ସୁବର୍ଣ୍ଣପୁର ,୨୫/୦୭/୨୦୨୨ (ସନ୍ଧାନ ନିଉଜ) ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍ରେ ପୁଣି ଆସିଛି ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ଘଟଣା । ୫୦ରୁ ଉର୍ଦ୍ଧ୍ୱ ରୋଗୀ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି ।
ସେହିପରି ଦୁବୁଲା ପଞ୍ଚାୟତର ସୁରୁଜିମୁଣ୍ଡା ଗାଁରେ ୨୦ ଜଣ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ୫ ଆକ୍ରାନ୍ତ ତରଭା ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ୧୫ ଜଣ ଙ୍କୁ ବଲାଙ୍ଗିର୍ ସ୍ଥାନାନ୍ତରିତ କରାଯାଇଛି ।
ପ୍ରାୟ ୪ ଦିନ ହେବ ଏହି ରୋଗରେ ଗ୍ରାମବାସୀ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି । ଗାଁ କୂଅରୁ ପାଣି ପିଇବା ପରେ ଏପରି ଘଟଣା ଘଟିଥିବା ଅଭିଯୋଗ ହେଉଛି ।



