ଗୀତ ଗାଇ ପରିବାର ପଶୁଛନ୍ତି ଶ୍ରୀଧର

Spread the love

ଭଦ୍ରକ, ୨୪/୧୦ (ସନ୍ଧାନ ନିୟୁଜ) -ଜନ୍ମରୁ ଦୃଷ୍ଟିଶକ୍ତି ହରାଇ ଥିଲେ ମଧ୍ୟ କେବେ ପଛକୁ ଫେରି ନାହାନ୍ତି ଶ୍ରୀଧର.ଗାଁ ଗାଁ ବୁଲି ଗୀତ ଗାଇବା ସହ ହାତରେ ଢୋଲ ବେଶ ଆକୃଷ୍ଟ କରିଥଏ ଲୋକଙ୍କୁ. ଗୀତ ଗାଇ ଲୋକଙ୍କୁ ମୁଗ୍ଧକରି ଜାହା କିଛି ଅର୍ଥ ପାଇଥାନ୍ତି ନିଜ ପରିବାର ପୋଷଣ କରିଥାନ୍ତି ଶ୍ରୀଧର.ପରିବାରରେ ଯେତେ ଦୁଃଖ ଆସିଲେବି କେବେ ଭାଙ୍ଗିନାହାନ୍ତି ଶ୍ରୀଧର. ଭଗବାନଙ୍କ ଭରସା ରେ ସବୁ ଛାଡି କିଭଳି ପିଲା ଦୁଇଜଣ ମଣିଷ ହେବେ ସେହି ଚିନ୍ତାରେ ଏବେ ଶ୍ରୀଧର.

ଭଦ୍ରକ ଜ଼ିଲ୍ଲା ତିହିଡି ବ୍ଲକ ବାରସର ପଞ୍ଚାୟତ ଵଂଙ୍ଗାଳିପଦା ଗାଁର ଶ୍ରୀଧର ମହାଳିକ ପିଲା ବେଳୁ ନିଜର ଦୃଷ୍ଟିଶକ୍ତି ହରାଇ ଥିବାରୁ ପାଠ ପଢି ପାରିନଥିଲେ. ପିଲା ବେଳୁ ତାଙ୍କ ବାପା ସୁଖଦୁଃଖ ରେ ସାହସ ଦେଇ ଥାନ୍ତି ଶ୍ରୀଧରଙ୍କୁ. ହେଲେ ବାପା ଚାଲିଗଲା ପରେ ମନରେ ଦୁଃଖ ଥିଲେ ମଧ୍ୟ କେବେ ନିଜର କଷ୍ଟ ଜଣାଇ ନାହାନ୍ତି ପରିବାର ନିକଟରେ.ବାପା ଥିବା ସମୟରେ ଶ୍ରୀଧରଙ୍କୁ ବାଟ କଢେଇ ନେଇ ଗାଁଗାଁ ବୁଲାଉଥିଲେ. ବାପାଙ୍କ ମୃତୁ ପରେ ଭାଙ୍ଗିପଡିଥିଲେ କିଛି ଦିନ ପାଇଁ ଶ୍ରୀଧର.ବାପା ଗଲା ପରେ ଗାଁ ବୁଲିବା ତାଙ୍କ ପାଇଁ କଷ୍ଟକର ହୋଇ ପଡିଥିଲା.ଫଳରେ ପରିବାର ସଦସ୍ୟ ଭୋକ ଉପାସରେ ରହୁଥିଲେ. ଶେଷରେ ଭଗବାନ ସହାୟ ହେଲା ଭଳି ଶ୍ରୀଧରଙ୍କ ଶଶୁର ଏବେ ତାଙ୍କୁ ବାଟ କଢ଼ାଉଛନ୍ତି. ପୂର୍ବ ପରି ସେ ଗାଁ ଗାଁ ବୁଲିବା ସହ ବିଭିନ୍ୟ ମେଳା ଓ ଅନୁଷ୍ଠାନରେ ଯୋଗ ଦେଇ ପାରୁଛନ୍ତି ଶ୍ରୀଧର.ଏବେ ନିଜର ପରିବାର ଓ ଦୁଇ ପିଲାଙ୍କୁ ମଣିଷ କରିବାକୁ ଉଦ୍ୟମ କରୁଥିବା ବେଳେ ଗାଁ ଗାଁ ବୁଲି ଯେତିକି ଅର୍ଥ ପାଉଛନ୍ତି ସେଥିରେ ଚଳିବାକୁ କଷ୍ଟ ହେଉଥିବା କହିଛନ୍ତି. କେବଳ ଭିନ୍ନକ୍ଷେମ ଭତା ମିଳୁଥିବା ବେଳେ ସେହିପରି ସରକାରୀ ସହାୟତା ମିଳିଲେ ପିଲାମାନେ ମଣିଷ ହୋଇପାରିବେ ବୋଲି କହିଛନ୍ତି ତାଙ୍କ ପତ୍ନୀ.

https://www.youtube.com/watch?v=yEm4EICFzkY

ଦୁଷ୍ଟିଶକ୍ତି ହରାଇ ଥିବା ଶ୍ରୀଧରଙ୍କ ମାର୍ଜିତ ବ୍ୟବହାର ଓ ମଧୁର କଣ୍ଠସ୍ୱର ସମସ୍ତଙ୍କ ପାଖରେ ପ୍ରିୟଭାଜନ କରିପାରିଛି.ଦୁଃଖ କଷ୍ଟରେ ଜୀବନ ବିତାଉ ଥିବା ଶ୍ରୀଧରଙ୍କ ସ୍ମରଣ ଶକ୍ତି ଏତେ ତୀକ୍ଷଣ ଯେ ଶୁଣି ଶୁଣି ଅନେକ ଗୀତ ମନେ ରଖିବା ସହ ଗାଁ ଗାଁ ରେ ପହଛାଇ ଥାନ୍ତି. ତେଲ ଲୁଣ ଅଭାବୀ ପରିବାରକୁ ଚଳାଇବା ପାଇଁ ଏହି ସଂଗୀତକୁ ମାଧ୍ୟମ କରିଥାନ୍ତି ଶ୍ରୀଧର.ଶ୍ରୀଧର ନିଜର ମଧୁର କଣ୍ଠରେ ଗୀତ ଶୁଣାଇ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇପାରିଛନ୍ତି. ସରକାରଙ୍କ ପକ୍ଷରୁ ମିଳିଥିବା ଘର ଅଧାରୁ ଅଟକି ରହିଛି. ଫଳରେ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି ଶ୍ରୀଧର ଓ ଟାଙ୍କ ପରିବାର ସଦସ୍ୟ. ରାଜ୍ୟ ସରକାର କିମ୍ବା ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀଧରଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ.

Report- R nayak

Related Posts

About The Author

Add Comment