ଗୋଚ୍ଛାପଡ଼ା ଅଞ୍ଚଳରେ ମାଓ ପୋଷ୍ଟର: ଟପ ମାଓନେତା ଦାସରୁଙ୍କୁ ଶ୍ରଦ୍ଧାଞ୍ଜଳି

Spread the love
କନ୍ଧମାଳ:୧୦/୦୨/୨୪:(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଶନିବାର ସକାଳୁ ସକାଳୁ ମାଓ ପୋଷ୍ଟର ଦେଖ‌ିବାକୁ ମିଳିଛି । ଗତ ୩ ତାରିଖରେ ପୁଲିସ ଗୁଳିରେ ନିହତ ହୋଇଥିବା ମାଓନେତା ଦାସରୁଙ୍କୁ ପୋଷ୍ଟର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛି ମାଓ ସଙ୍ଗଠନ କେକେବିଏନ ଡିଭିଜନାଲ କମିଟି ପକ୍ଷରୁ ଜାରୀ ଏହି ପ୍ରେସ୍ ବିଜ୍ଞପ୍ତିରେ ଦାସରୁଙ୍କୁ ଶହୀଦ ଆଖ୍ୟା ଦିଆଯାଇ ତାଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି କୁହାଯାଇଛି । ୨୦୧୪ରୁ ପାର୍ଟିରେ ସାମିଲ ହୋଇ ସେ ଦଳିତ ଆଦିବାସୀଙ୍କ ପାଇଁ କାମ କରୁଥିଲେ ବୋଲି ପୋଷ୍ଟରରେ ଉଲ୍ଲେଖ ଅଛି । ଲଢେଇରେ ସହଯୋଗ ପାଇଁ ଲୋକଙ୍କୁ ଆହ୍ବାନ ଦେଇଛି ଲାଲବାହିନୀ । ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ  ସୁପଲା, ଡାଙ୍ଗେଣାମା, ପକାରୀ, ବାଲନ୍ଦାପଡ଼ା, କୁମେଲସିଂ, ସୁଟେଣୀଘାଟି, କ୍ରାଣ୍ଡିବାଲି ସମେତ ସାଡ଼ିଙ୍ଗିଆ ଠାରେ ମଧ୍ୟ ଏଭଳି ବହୁ ସଂଖ୍ୟକ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ଗତ ୩ ତାରିଖ ରେ ବାଲିଗୁଡ଼ା ଥାନା ସୁଡ୍ରା ଅଞ୍ଚଳରେ ପୁଲିସ ସହ ଗୁଳି ବିନିମୟ ବେଳେ ମାଓ ବାହୀନୀର ଡିଭିଜନାଲ କମିଟି ମେମ୍ବର ତଥା କେକେବିଏନ ସଙ୍ଗଠନର ଟପ୍ ମାଓ ନେତା ଗୁଡୁ ମଣ୍ଡାରୀ ଓରଫ ଦାସରୁ ନିହତ ହୋଇଥିଲେ  ।

Related Posts

About The Author

Add Comment