ଗଣତନ୍ତ୍ର ଓ ସମ୍ବିଧାନ ବଂଚାଅ ପରିପ୍ରେକ୍ଷୀରେ ବିଶାଳ ସମାବେଶ କରିବ କଂଗ୍ରେସ (୧୭ରେ ଜିଲାପାଳ ଅପିସ ଘେରାଉ)

Spread the love

ଯାଜପୁର୯/୪ (ସନ୍ଧାନ ନିୟୁଜ): ଅଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତିକ୍ରମେ ପ୍ରଦେଶ କଂଗ୍ରେସର ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନରେ ଯାଜପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ଗଣତନ୍ତ୍ର ଓ ସ୍ୱିଧାନ ବଂଚାଅ ପରିପ୍ରେକ୍ଷୀରେ ଏକ ବିଶାଳ ସମାବେଶ ହେବାକୁ ଯାଉଅଛି । ଏଥି ନିମନ୍ତେ ଜିଲା କଂଗ୍ରସ କମିଟିର ସଭାପତି ମନୋଜ କୁମାର ରାଉତଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ରବିବାର ଦିନ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବିଶାଳ ସମାବେଶ ବିକ୍ଷୋଭ ଅଗାମୀ ୧୭.୪.୨୦୨୩ରିଖସୋମବାର ସକାଳ ୯ଘଟିକାରେ ହେବାକ ସ୍ଥିର କାରାଯାଇଥିବା ବେଳେ ଏହା ସ୍ଥାନୀୟ କିଆନାଳୀକୂଳ ଛକ ଠାରୁ ଏକ ବିଶାଳ ଶୋଭା ଯାତ୍ରା ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋବ ପଦର୍ଶନ କରାଯିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏହି ସଭାରେ ଯାଜପୁର ବିଧାନସଭା ମଣ୍ଡଳୀ ର କଂଗ୍ରେସ ନେତା ସନ୍ତୋଷ ନନ୍ଦ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, କାର୍ଯ୍ୟକାରୀ ସଭାପତି ବିଷ୍ଣୁ ଚରଣ ରାଉତ, ଯୁବ କଂଗ୍ରେସ ସଭାପତି ସନ୍ତୋଷ ବେହେରା, ଛାତ୍ର କଂଗ୍ରେସର ସଭାପତି ସଞ୍ଜିବ ସମାଲ, କନକଲତା ମଲ୍ଲିକ, ଏହି କାର୍ଯ୍ୟକ୍ରମରେ ଦେବେନ୍ଦ୍ର ପଣ୍ଡା, ଦଳିତ ସେଲର ସଭାପତି ଦୁର୍ଯ୍ୟେଧନ ବେହେରା, ପ୍ରଶାନ୍ତ ସାହୁ, ବଳଭଦ୍ର ଦାସ, ଆଲୋକ ବେହେରା, ଭାସ୍କର ମହାନ୍ତି, ଦିଲିପ ଦାସ, ପୁର୍ଣ୍ଣଚନ୍ଦ୍ର ଯେନା, ଦେବେନ୍ଦ୍ର ପ୍ରଧାନ, ସଂଗ୍ରାମ ଯେନା, ସଂଗ୍ରାମ ସାହାଣୀ, ସଲିମ୍ ଖାନ, ନିକୁଞ୍ଜ ସାମଲ କନକଲତା ରାଉତ, ଅବଦୁଲ ରୌକ, ଅକ୍ଷୟ ଶତପଥି, ବିଜୟ ମହାପାତ୍ର, ଭରତଚନ୍ଦ୍ର ବେହେରା, ଅମୁଲ୍ୟ ବିଶ୍ୱାଳ ନକୁଳଦେବ ସାହୁ, ପ୍ରଦିପ୍ ବେହୁରିଆ, ଗୋବିନ୍ଦ ସାହୁ, ବିଦ୍ୟାଧର ବାରିକ୍ ରଘୁନାଥ ସାହୁ ପ୍ରଭୃତି ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ । ଏବଂ ବିଭିନ୍ନ ବ୍ଲକରୁ ଆସିଥିବା ସଭାପତି ଯାଜପୁର ବ୍ଲକର ଗଦାଧର ଦାସ, ଧର୍ମଶାଳା ବ୍ଲକର କିଶାନ ପଣ୍ଡା, ବରୀ ବ୍ଲକର ମନୋଜ ଦାସ, ଦଶରଥପୁର ବ୍ଲକର ଶ୍ୟାମସୁନ୍ଦର କର, ବିଂଝାରପୁର ବ୍ଲକର ପ୍ରମୋଦ ଦାସ, ବଡ଼ଚଣା ବ୍ଲକର ଉପସଭାପତି ପ୍ରଦିପ୍ତ ମହାନ୍ତି ଉପସ୍ଥିତ ହୋଇ ନିଜ ନିଜର ମତ ପ୍ରକାଶ କରିଥିଲେ ଏହି ବିଶାଳ ସମାବେଶରେ ଯୋଗଦେବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରାଉତ ଜିଲ୍ଲା ର ସମସ୍ତ କଂଗ୍ରେସ କର୍ମୀ ମାନଙ୍କୁ ନିବେଦନ କରିଛନ୍ତି

Related Posts

About The Author

Add Comment