ସୁନ୍ଦରଗଡ ତା:୯/୯/୨୦୨୧( ସନ୍ଧାନ ନିଉଜ/ ରାଜୁପଟେଲ ) ସବଡେଗା ବ୍ଲକ ବାଂକୋପଡା ର ଗାଇବିରା ଫୁଟବଲ ଖେଳ ପଡ଼ିଆରେ ଆଜି ପଂଚଦିବସିୟ ଫୁଟବଲ ଟୁନାମେଣ୍ଟ ଉତଘାଟିତ ହୋଇଛି । ଏହି ଟୁନାମେଣ୍ଟ ଜୟ କିଷାନ କ୍ଳବ ଓ ସ୍ୱତନ୍ତ୍ର ବିକାଶ ପରିଷଦ ଆନୁକୂଲ୍ୟରେ ଏହି ଖେଳର ଆୟୋଜନ କରାଯାଇଛି । ଏହି ଟୁନମେଣ୍ଟରେ ସର୍ବମୋଟ ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି । ଏହି ଟୁନାମେଣ୍ଟ କୁ ‘ବି’ ଗ୍ରୁପର କନଟ୍ରକସନର ଅଧକ୍ଷ ବଣ୍ଟି ନାଏକ ଉତଘାଟନ କରିଥିଲେ । ପ୍ରଥମ ଦିନରେ ଯମୁନା,ରାଶିପତ୍ରା, ଡୁମାବାହାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଡୁମା ବାହାଲ ଦଳ ସେମିଫାଇନାଲ ରେ ପ୍ରବେଶ କରିଛି । ଆସନ୍ତା ୧୩ ତାରିଖରେ ସେମିଫାଇନାଲ୍ ଓ ଫାଇନାଲ ଖେଳ ଅନୁଷ୍ଠିତ ହେବ । ଅଞ୍ଚଳର ଫୁଟବଲ ଖେଳର ଆଗ୍ରହ ଦେଖି ଜିଲ୍ଲା ସ୍ତରରେ ଏହାକୁ ଦୃଷ୍ଟି ଦେବାକୁ ମୁଖ୍ୟ ଅତିଥି ପ୍ରକାଶ କରିଛନ୍ତି ।
ଗାଇବିରା ଫୁଟବଲ ଖେଳ ପଡ଼ିଆରେ ପଞ୍ଚଦିବବସିୟ ଫୁଟବଲ ଟୁନାମେଣ୍ଟ ଉତଘାଟିତ
|
September 11, 2021 |



