ଗାଡ଼ି ଧକ୍କା ଦେବାରୁ ସମାଜସେବୀଙ୍କ ଅବସ୍ଥା ଗୁରତର

Spread the love

ଯାଜପୁର ସଦର, ୨୨ା୦୨: ଯାଜପୁର ଜିଲ୍ଲା ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତ ଚିତ୍ତରଂଜନ ଦାସ କୌଣସି କାଯ୍ୟରେ ଯାଉଥିବା ବେଳେ, ଏକ ଗାଡ଼ି ପଂଚାୟତ ଅଫିସ ନିକଟରେ ଚିତ୍ତରଂଜନକୁ ଧକ୍କା ଦେବାରୁ ଚିତ୍ତରଂଜନର ଅବସଥା ଗୁରୁତର ଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଏକ କୋଇଲା ବୋଝେଇ ଟ୍ରକ ଧକ୍କା ଦେବାରୁ ନିଜ ମଟର ସାଇକଲରେ ଚିତ୍ତରଂଜନ ଯାଉଥିବା ସମୟରେ ଗୁରୁତର ଆହତ ହୋଇ ସ୍ଥାନୀୟ ଗ୍ରାମବାସୀ ମାନେ ଚିତ୍ତକୁ ଉଦ୍ଧାର କରି ମେଡିକାଲକୁ ନେଇ ଯାଇଥିଲେ । ଚିତ୍ତରଂଜନ କଟକ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ, ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଚି । ଖବର ପାଇ ବରୀ ବିଧାୟୀକ ସୁନନ୍ଦା ଦାସ ମେଡିକାଲରେ ପହଁଞ୍ôଚ ଚିତ୍ତଙ୍କ ଅବସ୍ଥା ଦେଖିଛନ୍ତି । ଦୃଘଟଣାରେ ଡାହାଣ ଗୋଡ଼ ଦୁଇ ଯାଗା ଭାଙ୍ଗି ଯାଇଥିବା ବେଳେ, ଡାହାଣ ହାତ ଭାଙ୍ଗି ଯାଇଚି । ଚିତ୍ତକୁ ଅସ୍ତ୍ରୋପଚାର କରାଯିବ ବୋଲି ଡାକ୍ତର ମାନେ ସୂଚନା ଦେଇଛନ୍ତି । ଚିତ୍ତକୁ ସରକାରୀ ସହାୟତା ଯୋଗାଇ ଦେବାଲାଗି ବ୍ରହ୍ମରବଦା ପଂଚାୟତର ସରପଂଚ ମମତା ଶୁଭଦର୍ଶନ ଦେଓ, ଯୁବନେତା ରାକେଶ କୁମାର ଦେଓ, ବ୍ରହ୍ମରବଦାର ବୁଦ୍ଧିଜୀବି, ବରିଷ୍ଠ ନାଗରିକମାନେ ବିଧାୟୀକାଙ୍କ ନିକଟରେ ଦାବି କରିଛନ୍ତି ।

Related Posts

About The Author

Add Comment