ଗିରଫ ହୋଇଥିବା ଗଛ: ଜାଣନ୍ତୁ କାରଣ

Spread the love

 ଶିକୁଳିରେସାଧାରଣତଃ ଆମେ ଆମେ ଗୃହପାଳିତ ପଶୁଙ୍କୁ ବାନ୍ଧି ଥାଉ ବା ଅପରାଧୀମାନଙ୍କୁ ମଧ୍ୟ ଶିକୁଳିରେ ବନ୍ଧାଯିବାର ନଜୀର ରହିଛି । ଏହା ବ୍ୟତୀତ ସମୁଦ୍ରରେ ଲଂଗର ପକାଇଥିବା ଜାହାଜକୁ ମଧ୍ୟ ଶିକୁଳିରେ ବନ୍ଧାଯାଇଥାଏ । ଶିକୁଳିରେ ବହୁତ ଜିନିଷ ବନ୍ଧାଯାଇଥାଏ । ତେବେ ଗୋଟେ ଗଛକୁ ଶିକୁଳିରେ ବନ୍ଧା ଯାଇ ଦୀର୍ଘବର୍ଷ ହେଲା ରଖାଯାଇଛି ବୋଲି କହିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ନହେଲେ ଭାବିବେ ବୋଧେ ଗଛଟି ଢଳିପଡୁଥିବ, ସେଥିପାଇଁ ବାନ୍ଧି ରଖାଯାଇଛି । କିନ୍ତୁ ସେମିତି କିଛି ନୁହେଁ, ବରଂ ଗଛଟିକୁ ଜଣେ ଇରେଂଜସାହେବ ଗିରଫ କରି ବାନ୍ଧି ରଖିଛନ୍ତି ।

ଏହା ଶୁଣିବାକୁ ଅଜବ ଲାଗୁଥିଲେମଧ୍ୟ ସତ କଥା । ପାକିସ୍ତାନର ଲାଣ୍ଡି କୋଟଲ ଠାରେ ବନ୍ଧା ହୋଇ ରହିଛି ଏହି ଗଛ । ତେବେ ଗଛଟି ବନ୍ଧାହୋଇ ରହିବା ପଛରେ ରହିଛି ଏକ ରୋଚକ କାହାଣୀ . କାହାଣୀଟି ଶୁଣିଲେ ଆପଣ ବି ହସି ହସି ହୋଇଯିବେ ବେଦମ।

୧୯୪୭ ମସିହାରେ ଭାରତ ସ୍ବାଧୀନହେବା ଆଗରୁ ପାକିସ୍ତାନ ଭାରତର ଏକ ଅଂଶ ଥିଲା । ସେତେବେଳେ ଭାରତକୁ ବ୍ରିଟିଶ ଇଣ୍ଡିଆ ବୋଲି କୁହାଯାଉଥିଲା। ବ୍ରିଟିଶ ଅଧିକାରୀମାନେ ସୁଦୁର ଇଂଲଣ୍ଡରୁ ଭାରତ ଆସି ବିଭିନ୍ନ ପଦ ପଦବୀରେ ରହୁଥିଲେ । ବ୍ରିଟିଶରମାନେମଦ ପିଇବାକୁ ଭଲ ପାଇଥାନ୍ତି । ୧୮୯୮ ମସିହାର କଥା ।  ଜେମ୍ସ ନାମକ ଜଣେ ବ୍ରିଟିଶ ଅଧିକାରୀ ପାକିସ୍ତାନ ଅଂଚଳରେପୋଷ୍ଟିଂ ହୋଇଥାନ୍ତି । ସେ ଅପେକ୍ଷାକୃତ ଅଧିକ ମଦ୍ୟପ ଥିଲେ ବୋଲି ତାଙ୍କର ଅପକ୍ଷାତି ମଧ୍ୟ ରହିଥିଲା। ଦିନେ ରାତିରେ ସେ ପ୍ରଚୁର ମଦ୍ୟପାନ କରିଥିଲେ ଏବଂ ପାକିସ୍ତାନର ଲାଣ୍ଡି କୋଟଲ ଅଂଚଳରେ ନିଛାଟିଆରାସ୍ତାରେ ବୁଲୁଥିଲେ। ତାଙ୍କୁ ବହୁତ ନିଶା ହୋଇଯାଇଥିଲା।

ଲାଣ୍ଡି କୋଟଲ ଗ୍ରାମରେଗୋଟେ ବରଗଛ ଥିଲା। ନିଶା ଅଧିକ ହୋଇଥିବାରୁ ତାଙ୍କୁ ଲାଗିଥିଲା ଗଛଟି ତାଙ୍କ ପିଛା କରୁଛି। ତେଣୁସେଇ ରାତିରେ ହିଁ ସେ ସୈନିକମାନଙ୍କୁ ଆଦେଶ ଦେଲେ ଗଛଟିକୁ ଶିକୁଳିରେ ବାନ୍ଧିଦେବା ପାଇଁ । ଅର୍ଥାତଗଛଟିକୁ ଆରେଷ୍ଟ କରିବା ପାଇଁ । ଫଳରେ ସୈନିକମାନେ ଶିକୁଳିରେ ଗଛଟିକୁ ବାନ୍ଧି ଦେଇଥିଲେ । ମଦ୍ୟପଇଂରେଜୀ ଅଧିକାରୀଙ୍କ ଏଭଳି ବାଚାଳାମୀ ପାଇଁ କେହି ସେତେବେଳେ ହସି ବି ପାରିନଥିଲେ । କାରଣ ହସିଲେଦଣ୍ଡର ଭୟ ଥିଲା ।

୧୯୪୭ ମସିହାରେ ଦେଶ ସ୍ବାଧୀନହେଲା । ଭାରତ ଓ ପାକିସ୍ତାନ ବିଭାଜନ ହେଲା । ତେବେ ଇଂରେଜୀ ଅଧିକାରୀଙ୍କ ପାଗଳାମୀକୁ ମନେ ରଖିବାପାଇଁ ପାକିସ୍ତାନ ଲୋକେ ସେ ଗଛରୁ ଆଉ ଶିକୁଳି ଖୋଲି ନଥିଲେ । ବରଂ ଗଛ ଦେହରେ ଲେଖିଦେଇଥିଲେ -ଆଇଆମ ଅଣ୍ଡର ଆରେଷ୍ଟ ବୋଲି ।

ଆଜି ବି ବନ୍ଧାଯାଇଥିବାବରଗଛଟି ରହିଛି । ଏହାକୁ ଦେଖିବା ପାଇଁ ପ୍ରତ୍ୟେକ ଦିନ ସେଠାରେ ପର୍ଯ୍ୟଟକଙ୍କ ଭିଡ ଜମୁଛନ୍ତି

www.sandhannews.com

Related Posts

About The Author

Add Comment