ସୁନ୍ଦରଗଡ, ୧୬/୬/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ଅନେକ ଦିନରୁ ବଲଦ ଚୋରାଚାଳନ ଅଭିଯୋଗ ହୋଇ ଆସିଛି । ଏହି ପରିପେକ୍ଷିରେ ଜିଲ୍ଲା ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇଥିଲା ।ଆଜି ଏହି ଚୋରା ଚାଲାଣରେ ତୁମଳିଆ ଗ୍ରାମର ଅରୂପ ପ୍ରଧାନ (୨୪ ବର୍ଷ ) ଓ ବିନୁ ରାଉତ (୪୫ ବର୍ଷ) ବୋଲି ଜଣାପଡିଛି । ଉକ୍ତ ଦୁଇଜଣ ତୁମଳିଆ ଗ୍ରାମର କବିରାଜ ତାଣ୍ଡିଙ୍କ ଘରୁ ଦୁଇଟି ବଲଦ ଚୋରିକରିବା ଦେଖି କିଛି ଗ୍ରାମବାସୀ ତାଙ୍କୁ କାବୁକରି ତଲସରା ଥାନାକୁ ହସ୍ତାନ୍ତର କରିଥିଲେ । ଏହି ଚୋର ଚାଲାଣ ତଲସରା ଥାନାର କେବଳ ତୁମଳିଆ ନୁହେଁ ସବଡେଗା,ଯାଇସର,ରାଶିପତ୍ରା,ତାଳଡିହି ଅଞ୍ଚଳରୁ ଅନବରତ ପିକଅପ ଯୋଗେ ଚାଲାଣ ହେବା ଅଭିଯୋଗ ହୋଇଆସିଛି । ଘଟଣା ଦିନ ରାତ୍ରି ସମୟରେ ତିନିଜଣ ଦୁର୍ବୃତ୍ତ ଥିବାର ଜଣାପଡିଥିଲା ହେଲେ ଉପଯୁକ୍ତ ପ୍ରମାଣ ଅଭାବରୁ ସେମାନେ ବର୍ତ୍ତି ଯାଇଥିଲେ । କେଉଁ କାରଣରୁ ଅର୍ଧ ରାତ୍ରିରେ ପିକଅପରେ ଗୋରୁ ନିଆଯାଉଥିଲା ସ୍ପଷ୍ଟ ନ ହେବାରୁ ଦୁର୍ବୃତ୍ତ ମନେ ସନ୍ଦେହ ଘେରରେ ଅଛନ୍ତି ।
ଗାଈ ,ଗୋରୁ ଚାଲାଣ ସକ୍ରିୟ, ଦୁଇ ଜଣ ଗିରଫ
|
June 16, 2021 |