ଭୁବନେଶ୍ୱର, ୧୧/୧୨(ସନ୍ଦାନ ନ୍ୟୁଜ) ଦେଶରେ ଡାଆଣୀ ଓ ଗୁଣିଆ ସନେ୍ଦହରେ ବର୍ଷକୁ ପ୍ରାୟ ୫୩ ଜଣଙ୍କୁ ହତ୍ୟା କରା ଯାଇଛି । ଯାହାକି ପ୍ରାମୃତିକ ବିପର୍ଯ୍ୟୟ, ନକ୍ସଲଲ ହତ୍ୟାରେ ପ୍ରାଣ ହରାଉଥିବା ଲୋକ ସଂଖ୍ୟାଠାରୁ ଢ଼େର୍ ଅଧିôକା । ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଗଞ୍ଜାମ ଓ ରାୟଗଡା ଜିଲ୍ଲା ଏ କ୍ଷେତ୍ରରେ ଆଗରେ ରହିଛି । ଏହାକୁ ରୋକିବାକୁ ହେଲେ ଦଣ୍ଡ ବ୍ୟବସ୍ଥାକୁ କଡାକଡିଭାବେ ଲଗେୁ କରିବା ଆବଶ୍ୟକ । ଏହାସହ ଶିକ୍ଷା ବ୍ୟବସ୍ଥାରେ ଏଭଳି କୁସଂସ୍କାର ସଂପର୍କରେ ସଚେତନଧର୍ମୀ ପାଠ୍ୟକ୍ରମ ସାମିଲ କରାଯିବାର ଆବଷ୍ୟକତା ରହିଛି । ଆଜି ‘ମମତା’ ପକ୍ଷରୁ ସିୱାଇଏସ୍ଡ ପରିସରରେ ଅନୁଷ୍ଠିତ ଗୁଣିଗାରେଡି ଓ କୁସଂସ୍କାର ଦୂରୀକରଣ ସଂପର୍କିତ କର୍ମଶାଳାରେ ଅତିଥିମାନେ ଏଭଳି ମତ ଦେଇଛନ୍ତି ।
କର୍ମଶାଳେରେ ଅତିଥି ଭାବେ ଯୋଗ ସେଇ ରାଜ୍ୟ ସୂଚନା କମିସନର୍ ଶଶିପ୍ରଭା ବିନ୍ଧାଣୀ କହିଲେ, ଗୁଣିଗାରେଡି ଓ ଅନ୍ଧବିଶ୍ୱାସକୁ ପ୍ରୋସôାହନ ଦେଉଥିବାଲୋକମୋନ ଆଇନର ପରିସରକୁ ଆସିପାରୁ ନହେନ୍ତେି । ଏଥିପାଇଁ ତୁରନ୍ତ ପଦକ୍ଷେପ ଭ୍ରହଣ କରାଯିବା ସହ ଆନˆୁ କଡାକଡି ଲାଗୁ କରିବା ଆବଶ୍ୟକ । କେଲାକଙ୍କ ପାଖାର ଠିକ୍ ସୂଚନା ପହଂଚି ପାରିଲେ, ସେମାନଙ୍କ ଭ୍ରନ୍ତ ଧାରଣା ଦୁର ହୋଇପାରିବ । ଆଇନ ଓ ପିଡିତାଙ୍କ ମଧ୍ୟରେ ଥିବାବ୍ୟବଧାନକୁ ହ୍ରାସ କରାଯାଇ ପାରିଲେ ଏହୀସମସ୍ୟା ଅନେକାଂଶରେ ଦୂରହୋଇ ପାରିବବୋଲି ସେ କହିଥିଲେ । ଆମେରିକା କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ନୃତତ୍ୱ ବିଜ୍ଞାନ ଅଧ୍ୟାପିକା ଅନ୍ନପୂର୍ଣ୍ଣା ପାଣ୍ଡେ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ, ଗୁଣିଗାରେଡି କେବଳ ଓଡିଶା କିମ୍ବା ଭାରତର ସମସ୍ୟା ନୁନେଁ, ଆଫ୍ରିକା ମହାଦେଶରେ ମଧ୍ୟ ଏଭଳି ଅନେକ ଘଟଣା ସାମ୍ନାକୁ ଆସୁଛି । ବିଶ୍ୱସ୍ତରରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଏ ସଂପର୍କରେ ଗବେଷଣା କରୁଛନ୍ତି । ଗୁଣିଗାରେଡି ସଂପର୍କିତ ଘଟଣାରେ ଯେଉଁମାନେ ପୀଡିତ ଓ କାହିଁକି