ଗଣ୍ଡଗୋଳ ମାମଲାରେ ଥାନା ଆଗରେ ଶତାଧିକ ଗ୍ରାମବାସୀଙ୍କ ହୋହାଲ୍ଲା; ପୋଲିସ ତୁରନ୍ତ ଗିରଫ କରିବାକୁ ବୁଦ୍ଧିଜୀବୀଙ୍କ ମତ

Spread the love

ଚଣ୍ଡିଖୋଲ୨୬/୦୩/୨୦୨୨ (ସନ୍ଧାନ ନିଉଜ) ବଡ଼ଚଣା ଥାନାର ଏକ କେଶରେ ପୋଲିସ ଅଭିଯୁକ୍ତର ଘରକୁ ରାତିଅଧରେ ଯିବାର ପ୍ରତିବାଦରେ ଶନିବାର ଥାନା ଆଗରେ ଶତାଧିକ ଗ୍ରାମବାସୀମାନେ ହୋହାଲ୍ଲା କରିଥିବା ଜଣାଯାଇଛି ଓ ଏମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ମହିଳାମଧ୍ୟ ସାମିଲ ଥିବା ଦେଖିବାକୁ ମିଳିଥିଲା.ଘଟଣାରୁ ପ୍ରକାଶଯେ ୧୯ ତାରିଖ ହୋଲିଦିନ ଏହି ଥାନା ଅଧିନସ୍ଥ ବିଦ୍ୟାଧରପୁର ଗ୍ରାମର ସୁଦର୍ଶନ ସାମଲଙ୍କ ପୁଅ ଚିନ୍ମୟ ସାମଲ ନିଜ ଘରକୁ ଦୋକାନରୁ ଔଷଧ କିଣି ଫେରୁଥିବା ସମୟରେ ସେହି ଗ୍ରାମର ପୂର୍ବତନ ସରପଂଚ ନିଜ ଘରପାଖରେ ତାଙ୍କୁ ଖରାପଭାଷାରେ ଗାଳିଗୁଲଜ କରିବା ସହ ଏକ ଲୁହା ରଡ଼ରେ ଚିନ୍ମୟଙ୍କ ମୁଣ୍ଡକୁ ବାଡେଇଥିଲେ,ଏଥିରେ ଅନ୍ୟ ତିନିଜଣ ମଧ୍ୟ ସାମିଲ ଥିଲେ ବୋଲି ସୁଦର୍ଶନ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି.ପରେ ଚିନ୍ମୟଙ୍କୁ ବଡ଼ଚଣା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା.

ମୁଣ୍ଡର କ୍ଷତ ଅଧିକ ଥିବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ପଠେଇଥିଲେ.ପୋଲିସ ଘଟଣାର ଅନୁସନ୍ଧାନ କରି କେଶ ନ -୧୦୫/୨୨ ଧାରା ୩୪୧,୨୯୪,୩୨୩,୩୨୪,୩୦୭,୩୭୯,୫୦୬ ଓ ୩୪ ଧାରାରେ ୪ ଜଣଙ୍କ ନାମରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା.ଅପରପକ୍ଷରେ ୱାର୍ଡ ସଭ୍ୟ ଶ୍ରୀକାନ୍ତ ସାମଲ ଆଉ ଗୋଟେ ଅଭିଯୋଗ ସେହି ଦିନ ତାଙ୍କ ସହିତ ମଦ ପିଇ ମାରଧର କରିଥିବା ନେଇ ସୁଦର୍ଶନ ଓ ଆଉ ୩ ଜଣଙ୍କ ନାମରେ ପାଲଟା ଅଭିଯୋଗ କରିଥିଲେ ଓ ପୋଲିସ କେଶ ନ -୧୦୪/୨୨ ରେ ଆଉ ଏକ ମାମଲା ରୁଜୁ କରି ଉଭୟ କେଶର ଅନୁସନ୍ଧାନ କରୁଥିଲା.ଶୁକ୍ରବାର ରାତିରେ ପୋଲିସ ପୂର୍ବତନ ସରପଂଚଙ୍କ ତାଙ୍କ ଘରୁ ଆଣିବାକୁ ଉଦ୍ୟମ କରିଥିଲେ ଓ ଏଥିରେ ସଫଳ ହେଇପାରିନଥିଲେ.ଶନିବାର ପୂର୍ବତନ ସରପଞ୍ଚଙ୍କ ସମର୍ଥକ ମାନେ ଥାନା ସମୁଖରେ ପହଂଚି ତାଙ୍କ ଘରକୁ କାହିଁକି ଯାଇଥିଲେ ସେବିଷୟରେ ପୋଲିସ ଠାରୁ ମତାମତ ଚାହିଁଥିଲେ. ପୂର୍ବରୁ ଆଇନଶୃଙ୍ଖଲା ବିଗିଡ଼ିବାର ଆଶଙ୍କା ପାଇ ବଡ଼ଚଣା ଥାନାରେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ଓ ବୈରୀ ଥାନାଧୀକାରିଣୀ ସେଠାରେ ଉପସ୍ଥିତ ଥିଲେ. ପରେ ପୋଲିସ ସେମାନଙ୍କୁ ଘଉଡ଼ାଇ ଦେଇଥିଲା.ଏ ସମ୍ପର୍କରେ ଥାନା ଅଧିକାରୀ ସୁଶୀଲ ନାୟକଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ଖୁବ ଶୀଘ୍ର ଉଭୟ ପଟ ଦୋଷୀକୁ ଧରାଯିବ ବୋଲି କହିଥିଲେ.

Related Posts

About The Author

Add Comment