ଗୁହାରୀ ଶୁଣିଲେନି ବଡଚଣା ବିଡିଓ: ଗୋଚର ଜମିରେ ପୋଖରୀ ଖୋଳି ୧୦ଲକ୍ଷ ଚଳୁ

Spread the love

ଚଣ୍ଡିଖୋଲ, ୦୩/୦୪(ବିମଲ ବେହେରା):- ଯାଜପୁର ଜିଲ୍ଲାର ବଡଚଣା ବିଡିଓ ଲୋକଙ୍କ ଅଭିଯୋଗ ଓ ବାରମ୍ବାର ଗୁହାରୀ ନଶୁଣିବା ଯୋଗୁ ଏବେ ୧୦ଲକ୍ଷ ଟଙ୍କାର ସରକାରୀ ଅର୍ଥ ଚଳୁ ହେବାକୁ ବସିଛି । ବିଡିଓଙ୍କ ସହ ସଲାସୁତରା କରି ଯାଜପୁର ଜିଲ୍ଲାର ବଡଚଣା ବ୍ଳକ ଅନ୍ତର୍ଗତ ରାଧାଦେଇପୁର ଗ୍ରାମ ପଂଚାୟତ ଦାମୋଦରପୁର ମୌଜାର ଗୋଚର ଜମିରେ ପୋଖରୀ ଖୋଳାନାମରେ ଏହି ଅର୍ଥକୁ ହଡପ କରିବାକୁ ସୁଚିନ୍ତିତ ଯୋଜନା ହୋଇଛି । ବିଡିଓଙ୍କ ନିରବତାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଗ୍ରାମବାସୀ ମାନେ ଏହି କାର୍ଯ୍ୟକୁ ରୋକିବା ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଜାତୀୟ କର୍ମନିଯୁକ୍ତି ଯୋଜନାର ଅର୍ଥ ବିନିଯୋଗ କରି ଏହି ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ଗେଙ୍ଗୁଟି ନଦୀବନ୍ଧ କଡରେ ଥିବା ଏକ ପୁରୁଣା ପଡିଆକୁ ମାତ୍ର ଅଳ୍ପ କେଇ ଘଂଟା ଜେସିବି ମେସିନି ସାହାର୍ଯ୍ୟରେ ଖୋଳି ଚତୁପାଶ୍ୱର୍ ମାଟି ପକାଯାଇଛି । ଦାମୋଦରପୁର ମୌଜାର ଯେଉଁଠାରେ ଏହି ପୋଖରୀଟି ଖୋଳାଯାଇଛି ତାହାର ପ୍ଳଟ ନଂ ୧୦୮ ଥିଲାବେଳେ ଖାତା ନଂ ୧୦୫ ରହିଛି । ଯାହାକି ଏହା ଗୋଚର କିସମ ହୋଇଥିବା ସୂଚନା ମିଳିଛି । ଜାତୀୟ କର୍ମନିଯୁକ୍ତି ଯୋଜନାରେ ୨୦୨୦-୨୧ ଆର୍ଥୀକ ବର୍ଷରେ ବ୍ଳକ ପକ୍ଷରୁ ପୋଖରୀ ଖୋଳିବା ପାଇଁ ୧୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା । ୦୮.୦୧.୨୦୨୧ରୁ କାର୍ଯ୍ୟଟି ଶୁଭାରମ୍ଭ ପାଇଁ ଏଠାରେ ମଧ୍ୟ ଏକ ଫଳକ ଲଗାଯାଇଥିଲା ବେଳେ ଶ୍ରମିକ ବଦଳରେ କିଭଳି ମେସିନି ସାହାର୍ଯ୍ୟରେ ଜାତୀୟ କର୍ମନିଯୁକ୍ତି ଯୋଜନାର ଅର୍ଥକୁ ଏଠାରେ ବାଟମାରଣା କରାଯାଇଛି ତାହା ମଧ୍ୟ ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଛି । କୌଣସି ଆବଶ୍ୟକତା ନଥାଇ ପୁରଣା ଗଡିଆକୁ ପୋଖରୀ ଖୋଳିବା ନାଁରେ କେତେକ ବ୍ୟକ୍ତି ଏଭଳି କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି । ଯୋଉଁ ସ୍ଥାନରେ ଏହ ଗଡିଆକୁ ପୋଖରୀ ପାଇଁ ପୁନୁରଦ୍ଧାର କରାଯାଇଛି ଗେଙ୍ଗୁଟି ନଦୀବନ୍ଧ କଡ ଅନ୍ୟପଟେ ନଦୀବନ୍ଧରୁ ଖଣତାପଶି ଗ୍ରାମକୁ ସଂଯୋଗୀକରଣ ରାସ୍ତା କଡରେ ହୋଇଥିବାରୁ ଗୋରୁ ଗାଈ ତଥା ସାଧାରଣ ଲୋକ ସେଠାରେ ପଡି ମୃତ୍ୟୁ ବରଣ କରିବାର ସମ୍ଭାବନା ସୃଷ୍ଟି କରିଛି । ଏହା ଉପରେ ଜିଲ୍ଲାପାଳ ସ୍ୱତନ୍ତ୍ରଭାବେ ଦୃଷ୍ଟି ଦେଇ ବିଡିଓଙ୍କ ସହ ବେଆଇନ୍ କାର୍ଯ୍ୟ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ସାଧରଣରେ ଦାବି ହୋଇଛି ।

Related Posts

About The Author

Add Comment