ଗୋଚର ଜମିରେ ୧୦ ଲକ୍ଷ ଟଙ୍କା ପୋଖରୀ ଖୋଳି ଟଙ୍କା ଆତ୍ମସାତ ଅଭିଯୋଗ

Spread the love

ଚଣ୍ଡିଖୋଲ, ୦୨/୦୪/୨୧ (ସନ୍ଧାନ ନିଉଜ) : ବଡଚଣା ବ୍ଳକ ଅନ୍ତର୍ଗତ ରାଧାଦେଇପୁର ଗ୍ରାମ ପଂଚାୟତ ଦାମୋଦରପୁର ମୌଜାର ଏକ ଗୋଚର କିସମ ଜମିରେ ଜାତୀୟ କର୍ମନିଯୁକ୍ତି ଯୋଜନାର ଅର୍ଥ ବିନିଯୋଗ କରି ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ଗେଙ୍ଗୁଟି ନଦୀବନ୍ଧ କଡରେ ଥିବା ଏକ ପୁରୁଣା ପଡିଆକୁ ମାତ୍ର ଅଳ୍ପ କେଇ ଘଂଟା ଜେସିବି ମେସିନି ସାହାର୍ଯ୍ୟରେ ଖୋଳି ଚତୁପାଶ୍ୱର୍ ମାଟି ପକାଯାଇଛି । ଦାମୋଦରପୁର ମୌଜାର ଯେଉଁଠାରେ ଏହି ପୋଖରୀଟି ଖୋଳାଯାଇଛି ତାହାର ପ୍ଳଟ ନଂ ୧୦୮ ଥିଲାବେଳେ ଖାତା ନଂ ୧୦୫ ଯାହାକି ଏହା ସଂପୂର୍ଣ୍ଣ ଗୋଚରକିସମ ହୋଇଥିବା ସୂଚନା ମିଳିଛି । ଜାତୀୟ କର୍ମନିଯୁକ୍ତି ଯୋଜନାରେ ୨୦୨୦-୨୧ ଆର୍ଥୀକ ବର୍ଷରେ ବ୍ଳକ ପକ୍ଷରୁ ପୋଖରୀ ଖୋଳିବା ପାଇଁ ୧୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା । ୦୮.୦୧.୨୦୨୧ରୁ କାର୍ଯ୍ୟଟି ଶୁଭାରମ୍ଭ ପାଇଁ ଏଠାରେ ମଧ୍ୟ ଏକ ଫଳକ ଲଗାଯାଇଥିଲା ବେଳେ ଶ୍ରମିକ ବଦଳରେ କିଭଳି ମେସିନି ସାହାର୍ଯ୍ୟରେ ଜାତୀୟ କର୍ମନିଯୁକ୍ତି ଯୋଜନାର ଅର୍ଥକୁ ଏଠାରେ ବାଟମାରଣା କରାଯାଇଛି ତାହା ମଧ୍ୟ ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଛି । କୌଣସି ଆବଶ୍ୟକତା ନଥାଇ ପୁରଣା ଗଡିଆକୁ ପୋଖରୀ ଖୋଳିବା ନାଁରେ କେତେକ ବ୍ୟକ୍ତି ଏଭଳି କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି । ଯୋଉଁ ସ୍ଥାନରେ ଏହ ଗଡିଆକୁ ପୋଖରୀ ପାଇଁ ପୁନୁରଦ୍ଧାର କରାଯାଇଛି ଗେଙ୍ଗୁଟି ନଦୀବନ୍ଧ କଡ ଅନ୍ୟପଟେ ନଦୀବନ୍ଧରୁ ଖଣତାପଶି ଗ୍ରାମକୁ ସଂଯୋଗୀକରଣ ରାସ୍ତା କଡରେ ହୋଇଥିବାରୁ ଗୋରୁ ଗାଈ ତଥା ସାଧାରଣ ଲୋକ ସେଠାରେ ପଡି ମୃତୁ୍ୟ ବରଣ କରିବାର ସମ୍ଭାବନା ଢ଼ଧ୍ୟ ସୃଷ୍ଟି କରିଛି । ସ୍ଥାନୀୟ ଗ୍ରାମବାସୀ ମାନେ ବଡଚଣା ବ୍ଳକ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲାପରେ ସେ କର୍ଣ୍ଣପାତ ନକରିବାରୁ ବାଧ୍ୟ ହୋଇ ଗ୍ରମାବାସୀ ମାନେ ନ୍ୟାୟଳୟର ଦ୍ୱାରସ୍ଥ ହୋଇଛନ୍ତି ।

Related Posts

About The Author

Add Comment