ଯାଜପୁର, ତା ୦୯ା୦୩ା୨୦୨୩ : ବିଶ୍ୱ ମହିଳା ଦିବସ ପାଳନ ଅବସରରେ ଯାଜପୁର ପୈାରପାଳିକା ଆନୁକୂଲ୍ୟରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ସ୍ଥାନୀୟ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ପ୍ରାରମ୍ଭିକ ପୁଂଜି (ସିଡ୍ କ୍ୟାପିଟାଲ) ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଚ୍ଥି । ଏହି ପ୍ରାରମ୍ଭିକ ପୁଂଜି ପ୍ରଦାନ କାର୍ଯ୍ୟକ୍ରମରେ ଯାଜପୁର ପୈାରପାଳିକା ଅଧିନରେ ୧୮ ଗୋଟି ୱାର୍ଡ ମଧ୍ୟରେ ୪୭୩ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅନ୍ତର୍ଭୁକ୍ତ କରାଯାଇ ୨୧ ଗୋଟି ଆଞ୍ଚଳିକ ମହାସଂଘ ଗଠନ କରାଯାଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇଚ୍ଥି । ରାଜ୍ୟ ସରକାରଙ୍କ ଯାଜପୁର ଜିଲ୍ଳ୍ା ପାଇଁ ସ୍ୱତନ୍ତ୍ର ଆନ୍ତରିକତା ଯୋଗୁ ମୁକ୍ତା ଯୋଜନାରେ ୩୭୩ ଗୋଟି ଞ୍ଚ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅନ୍ତର୍ଭୁକ୍ତ କରାଯାଇ ୫ କୋଟି ଟଂକାର କାର୍ଯ୍ୟକ୍ରମ କରାଯାଇ ଟ. ୩୭.୫୦ ଲକ୍ଷ ଅର୍ଥାତ ଶତକଡା ୭.୦୫ ହାରରେ ସୁପରଭିଜନ ବା ପ୍ରକଳ୍ପର ତଦାରଖ ବାବଦକୁ ରାଶି ପ୍ରଦାନ କରାଯାଇଅଚ୍ଥି । ମହିଳା ମାନଙ୍କୁ ଆତ୍ମନିଯୁକ୍ତି ଓ ସ୍ୱାବଲମ୍ୱି କରିବା ଲକ୍ଷ୍ୟରେ ୨୪ ଗୋଟି ଏମ୍.ଏସ୍.ଏମ୍.ଇ. ପ୍ରକଳ୍ପ ଯାଜପୁର ପୈାରାଞ୍ଚଳରେ ସୃଷ୍ଟି କରାଯାଇ ୫୦୦ ପରିବାରଙ୍କର ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଚ୍ଥି । ପୈାରାଞ୍ଚଳରେ ଅନୁଷ୍ଠିତ ବିରଜାଶ୍ରୀ ବାଣିଜ୍ୟ ମେଳାରେ ୭୦ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିଜର ଉତ୍ପାଦ ବିକ୍ରୟ କରି ଲାଭବାନ ହୋଇ ଯାଜପୁର ପୈାରାଞ୍ଚଳରେ ପ୍ରାରମ୍ଭିକ ପୁଂଜି କାର୍ଯ୍ୟକ୍ରମ ଓଡିଶା ସରକାରଙ୍କ ଏକ ସମୁଚିତ ପଦକ୍ଷେପ ଭାବେ ଗ୍ରହଣ କରାଯାଇ ମହିିଳା ମାନଙ୍କ କ୍ଷେତ୍ରରେ ଜୀବନ ଜୀବିକା ଉଥାନରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିଚ୍ଥି ବୋଲି ମାନ୍ୟବର ବିଧାୟକ, ଯାଜପୁର ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଭାସିରେ ଉପରୋକ୍ତ ବିଷୟ ପ୍ରକାଶ କରିଚ୍ଥନ୍ତି । ସେହିପରି କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ କାର୍ଯ୍ୟକ୍ରମ ଯୋଜନା ମାଧ୍ୟମରେ ୭ ଗୋଟି ଆଂଚଳିକ ସ୍ତରୀୟ ସଂଘର ୨୪ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୮୦ ଲକ୍ଷ ୩୦ ହଜାର ପ୍ରାରମ୍ଭିକ ପୁଂଜ ପ୍ରଦାନ କରାଯିବ, ଯାହା ପଂଳରେ ସେମାନେ ନିଜର ପ୍ରସ୍ତୁତ ସାମଗ୍ରୀକୁ ବ୍ୟାପକ କରିବା ସହିତ ଅଧିକ ଲାଭବାନ ହେବା ସହ ଅନ୍ୟ ମହିଳା ମାନଙ୍କୁ ପ୍ରୋତ୍ସାହିତ କରିବେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଳ୍ା ପରିଷଦ ଶ୍ରୀ ଅଶୋକ କୁମାର ବେଉରିଆ ଯୋଗଦେଇ କହିଲେ ଯେ, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ପୈାରାଞ୍ଚଳରେ ମହିଳା ମାନଙ୍କୁ ଆହୁରି ଅଧିକ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନର ସପଂଳତା ଦିଗରେ ଉଦ୍ୟମରତ । ପୈାରାଞ୍ଚଳର ମହିଳା ମାନେ ଆହାର, ଜନତା ଶୈାଚାଳୟ, ମୁକ୍ତ ପ୍ରମୋଦ ଉଦ୍ୟାନର ପରିଚାଳନା ଏବଂ ଅନ୍ୟତମ ବର୍ଯ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ କୋଦଣ୍ଡପୁର ଠାରେ ନିର୍ମିତ ସମ୍ପଦ କେନ୍ଦ୍ର (ଏମ୍ଆର୍ଏପ୍ଂ ଆଣ୍ଡ ଏମ୍ସିସି) ଦାୟିତ୍ୱ ନିର୍ବାହରେ ପୂର୍ଣ୍ଣ ସକ୍ଷମ ହୋଇପାରିଚ୍ଥନ୍ତି । ସେହିପରି ପୈାରାଞ୍ଚଳର ମହିଳା ମାନଙ୍କୁ ମାନ୍ୟବର ବିଧାୟକ ଦେୟମୁକ୍ତ ସିଲାଇ ପ୍ରଶିକ୍ଷଣ ପ୍ରଦାନ କରି ପ୍ରଥମ ପର୍ଯ୍ୟାୟରେ ୧୫୬ ଗୋଟି ସିଲାଇ ମେସିନ ବଣ୍ଟନ କରି ସେମାନଙ୍କୁ ବ୍ୟକ୍ତିଗତ ସ୍ୱାବଲମ୍ୱି ହେବାରେ ଏବଂ ମହିଳା ମାନଙ୍କୁ ଅଧିକରୁ ଅଧିକ ସଶକ୍ତ କରାଇବା ଦିଗରେ ପ୍ରେରଣା ଯୋଗାଇଦେଇ ଆସୁଚ୍ଥନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯାଜପୁର ପୈାରାଧ୍ୟକ୍ଷା ଶ୍ରୀମତୀ ରଂଜୁଲତା ହୋତା, ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ମଲ୍ଳିକ, ପ୍ରାକ୍ତନ ପୈାରାଧ୍ୟକ୍ଷ ଶ୍ରୀ ଭବ ପ୍ରସାଦ ଦାସ ଯୋଗଦେଇ ମନୋନୀତ ଆଞ୍ଚଳିକ ସ୍ତରୀୟ ସଂଘ (ଏଏଲ୍ଏପଂ୍) ଗୁଡିକୁ ଚେକ୍ ପ୍ରଦାନ କରିବା ସହିତ ସଂପୃକ୍ତ ବ୍ୟାଙ୍କ ପରିଚାଳକ ମାନଙ୍କୁ ସମ୍ୱର୍ଦ୍ଧିତ କରିଥିଲେ । ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାର ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଦିବସକୁ ଉଦ୍ଘାଟନ କରାଯାଇଥିଲା । ପୈାର ସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଅତିଥି ପରିଚୟ, ସ୍ୱାଗତ ଭାଷଣ ସହିତ ମଞ୍ଚ ପରିଚାଳନା କରିଥିଲେ ।
ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ପ୍ରାରମ୍ଭିକ ପୁଂଜି (ସିଡ୍ କ୍ୟାପିଟାଲ) ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ
|
March 9, 2023 |
![](https://sandhannews.com/wp-content/uploads/2023/03/IMG-20230309-WA0007.jpg)