ବାରିପଦା, ୦୬/୦୮/୨୦୨୧ (ସନ୍ଧାନ ନିଉଜ) ଥମିବାର ନାଁ ଧରୁନି ବେଆଇନ ଗୋ ଚାଲାଣ । କଣ୍ଟେନରରେ ଅତି ଦୟନୀୟ ଅବସ୍ଥାରେରେ ଗୋରୁ ଚାଲାଣ କରାଯାଉଥିବା ବେଳେ ତୁରୁମୁଙ୍ଗା ବୈତରଣୀ ପୋଲ ନିକଟରୁ କଣ୍ଟେନରକୁ ଜବତ କରିଛି ତୁରୁମୁଙ୍ଗା ପୋଲିସ । ଗାଡି ଭିତରୁ ୨୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରି କରଞ୍ଜିଆ ଗୋଶାଳାରେ ଛାଡିଛି ପୋଲିସ । ଏଥି ସହ ଏଥିରେ ଜଡ଼ିତ ଥିବା ଦୁଇ ଜଣଙ୍କୁ ପୋଲିସ୍ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଦୁଇଜଣ ହେଲେ ବରଗଡ଼ ଜିଲ୍ଲା ଅତାବିରା ଥାନା ଅଧିନସ୍ତ ଜାଙ୍ଗିଡ଼ ଗ୍ରାମର ଗଣେଶ କୁମାର ଓ କୋଲକାତା ହାୱାଡା ଥାନା ଉଲବେରିଆ ଗ୍ରାମର ଆଶିଷ ଶେଖ । ବରଗଡ଼ରୁ ଏହି ଗୋରୁ ଗୁଡିକୁ ଲୋଡ଼ କରି କୋଲକତା ଅଞ୍ଚଳକୁ ଚାଲାଣ କରାଯାଉଥିବା ବେଳେ ଅତି ଅମାନୁଷିକ ଭାବେ ଆଳୁ ବସ୍ତା ଭଳି ଗୋରୁଙ୍କୁ ଲୋଡ କରାଯାଇ ନିଆ ଯାଉଥିଲା।
ଗୋରୁ ଚାଲାଣ ବେଳେ ତୁରୁମୁଙ୍ଗା ବୈତରଣୀ ପୋଲ ନିକଟରୁ କଣ୍ଟେନରକୁ ଜବତ କରିଛି ପୋଲିସ
|
August 7, 2021 |


