ବାରିପଦା, 29.11.2020 (ଲିଙ୍ଗରାଜ ପଣ୍ଡା)-ଏକ ବୋଲେରୋ ଗାଡ଼ି ଧକ୍କାରେ ୨୦୧୬ ଅଗଷ୍ଟ ୧୫ ତାରିଖରେ ଏକ ବାଇକରେ ଥିବା ଦୁଇ ଇଣ ଆରୋହୀଙ୍କ ଅକାଳ ମୃତ୍ୟୁ ଘଟିଥିବା ନେଇ ମୟୂରଭଞ୍ଜ ଜିଲା ପ୍ରଥମ ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ଟ୍ରିବ୍ୟୁନାଲଠାରେ ଦାଖଲ ହୋଇଥିବା ଦୁଇଟି ସ୍ଵତନ୍ତ୍ର ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲାକୁ ବିଚାର କରାଯାଇ ପ୍ରଥମ ଏମଏସିଟିର ଇଜିଲାସରେ ଜିଲ୍ଲା ଜଜ୍ ସଂଜୟ ରଂଜନ ବହିଦାର ଗତକାଲି ଶୁକ୍ରବାର ରାୟ ଦେଇଥିବା ଜଣାଯାଇଛି । ଏହି ରାୟ ଅନୁଯାୟୀ ୧୬୦/୨୦୧୬ ନିମନର ଏମଏସି ମାମଲାରେ ମୃତକ ଅଶୋକ କୁମାର ସାହୁଙ୍କ ପତ୍ନୀଙ୍କ ସମେତ ତିନି ଜଣଙ୍କୁ କ୍ଷତିପୂରଣ ବାବଦ ମୋଟି ୩୦ ଲକ୍ଷ ୭୩ ହଜାର ୭୯୨ ଟଙ୍କା ଏବଂ ୧୬୧/୨୦୧୬ ଏମଏସି ମାମଲାରେ ମୃତିକ ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କ ପତ୍ନୀଙ୍କ ସମେତ ତିନି ଜଣଙ୍କୁ କ୍ଷତିପୂରଣ ବାବଦ ୧୦ ଲକ୍ଷ ୬ ହଜାର ଟଙ୍କା ଦୁଇ ମାସ ମଧ୍ୟରେ ପ୍ରଦାନ କରିବାକୁ କଟକର ନ୍ୟାସନାଲ ଇନ୍ଫ୍ୟୁରାନ୍ସ କମ୍ପାନୀର ଡିଭିଜନାଲ ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି । ତସହିତ କ୍ଷତିପୂରଣ ମାମଲା ଦାୟର କରାଯାଇଥିବା ୨୦୧୬ ସେପ୍ଟେମ୍ବର ୯ ତାରିଖଠାରୁ ୭ ଶତାଂଶ କରି ସୁଧ ପ୍ରଦାନ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଥୁବା ପ୍ରକାଶ । ଦୁଇଟି ମାମଲାର ଆବେଦନକାରୀପକ୍ଷରୁ ବାରିପଦାର ବରିଷ୍ଠ ଆଇନଜୀବୀ କ୍ଷେତ୍ରମୋହନ ପଣ୍ଡା ଏବଂ ଇମ୍ୟୁରାନ୍ନ କମ୍ପାନୀ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦିବସ ଏସ ମାମଲା ପରିଚାଳନା କରୁଥିଲେ ପ୍ରକାଶ ଯେ ୨୦୧୬ ଅଗଷ୍ଟ ୧୫ ତାରିଖ ଦିନ ଓଆର-୧୧ଏଫ-୮୦୧୭ ନମ୍ବରର ଏକ ବାଇକ ଯୋଗେ ଦୁଇ ଜଣ ବାରିପଦାରୁ ନିଜ ନିଜ ଗ୍ରାମକୁ ଫେରୁଥିବା ବେଳେ ବାରିପଦା-ଉଦଳା 3 ରାଜପଥର କରଂଜିଆ ପୋଲ ନିକଟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ପିର ଗାଡି ଓଆର-୧୧ଏଚ-୧୬୭୧ ଧକ୍କା ଦେଇଥିଲା ଏବଂ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଦୁଇ ଜଣଙ୍କ ମଧ୍ୟରୁ ବାଇକ ଚାଳକ ବଡ଼ସାହି ଥାନା ଇଲାକାର ସାନକେରୋକ କପାଳ ଗ୍ରାମର ଅଶୋକ କୁମାର ଦାସ ଓ ବାଇକରେ ବସିଅସ ବଡ଼ସାହି ଥାନା ଇଲାକାର ସାନକେରୋକ ଗ୍ରାମର ଚନ୍ଦ୍ର ମହାନ୍ତ ଥିଲେ । ଏ ସଂପର୍କରେ ବାରିପଦା ସଦର ଆକାର ୯୪/୧୬ ନମ୍ବରର ଏକ ମାମଲା ରୁଜୁ ହୋଇ ପୁଲିସ ତଦନ୍ତ କରି ବୋଲେରୋ ଗାଡିର ଚାଳକଙ୍କ ଅସାବଧାନତା ର ଦାୟିତ୍ବହୀନତା ପାଇଁ ଏହି ଦୁର୍ଘଟଣା ଘଟିଥିବାରୁ ଗାଡି ଚାଳକଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଥିଲା।
ଗୋଟିକରେ 30 ଲକ୍ଷ ଓ ଅନ୍ୟଟିରେ 10 ଲକ୍ଷ ପ୍ରଦାନ ନିର୍ଦ୍ଦେଶ
|
November 29, 2020 |