ଜେନାପୁର/୨୪/୦୪/ସନ୍ଧାନ ନିଉଜ୍/ ସଚେତନ ନାଗରିକ ମଞ୍ଚ ର ବରିଷ୍ଠ ଉପଦେଷ୍ଟା ସ୍ବର୍ଗତ ଗଣପତି ସାହୁଙ୍କ ସ୍ମୃତି ରେ ବ୍ରାହ୍ମଣୀ ବ୍ରିଜ ବଜାରରେ ସ୍ଥାନୀୟ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦ୍ୱିତୀୟ ବର୍ଷ ପାଇଁ ଦହି ସର୍ବତ ବଣ୍ଟନ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ମଞ୍ଚର ବରିଷ୍ଠ ଉପଦେଷ୍ଟା ପଙ୍କଜ ଚରଣ ମଲ୍ଲ ଓ ପରମାନନ୍ଦ ସାହୁ ଉପସ୍ଥିତ ରହି ଉଦଘାଟନ କରିଥିଲେ । ଏହି ଜଳ ଛତ୍ର ବଣ୍ଟନ କାର୍ଯ୍ୟକ୍ରମ ରେ ସ୍ବର୍ଗତ ଗଣପତି ସାହୁଙ୍କ ପୁତ୍ର ସାମ୍ବାଦିକ ତଥା ଉକ୍ତ ମଞ୍ଚର କାର୍ଯ୍ୟକାରୀ ସଦସ୍ୟ ସୁବ୍ରତ ସାହୁ , ଆବାହକ ସରୋଜ କାନ୍ତ ବେହେରା, ସୋମ୍ୟ ରଞ୍ଜନ ସାହୁ, ତପନ କୁମାର ଦଳାଇ, ସନ୍ତୋଷ କୁମାର ରାଉତ, ଅଯୟ ରାଉତ, ବିଜୟ କୁମାର ସାହୁ, ଯଶୋବନ୍ତ ସାହୁ, ସମର ପଣ୍ଡା, ତପନ ସାହୁ, ମିଥୁନ ସାହୁ, ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିଥିଲେ । ଆଗକୁ ଏହି ଜଳଦାନ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ମଞ୍ଚ ପକ୍ଷରୁ ଆବାହକ ସୂଚନା ଦେଇଛନ୍ତି ।
ଗଣପତି ସାହୁଙ୍କ ସ୍ମୃତି ଉଦେଶ୍ୟରେ ଜଳ ଦାନ
|
April 24, 2022 |
