ଗରୀବଙ୍କ ଅଜ୍ଞତା ପାଇଁ ମିଳି ପାରୁନାହିଁ ବୀମା ଅର୍ଥ : ଆଇନ ସେବା ପ୍ରାଧୀକରଣ ସେବା ହସ୍ତକ୍ଷେପ ପାଇଁ ଅନୁରୋଧ

Spread the love

ଯାଜପୁର, ୨୩/୦୧/୨୦୨୨ (ସନ୍ଧାନ ନିଉଜ) : ଗ୍ରାମୀଣ ଜୀବନରେ ଅନେକ ଗରୀବ ଲୋକ ସର୍ବନିମ୍ନ ଶିକ୍ଷାରୁ ବି ବଂଚିତ । ଏହି କାରଣରୁ ସେମାନଙ୍କ ଅଜ୍ଞତା ପାଇଁ ନିଜର ପ୍ରାପ୍ୟରୁ ବି ବଂଚିତ ହେଉଛନ୍ତି । ଅଜ୍ଞତା ଏବଂ ସରଳତା ପାଇଁ କରିଥିବା ଛୋଟ ଛୋଟ ଭୁଲକୁ ପୁନଶ୍ଚ ସୁଧାରି ସେମାନଙ୍କ ପ୍ରାପ୍ୟ ଦେବାପାଇଁ ବୀମା କମ୍ପାନୀ ଜାଣିଶୁଣି ସହଯୋଗ କରୁ ନାହାନ୍ତି । ଏଭଳି ସରଳ ଓ ଗରୀବ ଲୋକ ମାନଙ୍କୁ ଆଇନଗତ ସହଯୋଗ ଯୋଗାଇ ଦେବାକୁ ସରକାର ଆଇନ ସେବା ପ୍ରାଧିକରଣ ନାମରେ ବ୍ୟାପକ ବ୍ୟାପକ ବ୍ୟବସ୍ଥା ରହିଛି । ହେଲେ ତାହା ମଧ୍ୟ ଏଭଳି ଦଃୁଖୀ ମଣିଷଙ୍କ ନିକଟରେ ପହଂଚି ପାରୁନାହିଁ ।
ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ସାହାଣିଢିହ ପଂଚାୟତ ରାମଚନ୍ଦ୍ରପୁର ଗ୍ରାମର ପ୍ରଶହ୍ନ ରାଉତ ଜଣେ ନିହାତି ଦଃୁଖୀ ଏବଂ ଗରୀବ ଲୋକ । ପେଷାରେ ସେ ଥିଲେ ଦିନ ମଜୁରିଆ । ଏଭଳି ଗରୀବ ଲୋକ ଯେ ଏଲ.ଆଇ.ସି ପରି ଏକ ବିଶ୍ୱାସଯୋଗ୍ୟ ସଂସ୍ଥାରେ ନିଜର ଶିଶୁକନ୍ୟା ନାମରେ ବୀମା କରିପାରେ ତାହା ନିଶ୍ଚୟ ସ୍ୱାଗତଯୋଗ୍ୟ । ଜଣେ ସରଳ ମଣିଷ ଭାବେ ଡାକନାମ ଏବଂ ପ୍ରକୃତ ନାମ ଭିତରେ ସେ ଫରକ ବୁଝି ନଥିଲେ । ପ୍ରଶହ୍ନ ରାଉତଙ୍କ ଏହି ଶିଶୁକନ୍ୟାର ଡାକନାମ ଥିଲା ରୁକ୍ମଣୀ ରାଉତ । ତେଣୁ ସେ ଯେଉଁ ସମୟରେ ଏଲ.ଆଇ.ସି କରିଥିଲେ ନିଜର ଅଜ୍ଞତା ଏବଂ ସରଳତା ପାଇଁ ଶ୍ରଦ୍ଧାରେ ରଖିଥିବା ଝିଅ ଡାକନାମକୁ ଏଲ.ଆଇ.ସି ରେ ଋକ୍ମଣୀ ବୋଲି ଉଲ୍ଲେଖ କରିଥିଲେ । କିନ୍ତୁ ସେହି ସମୟରେ ଆଧାର ବ୍ୟବସ୍ଥା ନଥିଲା ଏବଂ ସ୍କୁଲ ସାଟିଫିକେଟରେ ତାଙ୍କର ନାମ କଣ ଅଛି ତାହା ମଧ୍ୟ ସେ ଜାଣି ନଥିଲେ । ସ୍କୁଲରେ ଏହି ଝିଅର ନାମ ଥିଲା ଟିକିଲି ରାଉତ । ପରେ ସ୍କଲ ସାଟିଫିକେଟ ଅନୁସାରେ ମଧ୍ୟ ଏହି ଝିଅର ନାମ ଟିକିଲି ରାଉତ ହୋଇଥିଲା । ଏଲ.ଆଇ.ସି ବଣ୍ଡରେ ଋକ୍ମଣୀ ରାଉତ ଥିବା ବେଳେ ଆଧାରରେ ଟିକିଲି ରାଉତ ନାମ ଥିବାରୁ ଏବେ ଏଲ.ଆଇ.ସି ମ୍ୟାଚୁରିଟ ପୁରି ଯାଇଥିଲେ ମଧ୍ୟ ଟଙ୍କା ମିଳି ପାରୁନାହିଁ । ଏବେ ଏହି ଗରୀବ ଝିଅର ବିଭାଘର ହେବାକୁ ଯାଉଥିବା ବେଳେ ମ୍ୟାଚୁରିଟ ଟଙ୍କା ଆଣି ବିଭାଘରରେ ବାପା ବ୍ୟବହାର କରି ପାରୁ ନାହାନ୍ତି । ଏଥିନେଇ ତାଙ୍କର ଗରୀବ ଏବଂ ଅନପଢ ବାପା ଯେତେ ଅନୁରୋଧ କଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଏଲ.ଆଇ.ସି କମ୍ପାନୀ ତରଫରୁ ଏଥିନେଇ ଏକ ତଦନ୍ତ କରାଯାଇ ପ୍ରକୃତ ଘଟଣାକୁ ବିଚାରକୁ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସଂଗ୍ରାମୀ ଯୁବନେତା ସତୀଶ ବିଶ୍ୱାଳ ଦାବି କରିଛନ୍ତି । ନଚେତ ଏଥିନେଇ ଆଇନ ପ୍ରାଧିକରଣ ସେବା ତରଫରୁ ହସ୍ତକ୍ଷେପ କରାଯାଇ ତୁରନ୍ତ ଏହି ଗରୀବ ବ୍ୟକ୍ତିଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେ ନିବଦେନ କରିଛନ୍ତି ।

Related Posts

About The Author

Add Comment