ଛତିଆ, ୩୦/୦୬ (ସନ୍ଧାନ ନିଉଜ) : ବହୁ ଚର୍ଚ୍ଚୀତ ମାଙ୍କଡା ପଥର ବୋଝେଇ ଟ୍ରକ ଓଲଟି ଘଟଣାରେ ବିଚାର ନିରିହ ଶ୍ରମିକ ଜଣଙ୍କ ଅମୂଲ୍ୟ ଜୀବନ ଚାଲିଗଲା।ସ୍ଥାନୀୟ ଲୋକଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ବୈରୀ ପୋଲିସ ବରୁଣିଆ ଗ୍ରାମର ବିଜୟାନନ୍ଦ ପଣ୍ଡା କୁ ସମିଆଁ କୁକୁଡା ଫାର୍ମ ରୁ ଗିରଫ କରିଥିଲା।ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଥିବା ଜନ ଅସନ୍ତୋଷ ମାଫିଆ ଜଣଙ୍କ ଗିରଫ ପରେ କିଛି ଟା ଥମି ଯାଇଥିଲା।ହେଲେ ମାତ୍ର ୧୮ ଘଣ୍ଟା ଭିତରେ ମାଫିଆ ଜଣଙ୍କ ଚଣ୍ଡିଖୋଲ କୋର୍ଟରୁ ଜାମିନ୍ ପାଇ ଘର ବାହୁଡା କରିଥିଲେ।ଯାହାକି ବୈରୀ ପୋଲିସ ର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି।ତେବେ ଜାମିନ୍ ଆବେଦନର କାରଣ କରୋନା ଲକ୍ଷଣ ଦର୍ଶାଇଛି ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ।ତେବେ ଏଠାରେ ପ୍ରଶ୍ନ ଉଠେ ଗିରଫ ପୂର୍ବରୁ ସୁସ୍ଥ ସବଳ ଥିବା ମାଫିଆ ଜଣଙ୍କ କେମିତି କେବେ କରୋନା ଆକ୍ରାନ୍ତ ହେଲେ ? ଏବଂ ଗିରଫ ସମୟରେ କେଉଁ ମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ତହା ନିହାତି ତଦନ୍ତ ସାପେକ୍ଷ୍ୟ।ଆଉ ମଧ୍ୟ କୋର୍ଟ ଚାଲାଣ ସମୟରେ କଳା କାଚ କାର୍ ରେ କେଉଁ ଡାକ୍ତର ଜଣକ ରହି ଛତିଆ ବିଟ୍ ହାଉସ୍ ସମ୍ମୁଖରୁ ସମସ୍ତ ବ୍ୟବସ୍ଥା କୁ ପରିଚାଳନା କରୁଥିଲେ ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି।
ଆଉ ମଧ୍ୟ ସମିଆଁ କୁକୁଡ଼ା ଫାର୍ମ ରୁ ଯଦି ତାଙ୍କୁ ଗିରଫ କରିଗଲା ସେ ନିଶ୍ଚିତ କୁକୁଡା ମାନଙ୍କ ସଂସ୍ପର୍ଶରେ ଆସିଥିବେ ଓ ସେ କୁକୁଡା ଗୁଡିକ ବଜାରରେ ବିକ୍ରି ହେଲେ କରୋନା ବ୍ୟାପୀ ବାର ଯଥେଷ୍ଟ ସମ୍ଭାବନା ରହିଛି।ଏଣୁ ଏ ସମସ୍ତ ଦିଗକୁ ବିଚାର କରି ବିଜୟାନନ୍ଦ ପଣ୍ଡା ଙ୍କ କଣ୍ଟାକ୍ଟ ଟ୍ରେସିଂ କରିବାକୁ ସାଧାରଣ ରେ ଦୃଢ ଦାବି ହୋଇଛି।
Report@Santosh Rout