ଗାଁ ଦାଣ୍ଡରେ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା

Spread the love

ବାରିପଦା, ୧୪/୦୮/୨୦୨୧ (ସନ୍ଧାନ ନିଉଜ) : ଗାଁ ଦାଣ୍ଡରେ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା! ବୃଦ୍ଧାଙ୍କୁ ବଞ୍ଚାଇବାକୁ ଆସି ଆଉ ଜଣେ ମହିଳା ଲହୁଲୁହାଣ ହୋଇଛନ୍ତି। ଆଜି ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ରାଇରଙ୍ଗପୁର ଟାଉନ୍‌ ଥାନା ବୁଡାମରା ଗାଁ ଚନ୍ଦ୍ରମୋହନ ମହାନ୍ତ(୪୦) ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିଲେ। ଏହି ସମୟରେ ପଡୋଶୀ ସୁକେଶ ମହାନ୍ତ(୬୦) ତାଙ୍କୁ ମନା କରିଥିଲେ। ଏଥିରେ ଉତ୍ୟକ୍ତ ହୋଇ ଚନ୍ଦ୍ରମୋହନ ଏକ ଠେଙ୍ଗାରେ ସୁକେଶଙ୍କ ପିଟି ଥିଲେ। ତାଙ୍କୁ ବଞ୍ଚାଇବାକୁ ଆସିଥିଲେ ପଡ଼ୋଶୀ ବିମଳା ମହାନ୍ତ(୩୦)। ତାଙ୍କୁ ମଧ୍ୟ ଚନ୍ଦ୍ରମୋହନ ଠେଙ୍ଗାରେ ପିଟିଥିବା ଅଭିଯୋଗ ହୋଇଛି। ଫଳରେ ଘଟଣା ସ୍ଥଳରେ ସୁକେଶଙ୍କ ମୃତ୍ୟୁ ଘଟିଥିଲା। ସେପଟେ ଗୁରୁତର ହୋଇଥିବା ବିମଳାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଟାଉନ୍‌ ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅତିରିକ୍ତ ଏସ୍‌ପି ମନୋରଞ୍ଜନ ବିଶ୍ୱାଳ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହିତ ଅଭିଯୁକ୍ତକୁ ଗିରଫ କରିଛନ୍ତି। ହତ୍ୟାରେ ବ୍ୟବହୃତ ଠେଙ୍ଗାକୁ ଜବତ ଜବତ କରାଯାଇଛି। ସେପଟେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି।

Related Posts

About The Author

Add Comment