ଗୁମର ଖୋଲିଲା ଅଭିଯୁକ୍ତ କନଷ୍ଟେବଲ ଜିତେନ୍ଦ୍ର ସେଠୀଙ୍କ

Spread the love

ପୁରୀ, ୫/୧୨ (ସନ୍ଧାନ ନିଉଜ) : ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ କନଷ୍ଟେବଲ ଜିତେନ୍ଦ୍ର ସେଠୀଙ୍କ ଗୁମର ଖୋଲିଛି। ଚାକିରି ସମୟରେ ଦୁଷ୍କର୍ମ, ଦ୍ଵିତୀୟ ବିବାହ ଓ ଦ୍ଵିତୀୟ ପତ୍ନୀକୁ ପୋଡ଼ି ମାରିଦେବା ଭଳି ୯ଟି ଅପରାଧୀକ ମାମଲା ତାଙ୍କ ନାଁରେ ରହିଛି। ସେଥିପାଇଁ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ପୁରୀ ଏସ୍‌ପି ଉମାଶଙ୍କର ଦାସ କହିଛନ୍ତି।

ବହିଷ୍କାର ହୋଇଥିବା କନଷ୍ଟେବଲ ଜିତେନ୍ଦ୍ର ଗତ ଡିସେମ୍ଵର ୨ ତାରିଖରେ ପୋଲିସ କ୍ଵାର୍ଟର୍ସରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆସିଥିଲା। ସେହି କ୍ଵାର୍ଟର୍ସ ଜିତେନ୍ଦ୍ରଙ୍କ ପ୍ରଥମ ସ୍ତ୍ରୀଙ୍କ ନାଁରେ ରହିଛି। ଜିତେନ୍ଦ୍ର ବହିଷ୍କରା ହେବା ପରେ ବିଭାଗର ଅନେକ ବରିଷ୍ଠ ଅଧିକାରୀଙ୍କ ସହ ଘନିଷ୍ଠ ସମ୍ପର୍କ ରହିଥିଲା। ଯାହାର ଫାଇଦା ଉଠାଇ ଜିତେନ୍ଦ୍ର ଏଭଳି ଅନୈତିକ କାର୍ଯ୍ୟ କରୁଥିବା ଜଣାପଡ଼ିଥିଲା।

୨୦୧୧ରେ ପୁରୀ କୃଷ୍ଣପ୍ରସାଦ ମାଲୁଦ ଫାଣ୍ଡିରେ କାର୍ଯ୍ୟରତ ସମୟରେ ଜିତେନ୍ଦ୍ର ଡିଆଁବୁଦା ଗ୍ରାମର ବଂଶୀଧର ଦାସଙ୍କ ଝିଅ ଅଞ୍ଜଳିଙ୍କୁ ଅପହରଣ କରି ବିବାହ କରିଥିଲେ। ହେଲେ ଅଞ୍ଜଳି ଜିତେନ୍ଦ୍ରର ପୂର୍ବ ବିବାହ କଥା ଜାଣିବା ପରେ ଦୁହିଁଙ୍କ ମଧ୍ୟରେ ତିକ୍ତତା ଦେଖା ଦେଇଥିଲା। ଏହାକୁ ନେଇ ଜିତେନ୍ଦ୍ର ଅଞ୍ଜଳିକୁ ପୋଡ଼ି ମାରିବାକୁ ଚେଷ୍ଟା କରିଥିଲେ।

Related Posts

About The Author

Add Comment