ଭଦ୍ରକ, ୨୮/୧୧ (ସନ୍ଧାନ ନିଉଜ) : ଐତିହାସିକ ଗାନ୍ଧୀପଡିଆକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯାଉ ଯଥା ଶୀଘ୍ର, ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିବା ସହିତ ଭଦ୍ରକ ଜ଼ିଲ୍ଲା ପ୍ରଶାସନ ଓ ପୌରପାଳିକା ଏବଂ ବିଧାୟକ ସାଂସଦଙ୍କୁ ବିଭିନ୍ନ ସାମାଜିକ ଅନୁଷ୍ଠାନର ଏ ଦାବୀ ସମ୍ପୂର୍ଣ ଆବଧି କରାଯାଉ ଗାନ୍ଧୀପଡିଆକୁ l ଜବରଦଖଲକାରୀଙ୍କ କବଜାରେ ଗାନ୍ଧୀ ପଡ଼ିଆ, ଏହା ସହିତ ଗଞ୍ଜେଇ ମଦରେ ଭାସୁଛି ଗାନ୍ଧୀ ସ୍ମୁତି l ଭଦ୍ରକ ୧୯୨୧ ମସିହା ଜୁନ ମାସ ୨୪ତାରିଖ ସେ ଦିନ ଭଦ୍ରକ ଥିଲା ବେଶ ଚଳଚଞ୍ଚଳ। କାରଣ ମହାତ୍ମା ଗାନ୍ଧୀଙ୍କ ଆଗମନକୁ ଅନାଇ ବସିଥିଲେ ହଜାର ହଜାର ଜନତା । ଭଦ୍ରକ ଷ୍ଟେସନରେ ପହଞ୍ଚିବା କ୍ଷଣି ସଂପୃକ୍ତ ସ୍ଥାନ ଶଂଖ, ହୁଳହୁଳି ଓ ଘଣ୍ଟଧ୍ୱନୀରେ କମ୍ପି ଉଠିଥିଲା । ମହାତ୍ମାଙ୍କୁ ସ୍ୱଚକ୍ଷୁରେ ଦେଖିବା ପାଇଁ ସେଠାରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା । ଷ୍ଟେସନ ଠାରୁ ସହର ୫କିଲୋମିଟର ଦୂର । ସେତେବେଳେ ଭଦ୍ରକରେ କାର ନଥିଲା । ଜଣେ ଓକିଲଙ୍କର ଘୋଡ଼ା ଗାଡ଼ିଥିଲା । କିନ୍ତୁ ତତ୍କାଳୀନ ଏସଡ଼ିଓଙ୍କ ଚାପ ଯୋଗୁଁ ଘୋଡ଼ାଗାଡ଼ି ଖଣ୍ଡକ ମଧ୍ୟ ମିଳିନଥିଲା । ତେଣୁ ଗାନ୍ଧିଜୀ ଓ କସ୍ତୁରବା ନିଜର ସହଯୋଗୀମାନଙ୍କ ସହ ଚାଲିଚାଲି ଭଦ୍ରକ ଭିତରକୁ ଆସିଥିଲେ । ସକାଳ ଓଳି କେତେକ ବ୍ୟବସାୟୀ ଓ ଉପରଓଳି କେତେକ ଓକିଲଙ୍କ ସହ ଆଲୋଚନା କରିଥିଲେ । ସଂଧ୍ୟାରେ ବର୍ତ୍ତମାନର ନୂଆବଜାର ସାଳନ୍ଦୀ କୂଳରେ ଆୟୋଜିତ ହୋଇଥିଲା ଏକ ଜନସଭା । ଗାନ୍ଧିଜୀ ଅତି ସ୍ପଷ୍ଟ ଓ କଠୋର ଶଦ୍ଦରେ ବ୍ରିିଟିଶ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ସମ୍ଭବତଃ ପ୍ରଥମ ଥର ପାଇଁ ସେ କହିଥିଲେ ‘ଇସ ସଲତନତ୍ କୋ ସୈତାନିୟତ ଆ ଗୟା’ । ଅର୍ଥାତ୍ ଏ ସରକାରରେ ସୈତାନପଣିଆ ଆସିଗଲାଣି । ଯେଉଁମାନେ ଈଶ୍ୱରଙ୍କୁ ଭଲ ପାଆନ୍ତି, ସେମାନେ କେବେ ମଧ୍ୟ ସୈତାନକୁ ଭଲ ପାଇ ପାରିବେ ନାହିଁ । ଏହି ସାମ୍ରାଜ୍ୟ ଯେଉଁ ଜଘନ୍ୟ ଅପରାଧ କରିଛି, ସେଥି ପାଇଁ ଈଶ୍ୱର ଓ ଦେଶ ନିକଟରେ ଯଦି କ୍ଷମା ନମାଗେ ତେବେ ନିଶ୍ଚୟ ଧ୍ୱଂସ ହେବ । ଏପରି ଶଦ୍ଦ ଓ ଉଚ୍ଚାରଣ ଭାରତବାସୀଙ୍କୁ ଶିହରିତ କରିଥିବାବେଳେ ବିବ୍ରତ ହୋଇ ପଡ଼ିଥିଲା ବ୍ରିଟିଶ ସରକାର । ତେବେ ଯେଉଁ ପଡ଼ିଆରେ ଏହି ଜନସଭା ଆୟୋଜିତ ହୋଇଥିଲା ତାହା ଏବେ ପରିତ୍ୟକ୍ତ ଓ ଅବହେଳିତ । ସେଠାରେ ଗାନ୍ଧୀଙ୍କ ସ୍ମୃତିରେ ସ୍ଥାପିତ ପ୍ରତିମୂର୍ତ୍ତୀ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି । ମହାତ୍ମାଙ୍କ ପ୍ରତିମୂର୍ତ୍ତୀ ଉପରେଥିବା ଛାତରୁ କଂକ୍ରିଟ ଖସିଗଲାଣି । ଆଉ ଏହି ପଡ଼ିଆର ବହୁ ଅଂଶ ଜବରଦଖଲକାରୀଙ୍କ କବଳକୁ ଚାଲିଗଲାଣି । ସଂଜ ନଇଁଲେ ଏହି ପଡ଼ିଆର କିଛି ଅଂଶ ଅସାମଜିକ ତତ୍ତ୍ୱଙ୍କ ଚରାଭୂଇଁରେ ପରିଣତ ହେଉଛି । ବର୍ଷତମାମ ବିଭିନ୍ନ ଅନୁଷ୍ଠାନର ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଏଠାରେ ସଂପାଦିତ ହେଉଥିଲେ ମଧ୍ୟ ଉକ୍ତ ଐତିହାସିକ ପଡ଼ିଆର ବିକାଶ ପାଇଁ ନିର୍ଦ୍ଧିଷ୍ଟ ଯୋଜନା ନାହିଁ । ବର୍ଷା ଦିନରେ ଏଠାରେ ୪ମାସରୁ ଉଦ୍ଧ୍ୱର୍ ସମୟ ଧରି ପାଣି ଜମି ରହେ । ଏହା ବ୍ୟତୀତ ଉକ୍ତ ପଡ଼ିଆ ଏବେ ଏକ ଅଘୋଷିତ ଗାଡ଼ି ପାର୍କିଂ ସ୍ଥଳରେ ପରିଣତ ହୋଇଛି ।
ଗାନ୍ଧୀପଡିଆକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦାବୀ
|
November 28, 2019 |