ଗାଁ ପୋଖରୀରୁ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର

Spread the love
  •  
  •  
  •  
  •  
  •  

ଗଞ୍ଜାମ, ୨୦/୧୨/୨୦୧୧ (ସନ୍ଧାନ ନିଉଜ)  ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରେ ଚାଞ୍ଚଲ୍ୟ । ଗାଁ ପୋଖରୀରୁ ଉଦ୍ଧାର ହେଲା ଶିଶୁ କନ୍ୟାର ମୃତ ଦେହ । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୂସାରେ ଖଲ୍ଲିକୋଟ ବେଗୁନିଆପଡା ସିଦ୍ଧେଶ୍ୱର ମନ୍ଦିର ସମ୍ମୁଖ ନୂଆବନ୍ଧ ପୋଖରୀରେ ଆଜି ଏ କଶିଶୁ କନ୍ୟାର ମୃତ ଦେହ ଭାସୁଥିବା ଦେଖି ଗାଁ ଲୋକ ହତବାକ୍ ହେବା ସହିତ ପୋଲିସ୍ କୁ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର କରିଥିଲା । ତେବେ ଶିଶୁ କନ୍ୟାର ପରିଚୟ ମିଳିପାରିନଥିବା ବେଳେ ମୃତ୍ୟୁ କେମିତି ହେଲା ତାହା ମଧ୍ୟ ସ୍ପଷ୍ଟ ହୋଇପାରିନି । ଅନ୍ୟପଟେ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର କରିବା ପରେ ପୋଲିସ୍ ନିଜ ଆଡୁ ଏକ ମାମଲା ରୁଜୁ କରି ଶିଶୁ କନ୍ୟାର ପରିଚୟ ଖୋଜିବା ସହ ମୃତ୍ୟୁର କାରଣ ସ୍ପଷ୍ଟ କରିବା ପାଇଁ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Related Posts

About The Author

Add Comment