ଗାଡ଼ି ଦୃଘଟଣାରେ ଚାଳକର ମୃତ୍ୟୁ

Spread the love

ଯାଜପୁର ସଦର,୨୯ା୧୨: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମାଖଣ୍ଡି ଗ୍ରାମର ମଧୁସୂଦନ ସାହୁଙ୍କ ପୁଅ ଟ୍ରାକ୍ଟର ଡ୍ରାଇଭର ଅଶୋକ ସାହୁ ବାରବାଟୀ ନିକଟସ୍ଥ ସର୍ଭିସ ରୋଡ଼ ପ୍ରବେଶ ପଥ ନିକଟରେ ସୋମବାର ରାତିରେ ଦୃଘଟଣା ଘଟିବାରୁ ଅଶୋକର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ମେଡିକାଲକୁ ନିଆଯାଇଥିଲା । ଚିକିତ୍ସା ହେଉଥିବା ବେଳେ, ଅଶୋକର ମୃତ୍ୟୁ ଘଟିବାର ଜଣାପଡ଼ିବା ପରେ ଜାତୀୟ ରାଜପଥକୁ ଅବରୋଧ କରାଯିବା ସହିତ ମୃତକଙ୍କ ପରିବାରକୁ କ୍ଷତିପୁରଣ ଦାବିରେ ଜାତୀୟ ରାଜପଥ ପ୍ରସସ୍ଥକରଣ କରୁଥିବା ବିଲଡର କନଷ୍ଟ୍ରକସନ ଡିବିଲେ ଠିକାଦାର ସଂସ୍ଥାରେ କାର୍ଯ୍ୟରେ ଅବ୍ୟବସ୍ଥା ହେଉଥିବାରୁ ଏହାର ପ୍ରତିବାଦରେ ଆଜି ସକାଳ ୮ଘଟିକା ୩୦ମିନିଟ ସମୟରେ ପ୍ରଥମାଖଣ୍ଡି ଗୋପାଳପୁର ଗ୍ରାମବାସୀ ଏକତ୍ରିତ ହୋଇ ୧୬ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଅବରୋଧ କରିବା ପରେ ଘଟଣାସ୍ଥଳକୁ ରସୁଲପୁର ତହସିଲଦାର ନିରଂଜନ ସାହୁ, ଯାଜପୁର ଏସଡିପଓ ଚିନ୍ମୟ ନାୟକ, କୁଆଖିଆ ଥାନା ଅଧିକାରୀ ମନୋଜ ସ୍ୱାଇଁ, ଠିକାଦାର ସଂସ୍ଥା ରାଜାଠାକୁର ଘଟଣା ସ୍ଥଳରେ ପହଁଞ୍ôଚ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପରେ ରାସ୍ତାରୋକ ହଟିବା ସହିତ, ଯାତ୍ରୀମାନଙ୍କ ସୁବିଧା କରାଯିବା ପାଇଁ ପ୍ରଶାସନ ପ୍ରତିଶୃତି ଦେବାପରେ ଡିବିଲେ କମ୍ପାନୀର ଗାଡ଼ିଗୁଡ଼ିକ ଗ୍ରାମବାସୀ ଅଟକାଇ ରଖିଥିବା ବେଳେ, ସେମାନଙ୍କୁ ଛଡ଼ାଯାଇଥିଲା । ଏନେଇ ରସୁଲପୁର ତହସିଲ କାର୍ଯ୍ୟାଳୟରେ ସରକାରୀ ଅଧିକାରୀ, ଠିକାଦାର ସଂସ୍ଥା, ଏହି ଗ୍ରାମର ବରିଷ୍ଟ ନାଗରିକ ସନାତନ ବାରିକ, ଛବିଳ ଜେନା, ଚିନ୍ତାମଣି ରାଉତ, ନରେଶ ଚନ୍ଦ୍ର ମହାନ୍ତି ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରିବା ପରେ ଅଟକ ଥିବା ଗାଡ଼ି ଗୁଡ଼ିକ ଦିନ ୧୨ଟାରେ ଛଡ଼ାଯାଇଥିଲା । ରେଡକ୍ରସ ପାଣ୍ଠିରୁ ତହସିଲଦାର ଶ୍ରୀ ସାହୁ ମୃତ ପରିବାରକୁ ୧୦୦୦୦ଟଙ୍କା ଦେଇଥିବା ବେଳେ, ଏଠାରେ ସୂଚନା ଯୋଗ୍ୟ ଯେ, ଗୋପାଳପୁର ଗ୍ରାମକୁ ଯାଇଥିବା ଜାତୀୟ ରାଜପଥର ସର୍ଭିସ ରୋଡ଼ ମରାମତି ହୋଇନଥିବା ଏହି ଛକରେ ଏକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଗ୍ରାମବାସୀ ଉଚ୍ଚକତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜପଥ ପ୍ରସସ୍ଥିକରଣ କାର୍ଯ୍ୟରେ ନିୟୋଜିତ ଠିକାଦାରୀ ସଂସ୍ଥା ଡିବିଲେ ବାରବାଟୀ ଗୋପାଳପୁର ପର୍ଯ୍ୟନ୍ତ ସର୍ଭିସରୋଡ଼ ଉପରେ ବିଭିନ୍ନ ସ୍ଥାନରେ ମାଟିଗଦା ହୋଇଥିଲା । ଯାହା ଫଳରେ ଅଶୋକ ଟ୍ରାକ୍ଟର ଚଳାଇ ଘରକୁ ଆସୁଥିବା ବେଳେ, ଟ୍ରାକ୍ଟର ଅଶୋକର ଚଢ଼ିଯିବାରୁ ଟ୍ରାକ୍ଟର ଓଲଟି ପଡ଼ିବାରୁ ସେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ, ଅଶୋକର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ନିଆଯାଇଥିଲା । ଏହି ରାସ୍ତାଉପରେ ମାଟି ଗଦା ହୋଇ ଥିବାରୁ ଦୁଇଟି ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି । ଅଶୋକ ୨, ୩ ମାସ ହେଲା ବାହାହୋଇଥିବା ଜଣାଯାଇଚି । ଦୃଘଟଣାରେ ଅଶୋକର ମୃତ୍ୟୁ ଖବର ଜାଣିବାପରେ ଡିବିଲେ କମ୍ପାନୀ ଏହି ରାସ୍ତାରୁ ରାତାରାତି ମାଟି ଗୁଡ଼ିକୁ ଉଠାଇ ନେଇଯାଇଥିବା ଜଣାଯାଇଚି । ଅଶୋକର ଅସହାୟ ପରିବାରକୁ ତାଙ୍କ ବିଧବା ପତ୍ନୀଙ୍କୁ ସରକାରୀ ସହାୟତା ଯୋଗାଇଦେବାପାଇଁ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ତାଙ୍କ ପରିବାର ପକ୍ଷରୁ ଦାବି କରାଯାଉଚି ।

Related Posts

About The Author

Add Comment