ବାଲେଶ୍ଵର, ୦୩.୦୧.୨୦୨୧(ସନ୍ଧାନ ନିଉଜ/ ଲିଙ୍ଗରାଜ ପଣ୍ଡା):- ସାଇବର ଠକମାନେ ଏବେ ନିଜ ଅପରାଧର ତରିକା ବଦଳାଇଲେଣି । ଫେସ୍ବୁକ୍ରେ ବିଭିନ୍ନ ଝିଅ, ପୁଅଙ୍କ ଆକର୍ଷଣୀୟ ଚେହେରାର ଫକୁ ଅପଲୋଡ୍ କରି ଅନ୍ୟମାନଙ୍କ ସହ ସେମାନେ ପ୍ରଥମେ ବନ୍ଧୁତ୍ୱ ସ୍ଥାପନ କରୁଛନ୍ତି । ପରବର୍ତ୍ତୀ ସମୟରେ ହ୍ବାଟସ୍ ଆପ୍ ନମ୍ବର ନେଇ ଅଶ୍ଳୀଳ ଭିଡିଓ ଏବଂ ଫଟୋ ସହ ଚାଟ୍ କରୁଛନ୍ତି । ସାଇବର ଠକମାନଙ୍କ ମାୟାଜାଲକୁ ବୁଝିନପାରି ଯେଉଁମାନେ ଦ୍ଵାଟସ୍ଆପରେ ଅଶ୍ଳୀଳ ଫଟୋ, ଭିଡିଓ ଛାଡୁଛନ୍ତି ବା ଚାଟ୍ କରୁଛନ୍ତି ପରବର୍ତ୍ତୀ ସମୟରେ ସେମାନେ ନିଜ ଗୋପନୀୟତା ପ୍ରଘଟ ହୋଇଯିବା ଆଶଙ୍କାରେ ରହୁଛନ୍ତି । ବ୍ଲାମେଲିଂ ଓ ଶୋଷଣର ଶିକାର ହେବା ସହ ଲକ୍ଷାଧିକ ଟଙ୍କା ଠକାମିରେ ପଡ଼ୁଛନ୍ତି । ଏପରି ଧର୍ଭବ୍ୟ ଅପରାଧ ଏବେ ରାଜ୍ୟରେ ବହୁ ମାତ୍ରାରେ ବଢ଼ିଯାଇଛି। ସାଇବର ଠକମାନେ ବହୁ ଯୁବତୀ ଏବଂ: ଯୁବକଙ୍କ ଗୋପନୀୟ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ପ୍ରଘଟ କରିବା ନାଁରେ ଏବେ ଲକ୍ଷାଧିକ ଟଙ୍କା ପ୍ରତିଦିନ ଠକୁଥିବା ନେଇ ମାଳ ମାଳ ଅଭିଯୋଗ କ୍ରାଇମବ୍ରାଞ୍ଚରେ ପହଞ୍ଚିଛି । ଓ ସାଇବର ଠକମାନଙ୍କ ଏପରି ଶୋଷଣ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଛି । ଏପରି ସ୍ଥିତିରେ ସାଇବର ଠକମାନଙ୍କ ମାୟାଜାଲରୁ ରାଜ୍ୟର ବିଭିନ୍ନ ବ୍ୟକ୍ତିବିଶେଷ ବିଶେଷତଃ ଯୁବପିଢ଼ିଙ୍କୁ ରକ୍ଷା କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ସତର୍କ ସୂଚନା ସରୂପ ଏକ ଗୋପନୀୟ ଫଟୋ, ଭିଡିଓ ନେଇ ଉପଦେଶାବଳୀ ବା ମାର୍ଗଦର୍ଶିକା ଜାରି କରାଯାଇଛି । କ୍ରାଇମବ୍ରାଞ୍ଚ ସୂଚନାନୁସାରେ, ସାଇବର ଠକମାନେ ପ୍ରଥମେ ଫେସ୍ବୁକ୍ର ବିଭିନ୍ନ ପ୍ରୋଫାଇଲ୍ ଦେଖି ସେମାନଙ୍କ କାରସାଦି ଚଳାଇଛନ୍ତି । ଠକମାନେ ମୁଖ୍ୟତଃ ନିଜ ପ୍ରୋଫାଇଲରେ ଆକର୍ଷଣୀୟ ଫଟୋ ରଖି ବିଭିନ୍ନ ଫେସବୁକ୍ ଆକାଉଣ୍ଟଧାରୀଙ୍କ ନିକଟକୁ ବନ୍ଧୁ ହେବା ପାଇଁ ଅନୁରୋଧ ପଠାଉଛନ୍ତି ।
ଗୋପନୀୟ ଫୋଟୋ, ଭିଡିଓ ନେଇ ଲୁଟୁଛନ୍ତି ସାଇବର୍ ଠକ୍
|
January 3, 2021 |


