ଗଣେଷ ପୂଜା ଉପଲକ୍ଷେ ଫ୍ରେଣ୍ଡସ ଗ୍ରୁପ ତରଫରୁ ଶୁଭଖୁଣ୍ଟି ସ୍ଥାପନ

Spread the love

ବାଲିଗୁଡା,୧୧/୯/୨୩: (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ଚଳିତ ମାସ ୧୯ ତାରିଖ ଦିନ ଗଣେଷ ପୂଜା ହେଉଥିବାରୁ ଏହି ଅବସରରେ  କନ୍ଧମାଳ ଜିଲ୍ଲା ବାଲିଗୁଡାର ସମସ୍ତଙ୍କ ଠାରୁ ନିରପେକ୍ଷ ଭାବେ ବେଶ ପରିଚିତ”ଫ୍ରେଣ୍ଡସ ଗ୍ରୁପ” ତରଫରୁ ମା ‘ପାଟଖଣ୍ଡାଙ୍କ ମନ୍ଦିର ନିକଟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରୁପ ତରଫରୁ ଏକ ନିଆରା ଢଙ୍ଗରେ ଷଷ୍ଠ ବାର୍ଷିକ ଗଣେଷ ପୂଜା ଉତ୍ସବ ମହାସମାରୋହରେ ପାଳନ କରିବା ପାଇଁ ଯଥା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି l ଗ୍ରୁପର ଏଭଳି ଏକ ଭିନ୍ନ ପ୍ରୟାସକୁ ସବୁ ମହଲରୁ ପ୍ରଶଂସା କରାଯାଇଛି l ପ୍ରତ୍ୟେକ ପୂଜା ପାର୍ବଣ ରେ ଗ୍ରୁପର ଏଭଳି ସାମାଜିକ କାର୍ଯ୍ୟକ୍ରମ ସହ ୨୦୧୭ ମସିହା ଠାରୁ ଦୀର୍ଘ ୬ ବର୍ଷ ଧରି ନିରବଛିନ୍ନ ଭାବେ ସବୁଠାରୁ ନିଆରା ଭାବେ ଗଣେଷ ପୂଜା ପାଳନ କରି ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି l ଚଳିତ ବର୍ଷ ମଧ୍ୟ ଖୁବ ଧୂମଧାମରେ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି l ଏ ନେଇ ଉକ୍ତ ଦିନ ପ୍ରଭୁ ଗଣେଷ ଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ମାନଙ୍କ ନିମନ୍ତେ ବିଭିନ୍ନ ପ୍ରକାର ପ୍ରସାଦ ବଣ୍ଟନ ସହ ବିଭିନ୍ନ କାର୍ଯ୍ୟକ୍ରମ ରହିଛି l  ଏହି ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମରେ ଗ୍ରୁପର ରାକେଶ ପାତ୍ର, ପ୍ରଭାକର ପାତ୍ର, ମନୋଜ ପ୍ରଧାନ, ସି.ଏଚ. ଆଶିଷ ପାତ୍ର, ଶିବା ପାତ୍ର, ସନ୍ୟାସୀ ସିଅ, ପ୍ରେମାନନ୍ଦ ପାତ୍ର, ହୃଷିକେଶ ପାତ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

Related Posts

About The Author

Add Comment