ଗରିବ ହିତାଧିକାରୀ ପକ୍କା ଘର ପାଇଁ ବଞ୍ଚିତ ରହିଯାଇ ଥିବା ଦେଖିବାକୁ ମିଳିଛି

Spread the love

ସୁନ୍ଦରଗଡ଼ ତା:୨୫/୭/୨୦୨୪ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ରାଜ୍ୟ ର ଜନ ସାଧାରଣଙ୍କ ହିତ ପାଇଁ ସରକାର ସମସ୍ତ ହିତାଧିକାରୀ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ପକ୍କା ଘର ଯୋଗାଇ ଦେଉଛନ୍ତି l କିନ୍ତୁ କେତେକ ଗରିବ ହିତାଧିକାରୀ ଏହି ପକ୍କା ଘର ପାଇଁ ବଞ୍ଚିତ ରହିଯାଇ ଥିବା ଦେଖିବାକୁ ମିଳିଛି l ଏହି ଦୃଶ୍ୟ ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଂଚାୟତ ଅନ୍ତର୍ଗତ ବରହାଡେ଼ମା ଗ୍ରାମ ର ବିନୋଦ ମାଝୀ ଙ୍କ ପାଇଁ l ବିନୋଦ ମାଝୀ ଜଣେ ଦିନ ମଜୁରିଆ ଥିଲା ବେଳେ ସେ ଘର ପରିବାର ଚଳାଇବାରେ ଘର ଟିଏ ମଧ୍ୟ ତିଆରି କରି ପାରୁ ନାହାନ୍ତି l ଯେତେ ବେଳେ ଘର ଅନଲାଇନ କରିବାକୁ କହାଯାଏ ସେତେବେଳେ ଅନଲାଇନ ମଧ୍ୟ କେତେଥର କରିଛନ୍ତି କିନ୍ତୁ ଆଜି ଯାଏ ତାଙ୍କୁ ଘର ମିଳି ପାରି ନାହିଁ l ସେ ବର୍ତ୍ତମାନ ଭଙ୍ଗା ଘରେ ଅତି ଦୟନିୟ ଅବସ୍ଥାରେ ଦିନ କାଟୁଥିବା ଦୃଶ୍ୟ ଦେଖିବାକୁ ମିଳିଛି l ପଞ୍ଚାୟତ ଓ ବ୍ଲକ ପରିସର ବୁଲିବୁଲି ହତାଶ ହୋଇ ପଡିଥିବା ବିନୋଦ ମାଝୀ ତାଙ୍କ ପ୍ରତିକ୍ରିୟା ରେ ରଖିଛନ୍ତି ।ଅତି ଶୀଘ୍ର ତାଙ୍କୁ ଘର ଟିଏ ମିଳୁ ବୋଲି ସେ ସରକାର ଙ୍କୁ ନିବେଦନ କରିଛନ୍ତି l

Related Posts

About The Author

Add Comment