୍ୟ ଅଞ୍ଚଳର ଫରିଦ୍ ଖାନ(୩୫) ଏବଂ ସହଯୋଗୀ ପଶ୍ଚିମଵଙ୍ଗ ରାଜ୍ୟ ଅଞ୍ଚଳର ସେକ୍ ରାଜା(୨୭) ଏବଂ ସେକ୍ ଅମିର(୧୯) ବୋଲି ଜଣାପଡିଛି । ସେହିଭଳି ଗତ ୧୧ ତାରିଖରେ ୪୯ ନମ୍ବର ଜାତୀୟ ରାଜପଥ ଦେଇ ଏକ କଣ୍ଟେନର ଗୋଚାଲାଣ କରୁଥିବା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତାରେ ଅଟକି ଥିଲା ଏବଂ ଡ଼୍ରାଇଭର ଘଟଣାସ୍ଥଳରୁ ଚମ୍ପକ ମାରିଥିଲା ।ସେଥିମଧ୍ୟରୁ ୧୯ ଟି ଗୋରୁ ମୃତ ହୋଇଥିବାବେଳେ ୬ ଟି ଗୋରୁ ଉଦ୍ଧାର କରାଯାଇଥିଲା ।ସମ୍ବଲପୁର – ସୁନ୍ଦରଗଡ କେନ୍ଦୁଝର- ମୟୃରଭଂଜ ଜିଲ୍ଲାର ଜାତୀୟ ରାଜପଥ ଗୋମାଫିଆଙ୍କର ସେଫ୍ ଜୋନ ପାଲଟିଛି ।ଗୋଚାଲାଣ କରିଡର ପାଲଟିଛି ।କାହାର ଆଶୀର୍ବାଦରେ ଗୋମାଫିଆ ଗୋଚାଲାଣ ପାଇଁ ସାହାସ କରୁଛି ।

Related Posts

About The Author

Add Comment