ଗୁରୁ ଦିବସରେ ପ୍ରତିବନ୍ଧକ ମହାମାରୀ କରୋନା!

Spread the love

ରାଉରକେଲା, (ସନ୍ଧାନ ନିଉଜ):  ଆଉ ଦିନ କେଇଟା ପରେ ପାଳନ ହେବ ଗୁରୁ ଓ ଶିଷ୍ୟଙ୍କ ପବିତ୍ର ସମ୍ପର୍କର ସେତୁ ଗୁରୁ ଦିବସ । ଆସନ୍ତା ମାସ ସେପ୍ଟେମ୍ବର ୫ ତାରିଖରେ ପୁର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଏହି ଦିବସକୁ ନିଶ୍ଚିତ ରୂପେ ପାଳନ କରାଯାଇଥାଏ । ମାତ୍ର ଏଥର ମହାମାରୀ କରୋନା ଯୋଗୁ ଅନ୍ୟ ପର୍ବପର୍ବାଣୀ ପରି ଗୁରୁ ଦିବସ ପାଳନ ଫିକା ପଡ଼ିବା ଆଶଙ୍କା ପ୍ରକାଶ ପାଇଛି । କେବଳ ଯାହା ଔପଚାରିକ ଭାବେ ଏହି ଦିବସକୁ ପାଳନ କରାଯିବା ଆଶା ରଖାଯାଉଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିକୋଣରୁ କରୋନା ପାଇଁ ସ୍କୁଲ ଓ କଲେଜ ଗୁଡ଼ିକୁ ଦୁର୍ଗାପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି । ଫଳ ସ୍ୱରୂପ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ସେପ୍ଟେମ୍ବର ମାସରୁ ଅକ୍ଟୋବର ଦଶହରା ଛୁଟି ଯାଏ ବନ୍ଦ ରହିବ । ଆସନ୍ତା ସପ୍ତାହରେ ଗୁରୁ ଦିବସ ପଡ଼ୁଥିବାରୁ  ଗୁରୁ ବନ୍ଦନା ପାଇଁ ବ୍ୟଗ୍ର ହୋଇ ଉଠିଛନ୍ତି ଛାତ୍ରଛାତ୍ରୀ । ପ୍ରତିବର୍ଷ ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ଥିବା ବିଭିନ୍ନ ବିଦ୍ୟାଳୟ ଗୁଡ଼ିକରେ ଗୁରୁ ଦିବସ ପାଳନ କରାଯାଇଥାଏ । ଶିକ୍ଷକ, ଶିକ୍ଷିକା ଅବା ଗୁରୁ, ଗୁରୁମା ମାନଙ୍କୁ ବିଦ୍ୟାର୍ଥୀମାନେ ପୂଜା କରି ବନ୍ଦାପନା କରିଥାନ୍ତି । ସମସ୍ତ ଶିକ୍ଷାନୁଷ୍ଠାନରେ ଏକ ଭାବବିହ୍ୱଳ ପରିବେଶ ଛାତ୍ର ଏବଂ ଗୁରୁଙ୍କ ମଧ୍ୟରେ ସୃଷ୍ଟି ହେବା ଲକ୍ଷ୍ୟ କରାଯାଇଥାଏ । । ଘରୋଇ କୋଚିଙ୍ଗ ସେଂଟର ଅବା ଟିଉସନରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ଗୁରୁଙ୍କୁ ନାନାଦି ଉପହାର ଶ୍ରଦ୍ଧାପୂର୍ବକ ଅର୍ପଣ କରିଥାନ୍ତି । ଗୁରୁ ଦିବସର ସଂଧ୍ୟାରେ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜନ ହୋଇଥାଏ । କିନ୍ତୁ ଚଳିତ ବର୍ଷର କରୋନାର କାୟାରେ ଗୁରୁ ଦିବସ ପାଳନ ମଳିନ ପଡ଼ିଯିବା ପରି ସ୍ପଷ୍ଟ ଭାବେ ଏବେ ଠାରୁ ପ୍ରତୀୟମାନ ହେଉଛି ।
ଗୋଟିଏ ପଟେ କରୋନା ଯୋଗୁ ଗୁରୁ ଦିବସ ଫିକା ପଡ଼ିବା ଆଶଙ୍କା ଜଳଜଳ ଦେଖା ଯାଉଥିବା ବେଳେ, ଏହି ଦିବସକୁ କିପରି କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ପାଳନ କରାଯିବ ଏହାକୁ ନେଇ ଶିକ୍ଷାବିତ ମାନଙ୍କ ମଧ୍ୟରେ ବିଚାରବିମର୍ଷ ଆରମ୍ଭ ହୋଇଛି ।

Related Posts

About The Author

Add Comment