ଯାଜପୁର,୯/୪ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଚକ୍ରଧରପୁର ଗ୍ରାମ ପଂଚାୟତର ବାସ କରୁଥିବା ଗରିବ,ଆଦିବାସୀ ମାନେ ସରକାରଙ୍କ ପ୍ରଦତ୍ତ ବିଭିନ୍ନ ସରକାରି ସହାୟତାରୁ ବଞ୍ଚôତ ଥିବା ଅଭି÷ଯୋଗ ହୋଇଛି । ସେମାନଙ୍କ ପ୍ରତି କରାଯାଉଥିବା ଅନ୍ୟାୟ ଓ ସେମାନଙ୍କ ଅଧିକାର ପାଇଁ ଆଗାମି ଦିନରେ ଆନେ୍ଦାଳନର ଡାକରା ଦିଆଯିବ ବୋଲି ଗତକାଲି ଶତାଧିକ ଲୋକମାନଙ୍କୁ ନେଇ ଏକ ସମାବେଶର ଆୟୋଜନ କରାଯାଇଥିଲା । ସେମାନେ ତାଙ୍କ ଅଭିଯୋଗରେ ଦର୍ଶ୍ୟାଇଛନ୍ତ୍ି ଯେ ଚକ୍ରଧରପୁର ପଂଚାୟତର ମୁକୁନ୍ଦପୁର,କୁସୁନପୁର ଚକ୍ରଧରପୁର,ନୂଆସାହି,ମହୁଲଖଳି,ବଲାଙ୍ଗିଆ ଗ୍ରାମକୁ ନେଇ ଆମ ପଂଚାୟତ ଗଠିତ । ଜଙ୍ଗଲ ପରବେଶ ମଧ୍ୟରେ ବଲାଙ୍ଗିଆ ଗ୍ରାମର ଆଦିାବସୀ ମାନେ ଦୀର୍ଘ ବର୍ଷରୁ ରହି ଆସୁଛନ୍ତି । ସେମାନେ ଆଜିବି ସମାଜର ମୁଖ୍ୟ ସୋ୍ରତରେ ସାମିଲ ହୋଇପାରିନାହାନ୍ତି । ଚକ୍ରଧରପୁର ନୁଆକରି ଏକ ପଂଚାୟତର ମାନ୍ୟତା ପାଇଛି । ଏହି ପଂଚାୟତ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଥିବା ବେଳେ ଏହାକୁ ଆଦର୍ଶପଂଚାୟତର ମାନ୍ୟତା ମିଳିଛି । ି ସେମାନଙ୍କ ପାଖରେ ମୌଳିକ ସୁବିଧା ସୁଯୋଗ ପହଞ୍ଚିପାରିନାହିଁ । ଗାଈ ଲୋନ ପାଇଁ ଆସିଥିବା ଲୋନ ଯୋଜନାରେ ଗରିବ ଲୋକମାନଙ୍କୁ ସାମିଲ କରାଯାଇନାହିଁ । ୪୦,୦୦୦ ହଜାର ଟଙ୍କାର ସହାୟତାରେ ଗୋପାଳନ ମିମନ୍ତେ ଆସିଥିବା ଅନୁଦାନ ଅର୍ଥକୁ କେତେକ ଲୋକ ନିଜ ପରିବାର ମଧ୍ୟରେ ବାଣ୍ଟି ନେଇଯାଇଥିବା ଅଭିଯୋଗକାରୀ ଅଭିଯୋଗରେ ଦର୍ଶ୍ୟାଇଛନ୍ତି । ସେହିପରି ଭାବେ ଖରିଫ ଚାଷ ପାଇଁ ଆସିଥିବା ୨୫,୦୦୦ ହଜାର ଓ ଖତ ଗଡିଆ ପାଇଁ ୨୦୦୦୦ ଟଙ୍କାକୁ ସରପଂଚ ଚଞ୍ଚକତା କରି ଧନି ଲୋକମାନଙ୍କୁ ବାଣ୍ଟି ଦେଇଥିବା ଜଣାଯାଇଛି । ଏନେଇ ଗତକାଲି ଉକ୍ତ ଗ୍ରାମ ପଂଚାୟତର ଶତାଧିକା ବାସିନ୍ଦାମାନେ ପଂଚାୟତ କର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ଏହି ଘଟଣାର