ଗୋପାଳ ସ୍ମୃତି ବିଦ୍ୟାପୀଠର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ଲାଟିନମ ଜୁବୁଲି ପାଳନ ନେଇ ପ୍ରସ୍ତୁତି ବୈଠକ

Spread the love
କଟକ  : ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ପ୍ରଣେତା ସ୍ବର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ନାମରେ ନାମିତ ସଦର ଅଞ୍ଚଳର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଗୋପାଳ ସ୍ମୃତି ବିଦ୍ୟାପୀଠର ୭୫ବର୍ଷ ପୂର୍ତ୍ତି ପାଳନ ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ଲାଟିନମ ଜୁବୁଲି ଉତ୍ସବ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ବହୁ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୧୯୬୯ବ୍ଯାଚର ଛାତ୍ର ପ୍ରଫୁଲ୍ଲ ଚନ୍ଦ୍ର କର ସଭାପତିତ୍ବ କରିଥିବାବେଳେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟଶ୍ରୀ ବିଶ୍ଵାଳ,ପୁରାତନ ଛାତ୍ର ମନମୋହନ ପରିଡ଼ା,ସାଧୁ ଜେନା, ପ୍ରଦୀପ କର,ଅକ୍ଷୟ ଭୂୟାଁ ପ୍ରମୁଖ ମଞ୍ଚାସିନ ଥିବାବେଳେ ସାମ୍ବାଦିକ ତାପସ ରାଉତରାୟ ପ୍ରସ୍ତୁତି ବୈଠକର ଆଭିମୁଖ୍ୟ କହିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ବୈଠକର ନିଷ୍ପତି ଅନୁଯାୟୀ ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ପ୍ଲାଟିନମ ଜୁବୁଲି ପାଳନ ଉତ୍ସବକୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ , ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଆମନ୍ତ୍ରିତ କରାଯିବ । ଦୁଇଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହେବବୋଲି ସ୍ଥିର କରାଯାଇଛି । ଏଥିରେ ପୁରାତନ ଛାତ୍ର ରଘୁନାଥ ପୃଷ୍ଟି, ରବୀନ୍ଦ୍ର କୁମାର ମିଶ୍ର,ପ୍ରଦୀପ କର,ଭରତ ପ୍ରଧାନ,ପ୍ରଦୀପ ମିଶ୍ର,ଶ୍ରୀକାନ୍ତ ଦତ୍ତ,ସରୋଜ ପାତ୍ର , ରମାକାନ୍ତ ନାୟକ,ନିରଞ୍ଜନ ଲେଙ୍କା , ପୀୟୁଷ ରଞ୍ଜନ ପରିଡ଼ା,ମାନସ ସ୍ବାଇଁ,ପରମାନନ୍ଦ ରାଉତ,ତପନ ଓଝା,ପ୍ରଫୁଲ୍ଲ ଭୋଇଙ୍କ ସମେତ ବହୁ ପୁରାତନ ବିଦ୍ୟାର୍ଥୀ ଯୋଗ ଦେଇଥିଲେ। ସ୍କୁଲର ବରିଷ୍ଠ ଶିକ୍ଷକ ନିକୁଞ୍ଜ କିଶୋର ପାଣିଗ୍ରାହୀଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେବା ସହିତ ଆଲୋଚନାରେ ଭାଗନେଇ ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଶେଷରେ ସାମ୍ବାଦିକ ଶ୍ରୀ ରାଉତରାୟ ଧନ୍ୟବାଦ୍ ଅର୍ପଣ କରିବା ସହ ଆସନ୍ତା ମାସ ୫ତାରିଖ ରବିବାର ଦିନ ପୁଣି ଏକ ବୈଠକ ଅନୁଷ୍ଠିତ ହେବବୋଲି ସ୍ଥିର କରାଯାଇଛି। ଏଥିରେ ବହୁସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେବାକୁ ଅନୁରୋଧ କରାଯାଇଛି।

Related Posts

About The Author

Add Comment