ଗାଡ଼ି ବଦଳରେ ଘୋଡ଼ା କିଣିଲେ ମାଲକାନଗିରିର ଯତୀଶ

Spread the love
ମାଲକାନଗିରି, ୧୦/୧୨ (ସନ୍ଧାନ ନିୟୁଜ): ନୂଆ ଟ୍ରାଫିକ ଆଇନ ଆସିବା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ଜରିମାନାକୁ ନେଇ ଯେତେ ବିତର୍କ କଲେ ବି ଶେଷ ହେଉନି। ପ୍ରତ୍ୟେକ ଦିନ ଧରପଗଡ଼ ଚାଲିଥିବା ବେଳେ ଯେଉଁଭଳି ଭାବେ ଜରିମାନା ଆଦାୟ ହେଉଛି ତାହା ‌ସାଧାରଣ ଲୋକଙ୍କୁ ଛାନିଆ କରିଛି। ଏପରିକି କାର ଚାଳକଙ୍କୁ ହେଲମେଟ ଏବଂ ବାଇକ ଚାଳକଙ୍କୁ ସିଟ୍ ବେଲ୍ଟ ପାଇଁ ଚାଲାଣ କଟୁଛି। ଏମିତି ସମୟରେ ମାଲକାନଗିରି ସହରରେ ଦେଖିବାକୁ ମିଳିଛି ଗୋଟିଏ କୌତୁକିଆ ଘଟଣା। ଯାହାକି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଭିନ୍ନ ଭିନ୍ନ ଦୁଇଟି ଦିଗକୁ ପରିପ୍ରକାଶ କରିଛି।  ମାଲକାନଗିରି ସହରରେ ରହୁଛନ୍ତି ଯତୀଶ ମିସ୍ତ୍ରୀ। ପୂର୍ବରୁ ଗୋଟିଏ ବାଇକ କିଣିଥିଲେ। ଏହି ବାଇକରେ ହିଁ ବଜାରକୁ ଯିବା ସହ ପିଲାଙ୍କୁ ସ୍କୁଲ ଛାଡ଼ୁଥିଲେ। ଏହାବ୍ୟତୀତ ଆଖପାଖ ଅଞ୍ଚଳକୁ କୌଣସି କାମରେ ଏହି ବାଇକକୁ ନେଇ ଯାଉଥିଲେ। ତେବେ ନୂଆ ଟ୍ରାଫିକ ନିୟମ କାର୍ଯ୍ୟକାରୀ ହେବାପରେ ବାଇକ ଚଲାଇବା ଛାଡ଼ି ଦେଇଛନ୍ତି ଯତୀଶ। କିଛି ଦିନ ତଳେ ବାଇକ ବଦଳରେ ସବୁ କାମ ଘୋଡ଼ାରେ ପିଠିରେ ବସି କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ତେଣୁ ୨୩ହଜାର ଟଙ୍କା ଦେଇ ଗୋଟିଏ ଘୋଡ଼ା କିଣିଛନ୍ତି। ଏହି ଘୋଡ଼ା ହିଁ ଏବେ ତାଙ୍କ ବାଇକ ସ୍ଥାନ ନେଇ ସାରିଛି।

Related Posts

About The Author

Add Comment