ଧର୍ମଶାଳା ୨୩/୧ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ସ୍ଥିତ ଗୁରୁକୁଳ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ(ଗୁନଗୁନ-୬)ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ଚେୟାରମ୍ୟାନ ଅଭୟକୁମାର ଜେନା ସଭାପତିତ୍ୱ କରିଥିଲେ । ରାଜ୍ୟ ଅବସରପ୍ରାପ୍ତ ମୁଖ୍ୟ ଶାସନସଚିବ ସହଦେବ ସାହୁ ଉତ୍ସବକୁ ଉଦଘାଟନ କରି ଆୟୋଜିତ ସଭାରେ ପିଲାଙ୍କୁ ମଣିଷ କରିବା ଦାୟିତ୍ୱ ଗୁରୁମାନଙ୍କର ରହିଥିବା ବଳେ ଅଭିଭାବକ ମାନେ ମଧ୍ୟ ସେମାନଙ୍କର କର୍ତବ୍ୟ ଠିକ ଭାବେ ପାଳନ କରିବା ଉପରେ ମତବ୍ୟକ୍ତ କରି ପିଲାଙ୍କୁ ସର୍ବସାଧାରଣରେ ତିରସ୍କାର ନକରି ସେମାନଙ୍କର ପ୍ରଶଂସା କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଯୋଗ ଦେଇ ପିଲାଙ୍କ ପ୍ରତି ମାନବିକତା ପ୍ରଦର୍ଶନ କରିବା ସହିତ ସେମାନଙ୍କୁ ଆଦର ଓ ସ୍ନେହ କରିବକକୁ ମତବ୍ୟକ୍ତ କରି ଶିଶୁ କନ୍ୟା ମାନଙ୍କ ପ୍ରତି ଅବହେଳା ନ କରିବାକୁ ସେ କହିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ହାସ୍ୟ ବ୍ୟଙ୍ଗ କବି ଜ୍ଞାନ ହୋତା ଯୋଗ ଦେଇ ମା ମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ଉପରେ ସେ ଗୁରୁତ୍ୱାରୋପ କରି ବିଭିନ୍ନ ବ୍ୟାଙ୍ଗ କଥା କହି ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ରୂପେ ଅନୁଷ୍ଠାନର ନିଦେ୍ର୍ଦଶକ ସୁଶାନ୍ତ କୁମାର ମହାପାତ୍ର ଯୋଗ ଦେଇ ଅନୁଷ୍ଠାନ ପ୍ରତି ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବୀର କୁମାର କର ସ୍ୱାଗତ ଭାକ୍ଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଦ୍ୱାରିକାନାଥ ପଣ୍ଡା ବିବରଣୀ ପାଠ କରିଥିଲେ । ଶିକ୍ଷକ ମୁକ୍ତିକାନ୍ତ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିବା ସହିତ ବିଦ୍ୟାଳୟର ବାର୍ଷିକ ମୁଖପତ୍ର ‘ଗସ୍ପେଲ୍’ ଉନ୍ମୋଚିତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସ୍ୱାଗତ ସଂଗୀତ ଓ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।