ଗୁହାରି ଶୁଣିଲେନି ସରକାର, ଷ୍ଟେରିଂଙ୍ଗି ଛାଡି ରାଜରାସ୍ତାକୁ ଓଲାଇଲେ ଡ୍ରାଇଭର ମହାସଂଘ।

Spread the love
  •  
  •  
  •  
  •  
  •  

ଜେନାପୁର ୧୫/୦୩। (ସନ୍ଧାନ ନିଉଜ୍) ପ୍ରଶାନ୍ତ ସାମଲ)ଧର୍ମଶାଳା ବ୍ଳକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ୫୩ ନମ୍ବର ଜାତୀୟ ରାଜପଥ ର କାନ୍ତପଡା ଛକରେ ୧୦ ଦଫା ଦାବିନେଇ ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ଷ୍ଟେରିଂ ଛାଡ଼ ଆନ୍ଦୋଳନ ଆଜି ସକାଳ ୬ ଘଟିକା ଠାରୁ ରାଜରାସ୍ତାକୁ ଓଲ୍ହାଇ ଛନ୍ତି। ଏହି ଆନ୍ଦୋଳନରେ ବିଜୟ ବେହେରା, ବସନ୍ତ ପରିଡା, ଅନିରୁଦ୍ଧ ମଲିକ ଙ୍କ ନେତ୍ତୃତ୍ୱରେ ଏହି ଥାନା ଅଧୀନରେ ଥିବା ୧୮ଗୋଟି ପଞ୍ଚାୟତ ର ହଜାର ହଜାର ଡ୍ରାଇଭର ସାମିଲ ହୋଇ ଧାରଣା ରେ ବସିଥିବା ଦେଖିବାକୁ ମିଳିଥିଲା। ଯଦିଓ ଦାବି ପୂରଣ ନହୁଏ ତେବେ ଧାରଣାରେ ବସିବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବୋଲି ସଂଘ ତରଫରୁ ଚେତାବନୀ ଦେଇଛନ୍ତି , ଯାହା ଫଳରେ ଜିଲାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି । ଜିଲାରେ ଜରୁରୀକାଳୀନ ସେବାରେ ବ୍ୟବହୃତ ଗାଡି ଗୁଡିକ ଛାଡିଲେ ଦୈନନ୍ଦିନ ବସ୍ ସେବା ବନ୍ଦ ରହିଛି । ଜିଲ୍ଲାର କୋଣ ଅନୁକୋଣକୁ ଯାଉଥିବା ସମସ୍ତ ଘରୋଇ ବସ୍ ବନ୍ଦ ରହିଛି । ଯାହାଦ୍ୱାରା ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଆଜି ସହରର ବିଭିନ୍ନ କୋଣ ଅନୁକୋଣରୁ ଲୋକମାନେ ଟ୍ରେନ ଯୋଗେ ଆସି ବସ୍ କୁ ଅପେକ୍ଷା କରିଥିବା ଲୋକମାନେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହୋଇଥିବା ବେଳେ ଦିନସାରା ଖରାରେ ଏଣେତେଣେ ବସିଥିବା ଦେଖିବାକୁ ମିଳିଛି। ସେମାନଙ୍କ ମୁଖ୍ୟ ଦାବୀହେଲା ପ୍ରତେକ ୧୦୦ କିଲୋମିଟର ଦୂରରେ ଶୌଚାଳୟ, ଗାଡି ପାର୍କିଙ୍ଗ ଡ୍ରାଇଭର ମାନଙ୍କ ସାମାଜିକ ସୁରକ୍ଷା, ସମ୍ମାନ,ଏବଂ ଅଧିକାର ଦାବୀ ନେଇ ଓଡିଶା ଡ୍ରାଇଭର ଏକତା ମହାମଞ୍ଚ ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି।ଏଥିପାଇଁ ମଞ୍ଚ ପକ୍ଷରୁ ରାଜଧାନୀକୁ ପଦଯାତ୍ରା ଠାରୁ ଆରମ୍ଭ କରି ଦଣ୍ଡବତ ଯାତ୍ରା ଆଦି ଆନ୍ଦୋଳନ କରିଥିଲେ।ହେଲେ ସରକାର ଏହାକୁ ଅଣଦେଖା କରିଥିଲେ।ଏଭଳି ଅଭିଯୋଗ କରି ବୁଧବାର ଦିନ ଓଡିଶା ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା,ମୃତ ଡ୍ରାଇଭର ଙ୍କ ପରିବାରକୁ ୨୦ଲକ୍ଷ ବିମାରାଶି ପ୍ରଦାନ,ଦୁର୍ଘଟଣା ପରେ ଆହତ ଡ୍ରାଇଭରକୁ ୫ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ,୫୫ବର୍ଷ ପରେ ବୃଦ୍ଧ ଡ୍ରାଇଭରକୁ ପେନସନ ପ୍ରଦାନ,ଡ୍ରାଇଭର ମାନଙ୍କ ପିଲାଙ୍କୁ ଶିକ୍ଷା ବ୍ୟବସ୍ଥା ପାଇଁ ସରକାର ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଙ୍ଘ ଚେତାବନୀ ଦେଇଛି।

Related Posts

About The Author

Add Comment