ସେମାନଙ୍କୁ ଟାର୍ଗେଟ୍ କରାଯାଉଛି, ତାହାର ତର୍ଜମା ଆବଶ୍ୟକ । କେବଳ ଯେ ଗ୍ରେଂଚଳରେ ଏହି ସମସ୍ୟା ଦେଖାଦେଉଛି, ତା’ ନୁହେଁ; ସହରାଂଚଳରେ ମଧ୍ୟ ଏଭଳି ଘଟଣା ଘଟୁଛି । ତେବେ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି । ତୃଣମୂଳସ୍ତରରେ ଗୁଣିଗାରେଡି, ଗୁଣିଆ ଓ ଡାଆଣୀମାନଙ୍କ କାହାଣୀର ମୌଳିକ ଅଧୋର ଓ କାରଣ ଜାଣିପାରିଲେ ତାହାର ପ୍ରତିକାର ହୋଇପାରିବ ବୋଲି ଶ୍ରୀମତୀ ପେଣ୍ଡେ କହିଥିଲେ ।
ବୈଜ୍ଞାନିକ ଚର୍ଚାର ସଂପାସକ ଦେବେନ୍ଦ୍ର ସୂତାର କହିଲେ, ଜମି, ସଂପତି ହଡପ, ଯୌନ ଶୋଷଣ କରିବାରେ ବିଫଳତା, ଅସହିଷ୍ଣୁତା ଓ ଅନ୍ଧବିଶ୍ୱାସ ଆଦି ଗୁଣିଗାରେଡି ଓ ଡାଆଣୀ ସନେ୍ଦହର ମୁଖ୍ୟ କାରଣ । ତେବେ ଏହାକୁ ନିୟନ୍ତ୍ରଣ କରିବାକୁ ହେଲେ ଏହାକୁ ଏକ ସାମାଜିକ ଆନେ୍ଦାଳନରେ ପରିଣତ କରିବାକୁ ହେବ । ଏହି ଆନେ୍ଦାଳନ ସାମାଜିକ, ସଂଂସ୍କୃତିକ ଓ ଶିକ୍ଷା ଆଦି କ୍ଷେତ୍ରରେ ଜାତୀୟସ୍ତରରେ ହେବା ଦରକାର । ପ୍ରତି ଘଟଣାର ମୌଳିକ ଆଧାରକୁ ଖୋଜି ବାହାର କରି ଲୋକଲୋଚନକୁ ଆଣିପାରିଲେ ଏହାର ବାସ୍ତବ ସମାଧାନ ହୋଇପାରିବ ବୋଲି ସେ କହିଥିଲେ ।
ଗୁଣିଗାରେଡି ଓ ଡାଆଣି ପ୍ରଥା ଦୂର କରିବା ପାଇଁ ଶିକ୍ଷାବିତ୍, ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି ଓ ଆଦର୍ଶବାଦୀଙ୍କୁ ନେଇ ଏକ କାର୍ଯ୍ୟକାରୀ କମିଟି ଗଠନକରାଯାଇଛି । ଆସନ୍ତା ୧ପର୍ଷର କାର୍ଯ୍ୟ ଯୋଜନା ପ୍ରସ୍ତୁତ ହୋଇଛି । ଏହି କର୍ମଶାଳାରେ ପୂର୍ବତନ ସୂଚନା କମିସନର୍ ଜଗଦାନନ୍ଦ, ଓଡିଶା ଆଦର୍ଶ ବିଶ୍ୱବିଦ୍ୟାଳୟ ସଂଗଠନର ଉପଦେଶ୍ଟା ବିଜୟ ସାହୁ, ମମତାର ତରୁଲତା ସ୍ୱିବେଦୀ, ଶ୍ରୀ ମିଶ୍ର, ବିଶିଷ୍ଟ ନୃବିଜ୍ଞାନୀ ଲୋନା ନାୟକ, ଏନ୍ସିଇଆରଟିର ଜ୍ୟୋସ୍ନା ନାୟକ, ପିଆଇବିର ପୂର୍ବତନ ଅଧିକାରିୀ ସୁଧାଂଶୁ ଶେଖର ଧଡା, ଆଇନାର ସଂପାଦିକା ସ୍ନେହ ମିଶ୍ର ଓ ସମାଜର ମୁଖ୍ୟ ସଂଯୋଜକ ସୁରେଶ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଗୁଣି ଗାରେଡିରେ ବର୍ଷକୁ ୫୩ ଜଣଙ୍କ ମୃତ୍ୟୁ ହେଉଛି! ହାର ମାନୁଛି ବିଜ୍ଞାନ ଯୁଗ
|
December 11, 2019 |



