ଭୁବନେଶ୍ୱର ୧୦/୧୨ (ସନ୍ଧାନ ନିୟୁଜ) ନିଜେ ଖାଉଥିବା ଥାଳିରେ ଛେପ ପକାଇବାକୁ କେତକ ଲୋକ ସିଧହସ୍ତ ହୋଇଥାନ୍ତି । କାରଣ ଏଥିରୁ କାଳେ ଅଧିକ ଖାଦ୍ୟ ମିଳିଯିବ । ସେହି ଉଦ୍ଧଶ୍ୟରେ ଦୁଇଜଣ ହାଇୱା ଚାଳକ ନିଜେ ଚଳାଉଥିବା ଗାଡିର ମାଲିକଙ୍କ ଗାଡିକୁ ଚତୁରତାର ସହ ଲୁଟିନେଲେ । ଏହାପରେ ଥାନାରେ ଏତଲାହେବା ପରେ ପୋଲିସ କରିଥିଲା ତନାଘନା ଆଉ ଦୁହେଁ ଧରାପଡିଥିଲେ ।
ସୁଚନା ମୁତାବକ ବାରଙ୍ଗ ନିବାସୀ ରବିନ୍ଦ୍ର ଦାସଙ୍କ ପୁଅ ପହ୍ଲଲାଦ ଦାସ ନିଜର ହଇୱା ନମ୍ବର ଓଡି୦୨ଏଏମ୍-୩୯୫୫ ଗାଡିକୁ ଚଢ଼େଧରା ଉପରଛକରୁ କେହି ଚୋରି କରିନେଇଥିôବା ଗାଡିର ଚାଳକ ଚଢ଼େଇଗାଁ ନିମାପଡା ପୁରୀ ଜିଲ୍ଲାର ମଙ୍ଗଳି ମଲିକଙ୍କ ପୁଅ ପ୍ରଭାକର ମଲିକ ଗାଡି ଚୋରି ହୋଇଥିବା ନେଇ ମାଲିକଙ୍କୁ ଜଣାଇଥିଲା । ପରେ ୬ତାରିଖରେ ଏନେଇ ଗାଡିର ମାଲିକ ଶ୍ରୀ ଦାସ ଜେନାପୁର ଥାନାରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଜେନାପୁର ପୋଲିସ ୨୮୧/୨୦୧୯ରେ ଏକ ମାମଲା କରି ତଦନ୍ତ କରି ସେହି ଗାଡିର ଚାଳକ ପ୍ରହଲ୍ଲାଦଙ୍କ ଅନ୍ୟଜଣେ ଚାଳକ କଣାସ ଥାାନ ଗଣେଷପୁରର ଗ୍ରାମର ଧରଣୀଧର ମହାରଣାଙ୍କ ପୁଅ ସନ୍ୟସୀ ମହାରଣା(୨୪) ଲିପ୍ତଥିବା ଜାଣିବାକୁ ପାଇଥିଲେ । ଫଳରେ ଆଜି ତାଙ୍କୁ ଗିରଫ କରାଯାଇଥିଲା ଏବଂ ଗାଡିକୁ ଜବତ କରିଥିଲେ । ଗାଡିଟଇକୁ ଜଟଣିରେ ୩ଲକ୍ଷ୫୦ହାଜର ଟଙ୍କାରେ ବିକି୍ରି କରିବାକୁ ଏମାନେ ଯୋଜନା କରିଥିଲେ ବୋଲି ଯାଜପୁର ରୋଡ ଏସଡିପିଓ ଚିନ୍ମୟ ନାୟକ କହିଛନ୍ତି ।
ଗାଡିର ଚାଳକ କଲେ ନିଜେ ଚଳାଉଥିବା ଗାଡି ଚୋରି; କାହିଁକି ଜାଣନ୍ତୁ
|
December 10, 2019 |