ତିବ୍ର ପ୍ରତିବାଦ କରିବା ସହ ଅଗାମୀ ଦିନରେ ଏ ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି ଆଲୋଚନାରେ ମତପ୍ରକାଶ ପାଇଥିଲା । ସେମାନଙ୍କର ଏହି ଦାବୀ ମଧ୍ୟରେ ମୁଖ୍ୟତଃ ପାନୀୟ ଜଳ, ରାସ୍ତା, ଘରବାଡି ପଟ୍ଟା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା,ଭତ୍ତା ସହ ସମସ୍ତ ସରକାରୀ ସାହାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି । ଉକ୍ତ ଗ୍ରାମରେ ପିଇବାପାଣିର ସୁବିଧା ନଥିବା ବେଳେ ଗ୍ରାମଙ୍କୁ ଜିବାକୁ ରାସ୍ତା ନାହିଁ । ଏହି ଅଂଚଳର ଲୋକମାନେ ୫୦ ବର୍ଷରୁ ଉର୍ଦ୍ଧ ଉକ୍ତ ଭିଟାମାଟିରେ ଥିଲେ ମଧ୍ୟ ପ୍ରଶାସନ ସେମାନଙ୍କୁ ଗୁଣ୍ଠିକିଆ ପଟ୍ଟା ଦେଇନାହିଁ । ସେମାନଙ୍କ ପାଖରେ ଜାତି ପ୍ରମାଣ ପତ୍ର ନଥିବାରୁୁ ପ୍ରଧାନମନ୍ତ୍ରୀ ଆବାସ,ବିଜୁ ପକ୍କା ଘର ପାଇବାରୁ ବଂଚିତ ହୋଇଛନ୍ତି । ଏହି ସବୁ ଅବ୍ୟବସ୍ତା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସଭାରେ ଉପସ୍ଥିତ ଥିବା ସନ୍ତୋଷ କୁମାର ବଳ, ଗୋବିନ୍ଦ ଚନ୍ଦ୍ର ସଂ,ପ୍ରଫୁଲ୍ଲ କୁମାର ରାଉତ,ବିଚିତ୍ର କୁମାର ମଲ୍ଲିକ,ଭରତ ପ୍ରାଧାନ,କାବୁଲ ପାଳ,ଘନଶ୍ୟାମ ମଲ୍ଲିକ,ସରଣ ଜେନା,ଦୁଃଶାସନ ରାଉଳ,ପ୍ରମୋଦ ସାହୁ,ଶୌଭାଗ୍ୟ ବଳ,ସ୍ଥାନୀୟ ଓାର୍ଡସଭ୍ୟ ସୁଦାମ ମଳିକ,ଗୌରାଙ୍ଗ ବେହେରା,କୃଷ୍ଣଚନ୍ଦ୍ର ମଲ୍ଲିକ,ଦିଲ୍ଲିପ ଜେନା,ରାଜୁଆ ସିଂ,ଜୁଳୁକି ବେହେରା, ସଚ୍ଚଳା ମଳିକ,ସୁଷମା ମଳିକ,ଲଳିତା ମଳିକ,ଶାନ୍ତିଲତା ମଳିକ, ରୂନୁ ମହାନ୍ତି,ଦୌ୍ରପଦୀ ମହାନ୍ତି,ଟୁପୁସି ବେହେରାଙ୍କ ସମେତ ଶତାଧିକ ଲୋକ ଯୋଗଦେଇ ଦାବି କରିବା ସହ ଦାବି ପୁରଣ ନହେଲେ ଖୁବଶିଘ୍ର ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।
ଗରିବଙ୍କ ପାଇଁ ଅପହଞ୍ଚ ସରକାରୀ ଯୋଜନା: ଆନ୍ଦୋଳନ ପାଇଁ ସଜବାଜ, ଖୁବଶିଘ୍ର ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ
|
April 9, 2019 |