ଯାଜପୁର ସଦର, ୧୮/୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା, ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିପୁର ଆର.ଡି ରାସ୍ତା ବନ୍ଧଡିହକୁ ଆସିଥିବା ଏହି ଆର.ଡି ରାସ୍ତାଟି ମରଣଯନ୍ତା ପାଲଟିଥିବା ବେଳେ, ଏହି ରାସ୍ତାକୁ ନେଇ ଦୈନିକ ସମ୍ବାଦପତ୍ର ସାହାମେଲା, ସଂଚାର ସମ୍ବାଦ ପତ୍ରରେ ପ୍ରକାଶ ହେବା ପରେ ପ୍ରଶାସନ ପକ୍ଷରୁ ଏହି ଆର.ଡି ରାସ୍ତା ଲକ୍ଷ ଲକ୍ଷ ବ୍ୟୟ ଅଟକଳରେ କରାଯାଉଥିବା ଆମପ୍ରତିନିଧି ଦେଖିବାକୁ ପାଇଥିଲେ । ହରିପୁର ସ୍କୁଲ ନିକଟରୁ ଏହି ଆର.ଡି ରାସ୍ତାଟି କାର୍ଯ୍ୟ କରାଯାଉଛି । ରୋଲର କରାଯାଇ ଦୁଇ ପାଶ୍ୱର୍ରେ ମାଟି ପକାଯାଇ ରାସ୍ତାର ସଂମ୍ପ୍ରସାରଣ କରାଯିବା ସହିତ କଂକ୍ରିଟ୍ ରାସ୍ତା ନିର୍ମାଣ କରାଯାଉଛି । ଏହି ରାସ୍ତା ନିର୍ମାଣ ସରିଲେ ୧୦ଗୋଟି ପଞ୍ଚାୟତର ଗ୍ରାମବାସୀମାନେ ସୁବିଧା ପାଇପାରିବେ ।
ଗଣମାଧ୍ୟମ ପ୍ରଭାବରେ ରାସ୍ତା କାର୍ଯ୍ୟ କରାଯାଉଛି
|
December 18, 2019 |



